ETV Bharat / state

ବଡଗାଁ ସାହାଜବାହାଲ ନିଖୋଜ ନାବାଳିକା ଝାରସୁଗୁଡାରୁ ଉଦ୍ଧାର

ସୁନ୍ଦରଗଡ ବଡଗାଁ ସାହାଜବାହାଲ ନିଖୋଜ ନାବାଳିକାକୁ ଝାରସୁଗୁଡାରୁ ଉଦ୍ଧାର କରିଛି ପୋଲିସ । ଅଧିକ ପଢନ୍ତୁ...

author img

By

Published : Jul 17, 2021, 7:44 AM IST

ବଡଗାଁ ସାହାଜବାହାଲ ନିଖୋଜ ନାବାଳିକା ଝାରସୁଗୁଡାରୁ ଉଦ୍ଧାର
ବଡଗାଁ ସାହାଜବାହାଲ ନିଖୋଜ ନାବାଳିକା ଝାରସୁଗୁଡାରୁ ଉଦ୍ଧାର

ସୁନ୍ଦରଗଡ଼: ବଡଗାଁ ବ୍ଲକ ସାହାଜବାହାଲ ଗାଁର ନାବାଳିକା ନିଖୋଜ ଘଟଣା । ନାବାଳିକା ଓ ଅନ୍ୟ ଜଣେ ଯୁବକଙ୍କୁ ଝାରସୁଗୁଡା ଜିଲ୍ଲା ବେଲପାହାଡରୁ ଉଦ୍ଧାର କରିଛି ପୋଲିସ । ଉଭୟଙ୍କ ଡାକ୍ତରୀ ମାଇନା କରିବା ପରେ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ନାବାଳିକାର ଷ୍ଟେଟମେଣ୍ଟ ରେକର୍ଡ କରାଯିବ ବୋଲି ଜଣାପଡିଛି ।

ଗତ ଫେବୃଆରୀ ମାସ 9 ତାରିଖରୁ ସାହାଜବାହାଲ ଗାଁର ନାବାଳିକା ଜଣକ ନିଖୋଜ ଥିଲେ । ପୋଲିସ ଗତ ଗୁରୁବାର ନାବାଳିକାକୁ ଝାରୁସୁଗୁଡା ଜିଲ୍ଲା ବେଲପାହାଡରୁ ଉଦ୍ଧାର କରିଥିଲା । ନାବାଳିକା ସହ ରହୁଥିବା ରାଜୀବ ସାହୁ ନାମକ ଜଣେ ଯୁବକକୁ ମଧ୍ୟ ଥାନାକୁ ଆଣିଛି ପୋଲିସ । ତେବେ ଶୁକ୍ରବାର ସୁନ୍ଦରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉଭୟ ନାବାଳିକା ଓ ସଂପୃକ୍ତ ଯୁବକର ଡାକ୍ତରୀ ମାଇନା କରାଯାଇଛି । ତେବେ ଏହାପରେ ନାବାଳିକାର ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ଷ୍ଟେଟମେଣ୍ଟ ରେକର୍ଡ କରାଯିବ ବୋଲି ଜଣାପଡିଛି ।

ସୂଚନା ଅନୁସାରେ ସଂପୃକ୍ତ ନାବାଳିକା ଏବେ ସାବାଳିକାରେ ପରିଣତ ହୋଇସାରିଛନ୍ତି । ତେବେ ଗତ ଫେବୃଆରୀ 9 ତାରିଖରେ ନାବାଳିକାର ପରିବାର ଲୋକେ ଦେଇଥିବା ଏତଲା ସମୟରେ ସଂପୃକ୍ତ ଯୁବତୀ ନାବାଳିକା ଥିଲେ । ଏକ କୋଠରୀରୁ ପୋଲିସ ଉଭୟଙ୍କ ଉଦ୍ଧାର କରିଛି । ପାରିପାର୍ଶ୍ୱିକ ତଦନ୍ତ ସହ ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଏମାନେ ଉଭୟେ ଗୋଟିଏ ଘରେ ରହୁଥିଲେ । ତେବେ ସଂପୃକ୍ତ ଯୁବକଙ୍କ ନାମ ରାଜୀବ ସାହୁ ଓ ତାଙ୍କ ଘର ଝାଡଖଣ୍ଡ ବୋଲି ଜଣାପଡିଛି ।

ସୁନ୍ଦରଗଡ଼ରୁ ହରିହର ଦାସମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.