ETV Bharat / state

ଭିଜିଲାନ୍ସ କବଜାରେ ସୁନ୍ଦରଗଡ ଟିଡିସିସିଏଲ ମ୍ୟାନେଜର, ଲକ୍ଷାଧିକ ଟଙ୍କା ଜବତ - ସୁନ୍ଦରଗଡ ଟିଡିସିସିଏଲ ଜିଲ୍ଲା ମ୍ୟାନେଜର

ସୁନ୍ଦରଗଡ ଟିଡିସିସିଏଲ ଜିଲ୍ଲା ମ୍ୟାନେଜର ଜୟ ପ୍ରକାଶ ମହାନ୍ତି ଭିଜିଲାନ୍ସ ଦ୍ଵାରା ଗିରଫ । ବୋଲେରୋ ସହ 18 ଲକ୍ଷ 80 ହଜାର 500 ଟଙ୍କା ଜବତ । ଅଧିକ ପଢନ୍ତୁ...

TDCCL Manager arrested by sundergarh vigilance
ଭିଜିଲାନ୍ସ କବଜାରେ ସୁନ୍ଦରଗଡ ଟିଡିସିସିଏଲ ମ୍ୟାନେଜର,ଲକ୍ଷାଧିକ ଟଙ୍କା ଜବତ
author img

By

Published : Jun 2, 2021, 6:57 PM IST

ସୁନ୍ଦରଗଡ: ଟିଡିସିସିଏଲ ଜିଲ୍ଲା ମ୍ୟାନେଜର ଭିଜିଲାନ୍ସ ଦ୍ଵାରା ଗିରଫ । ବୋଲେରୋ ସହ ପ୍ରାୟ 19 ଲକ୍ଷ ଟଙ୍କା ଜବତ କରିଛି ଭିଜିଲାନ୍ସ । ତାଙ୍କୁ ସୁନ୍ଦରଗଡ ଭିଜିଲାନ୍ସ ଏସପିଙ୍କ ନିର୍ଦ୍ଦେଶରେ ଗିରଫ କରାଯାଇଛି ।

ସୁନ୍ଦରଗଡ଼ ଆଦିବାସୀ ଉନ୍ନୟନ ସମବାୟ ନିଗମ ଓଡିଶା ଲିମିଟେଡର ଜିଲ୍ଲା ମ୍ୟାନେଜର ଜୟ ପ୍ରକାଶ ମହାନ୍ତି ବିପୁଳ ପରିମାଣରେ ଅର୍ଥ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ତାଙ୍କୁ ସୁନ୍ଦରଗଡ଼ ଜିଲ୍ଲା ମସୁନି କାନି ଟୋଲ ଗେଟ ନିକଟରୁ ଗିରଫ କରିଛି ଭିଜିଲାନ୍ସ । ତାଙ୍କ ନିକଟରୁ ମୋଟ 18 ଲକ୍ଷ 80 ହାଜର 500 ଟଙ୍କା ଜବତ କରିଛି ଭିଜିଲାନ୍ସ ।

ଭିଜିଲାନ୍ସ କବଜାରେ ସୁନ୍ଦରଗଡ ଟିଡିସିସିଏଲ ମ୍ୟାନେଜର,ଲକ୍ଷାଧିକ ଟଙ୍କା ଜବତ

ସୂଚନାଥାଉକି ଟଙ୍କା ନେଇ ଯାଉଥିବା ନେଇ ରାଉରକେଲା ଭିଜିଲାନ୍ସ ଏସପିଙ୍କୁ ସୂଚନା ମିଳିଥିଲା । ତୁରନ୍ତ ଏସପିଙ୍କ ନିର୍ଦେଶରେ ସୁନ୍ଦରଗଡ଼ ଓ ରାଉରକେଲା ଭିଜିଲାନ୍ସ ମିଳିତ ଭାବେ ଚଢ଼ାଉ କରିଥିଲା । ତାଙ୍କୁ ମସୁନି କାନି ଟୋଲ ଗେଟ ନିକଟରୁ ଗିରଫ କରିବା ସହ ସେ ଯେଉଁ ବୋଲେରୋରେ ଏହି ଟଙ୍କା ନେଇ ଯାଉଥିଲେ ତାକୁ ମଧ୍ୟ ଜବତ କରିଛି ଭିଜିଲାନ୍ସ ।

ତେବେ ଏତେ ଟଙ୍କା କାହାର ଓ ଏହା କେଉଁଠିକୁ ନେଉଥିଲେ ସେ ନେଇ ମ୍ୟାନେଜର କିଛି ସନ୍ତୋଷ ଜନକ ଉତ୍ତର ଦେଇପାରି ନ ଥିବା ଭିଜିଲାନ୍ସ ଡିଏସପି ସୁଧାଂଶୁଶେଖର ପୂଜାରୀ କହିଛନ୍ତି । ଅପରପକ୍ଷେ ମ୍ୟାନେଜର ଏହାକୁ ଭୁବନେଶ୍ବର କାର୍ଯ୍ୟାଳୟକୁ ନେଉଥିଲେ ବୋଲି ସଫେଇ ଦେଇଛନ୍ତି ।

ସୁନ୍ଦରଗଡରୁ ହରିହର ଦାସମହାପାତ୍ର,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.