ETV Bharat / state

ସୁନ୍ଦରଗଡକୁ କେନ୍ଦ୍ର ପର୍ଯ୍ୟଟନ ଶିଳ୍ପର ସୁବିଧା, ମିଳିବ ସ୍ୱତନ୍ତ୍ର ରେଳସେବା - ପର୍ଯ୍ୟଟନ ସ୍ଥଳୀ

ଏଣିକି ପଶ୍ଚିମ ଭାରତର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ସୁବିଧାରେ ଭ୍ରମଣ କରିପାରିବେ ସୁନ୍ଦରଗଡ ତଥା ପଶ୍ଚିମ ଓଡିଶାବାସୀ । ଅଧିକ ପଢନ୍ତୁ...

ପଶ୍ଚିମ ଭାରତର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ସୁବିଧାରେ ଭ୍ରମଣ କରିପାରିବେ ସୁନ୍ଦରଗଡବାସୀ

author img

By

Published : Sep 16, 2021, 9:26 AM IST

ସୁନ୍ଦରଗଡ: ସୁନ୍ଦରଗଡ ତଥା ପଶ୍ଚିମ ଓଡିଶାବାସୀଙ୍କ ପାଇଁ ଖୁସି ଖବର । ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ସୁବିଧାରେ ଏବଂ ନିରାପତ୍ତା ମଧ୍ୟରେ ଭ୍ରମଣ କରି ପାରିବେ ସୁନ୍ଦରଗଡ ତଥା ପଶ୍ଚିମ ଓଡିଶାବାସୀ। ଏନେଇ କେନ୍ଦ୍ର ରେଳ ବିଭାଗ ସମ୍ପୂର୍ଣ୍ଣ ବ୍ୟବସ୍ଥା କରିବା ସହ ରେଳକୁ ଲୋକଙ୍କ ନିକଟରେ ପହଞ୍ଚାଇବା ନେଇ ସମସ୍ତ ବ୍ୟବସ୍ଥା ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଆଇଆରସିଟିସିର ରିଜିଓନାଲ ମ୍ୟାନେଜର ଡକ୍ଟର କ୍ରାନ୍ତି ପି ସାୱରକର।

ପଶ୍ଚିମ ଭାରତର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ସୁବିଧାରେ ଭ୍ରମଣ କରିପାରିବେ ସୁନ୍ଦରଗଡବାସୀ

ଗତ ଦୁଇ ବର୍ଷଧରି ମହାମାରୀ କୋଭିଡ ସମସ୍ତଙ୍କ ଖୁସି ଛଡାଇ ନେଇଛି । ଲୋକେ ରୋଗକୁ ଡରି ଘରୁ ବାହାରୁ ନଥିବା ବେଳେ ଅନେକ ତାଙ୍କ ପ୍ରିୟ ପରିଜନଙ୍କୁ ମଧ୍ୟ ହରାଇଛନ୍ତି । ତେବେ ସୁସ୍ଥ ଜୀବନ ନିର୍ବାହ କରିବାକୁ ହେଲେ ଚିତ୍ତ ବିନୋଦନର ଆବଶ୍ୟକତା ରହିଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ରେଳ ମନ୍ତ୍ରଣାଳୟ ଓ କେନ୍ଦ୍ର ସରକାର ଏପରି ବ୍ୟବସ୍ଥା କରିଛନ୍ତି । ଏବର୍ଷ କେନ୍ଦ୍ର ରେଳ ବିଭାଗ ମାର୍କେଟ ସର୍ଭେ କରି ଏପରି ନିର୍ଣ୍ଣୟ ନେବା ସହ ଲୋକଙ୍କୁ ସୁବିଧା ଦେବା ଓ ଲୋକଙ୍କ ନିରାପତ୍ତାକୁ ଆଖି ଆଗରେ ରଖି ସେମାନଙ୍କ ପାଇଁ ଏହି ସ୍ୱତନ୍ତ୍ର ପର୍ଯ୍ୟଟନ ରେଳ ସେବା ଆରମ୍ଭ କରିଛି । ତାହା ପୁଣି ଅତି ସୁବିଧାରେ ।

ଏପରିକି ଯେଉଁ ରେଳରେ ସେମାନେ ଯିବେ ସେହି ରେଳ ସମ୍ପୂର୍ଣ୍ଣ କୋଭିଡ ପ୍ରୋଟୋକଲ ଓ କୋଭିଡ ସୁରକ୍ଷାର ସହିତ ନିରାପତ୍ତା ସହ ଯାତ୍ରା କରିବେ । ଯେଉଁ ତୀର୍ଥ ଯାତ୍ରୀମାନେ ଏହି ସେବା ନେବେ ସେମାନଙ୍କ ବୀମା , ରହିବା , ଖାଇବା ଓ ସୁସ୍ଥତାର ସମସ୍ତ ବନ୍ଦୋବସ୍ତ ରେଳ ବିଭାଗ କରିବ ବୋଲି ସେ କହିଛନ୍ତି । ତେବେ ଏନେଇ ସ୍ୱତନ୍ତ୍ର ରେଳ ପର୍ଯ୍ୟଟନ ପୋର୍ଟାଲ ମାଧ୍ୟମରେ ସଂରକ୍ଷଣ ବ୍ୟବସ୍ଥା ମଧ୍ୟ ଚାଲୁ ହୋଇସାରିଛି । ଏବର୍ଷ ଗୁଜରାଟର ସୋମନାଥ ଜ୍ୟୋତିର୍ଲିଙ୍ଗ , ଦ୍ୱାରାକା ଧୀଶ ମନ୍ଦିର , ନାଗେଶ୍ୱର ଜ୍ୟୋତିର୍ଲିଙ୍ଗ , ଶ୍ରୀକୃଷ୍ଣ ମନ୍ଦିର , ଅକ୍ଷରଧାମ ମନ୍ଦିର , ସାବରମତି ଆଶ୍ରମ ଓ ଷ୍ଟାଚ୍ୟୁ ଅଫ୍ ୟୁନିଟି କୁ ଏହି ତୀର୍ଥ ଯାତ୍ରାରେ ରେଳ ବିଭାଗ ଯୋଡିଛି । ସୁନ୍ଦରଗଡରେ ରେଳ ସେବା ନାହିଁ ସତ ତେବେ ସୁନ୍ଦରଗଡ ଜିଲ୍ଲାର ପଡୋଶୀ ଜିଲ୍ଲା ଝାରସୁଗୁଡା ଓ ସମ୍ବଲପୁର ଜିଲ୍ଲାରୁ ଏହି ରେଳସେବା ଉପଲବ୍ଧ କରାଇବା ନେଇ ରେଳ ବିଭାଗ ସମସ୍ତ ବ୍ୟବସ୍ଥା କରି ସାରିଥିବା କଥା ଜଣା ପଡିଛି । ତେବେ ଏହି ଯାତ୍ରା ପ୍ୟାକେଜ 10 ରାତି ଓ 11ଦିନର ପ୍ୟାକେଜ ବୋଲି ରିଜିଓନାଲ ମ୍ୟାନେଜର କହିଛନ୍ତି ।

ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.