ETV Bharat / state

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ବନ୍ଧାହେଲେ କନିଷ୍ଠ କିରାଣୀ - Sundergarh Vigilance

ଭିଜିଲାନ୍ସ ପଞ୍ଝାରେ ଲାଞ୍ଚୁଆ କିରାଣୀ । ସୁନ୍ଦରଗଡ ଜିଲ୍ଲାର ବନଖଣ୍ଡ ଅଫିସରେ କାର୍ଯ୍ୟରତ କନିଷ୍ଠ କିରାଣୀ କ୍ଲେମ ସେଟଲମେଣ୍ଟ ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ଦ୍ବାରା ଗିରଫ ହୋଇଛନ୍ତି । ଅଧିକ ପଢନ୍ତୁ...

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ବନ୍ଧାହେଲେ କନିଷ୍ଠ କିରାଣୀ

author img

By

Published : Oct 11, 2021, 9:36 PM IST

ସୁନ୍ଦରଗଡ: ଲାଞ୍ଚନେଇ ଭିଜିଲାନ୍ସ ହାତରେ ବନ୍ଧାହେଲେ ସୁନ୍ଦରଗଡ ବନଖଣ୍ଡ ବିଭାଗର କନିଷ୍ଠ କିରାଣୀ । ସୂଚନାନୁସାରେ ଜଙ୍ଗଲୀ ପଶୁଙ୍କ ଦ୍ବାରା କ୍ଷତିଗ୍ରସ୍ତ ହୋଇଥିବା ପରିବାରକୁ ସରକାରୀ ସାହାଯ୍ୟ ଯୋଗାଇଦେବା କ୍ଲେମ ସେଟଲମେଣ୍ଟ ବିଭାଗରେ କାର୍ଯ୍ୟ କରୁଥିବା କନିଷ୍ଠ କିରାଣୀଙ୍କୁ ଦାୟିତ୍ବ ଦେଇଥିଲେ ସୁନ୍ଦରଗଡ ଡିଏଫଓ । ହେଲେ କିରାଣି ଜଣକ ସାହାଯ୍ୟ କରିବା ପରିବର୍ତ୍ତେ ସେମାନଙ୍କୁ ଲାଞ୍ଚ ମାଗି ଶୋଷଣ କରୁଥିବା ନେଇ କହିଛନ୍ତି ହିତାଧିକାରୀ ଜଣକ ।

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ବନ୍ଧାହେଲେ କନିଷ୍ଠ କିରାଣୀ

ସୂଚନାନୁସାରେ ପତ୍ରାଶ ବାର୍ଲା( Patras Barla )ଙ୍କ ବାପା ନାଇଡୁ ବାର୍ଲା( Naidu Barla )ଙ୍କ ହାତୀ ଆକ୍ରମଣରେ ଗତ 2019 ମସିହାରେ ମୃତ୍ୟୁ ହୋଇଥିଲା । ସରକାରୀ ଅନୁକମ୍ପା ସାହାଯ୍ୟ ପାଇଁ ସେ ସଂପୃକ୍ତ କିରାଣିଙ୍କ ପାଖକୁ ବାରମ୍ବାର ଦୌଡୁଥିଲେ ସୁଦ୍ଧା କୌଣସି ସୁଫଳ ମିଳିପାରି ନଥିଲା । ହେଲେ କିରାଣୀ ଜଣକ ବିନା ଲାଞ୍ଚରେ ଡିଏଫଓ ଅଫିସରେ କିଛି ଫାଇଲ କାର୍ଯ୍ୟ କରୁନଥିବା ନେଇ ଭିଜିଲାନ୍ସରେ ଅଭିଯୋଗ କରିଥିଲେ ହିତାଧିକାରୀ ।

ତେବେ ଏହି ଘଟଣାରେ ଆଜି(ସୋମବାର) ଭିଜିଲାନ୍ସ ବିଭାଗ ଦ୍ବାରା ସୁନ୍ଦରଗଡ ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟରେ ଚଢାଉ କରି ସଂପୃକ୍ତ କିରାଣୀ ଜଣକ ଅଫିସ ଭିତରେ 10 ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଦ୍ବାରା ଗିରଫ ହୋଇଛନ୍ତି । ଗିରଫ ଅଭିଯୁକ୍ତ ଜଣକ ଶ୍ରୀକାନ୍ତ ହୋତା ବୋଲି ଭିଜିଲାନ୍ସ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ସେପଟେ ଏନେଇ ସୁନ୍ଦରଗଡ ଡିଏଫଓ କହିଛନ୍ତି କି ଏପରି କର୍ମଚାରୀ ବିଭାଗ ପାଇଁ ଶୁଭଙ୍କର ନୁହଁ । ତା ସହିତ କାର୍ଯ୍ୟାଳୟ ପରିସରରେ କ୍ୟାମେରା ସଂଯୋଗ କରାଯିବା ସହ ଇଣ୍ଟରନାଲ ଭିଜିଲାନ୍ସ ଟିମ୍ ନିୟୋଜିତ କରିବାକୁ ସୂଚନା ଦେଇଛନ୍ତି ।

ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.