ETV Bharat / state

ସୁନ୍ଦରଗଡ଼ର ଯୁବ ବିଜେଡି ସଭାପତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର - ବିଜେଡି ସଭାପତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ବିଜେଡି ସଭାପତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ନିଜ ବାସଭବନରୁ ସୁନ୍ଦରଗଡ଼ ଟାଉନ ଯୁବ ବିଜେଡି ସଭାପତି ଧୀରଜ କୁମାରଙ୍କ ମୃତଦେହ ଉଦ୍ଧାର କରିଲା ପୋଲିସ । ଅଧିକ ପଢନ୍ତୁ

dhiraj kumar died by suicide
dhiraj kumar died by suicide
author img

By

Published : Apr 6, 2023, 9:51 AM IST

Updated : Apr 6, 2023, 10:04 AM IST

dhiraj kumar dies by suicide

ରାଉରକେଲା: ଜୀବନ ହାରିଲେ ସୁନ୍ଦରଗଡ଼ ଟାଉନ ଯୁବ ସଭାପତି । ଝୁଲନ୍ତା ଅବସ୍ଥାରେ ଧୀରଜଙ୍କ ମୃତଦେହ ଉଦ୍ଧାର କରାଯାଇଛି । ତେବେ ଚରମ ନିଷ୍ପତ୍ତି ନେବାର କାରଣ ସ୍ପଷ୍ଟ ହୋଇନଥିବା ବେଳେ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି ପୋଲିସ ।

କାହିଁକି ଧୀରଜ ଏଭଳି ନିଷ୍ପତ୍ତି ନେଲେ ସେନେଇ ଏବେ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଗତକାଲି(ବୁଧବାର) ସକାଳୁ ସକାଳୁ ସୁନ୍ଦରଗଡ଼ ଟାଉନରେ ଏହି ଦୁଃଖଦ ଘଟଣା ଘଟିଥିଲା । ନିଜ ବାସଭବନରେ ହିଁ ସେ ଜୀବନ ହାରି ଦେଇଥିବା ଜଣାପଡିଛି । ତେବେ କେଉଁ କାରଣ ପାଇଁ ସେ ଏଭଳି ନିଷ୍ପତ୍ତି ନେଲେ ତାହା ବର୍ତ୍ତମାନ ଯାଏଁ ଜଣାପଡ଼ିନାହିଁ । ଏହି ଖବର ପ୍ରଘଟ ହେବା ପରେ ସୁନ୍ଦରଗଡ଼ ଜିଲ୍ଲାରେ ବିଜେଡିକୁ ବଡ଼ ଝଟକା ଲାଗିଛି ।

ସୁନ୍ଦରଗଡ଼ ଟାଉନ ଅଞ୍ଚଳରେ ଯୁବ ଏବଂ ଛାତ୍ରଙ୍କ ମଧ୍ୟରେ ଜଣେ ଭଲ ଯୁବନେତା ଥିଲେ ଧୀରଜ ପ୍ରସାଦ । ତେବେ ମଙ୍ଗଳବାର ଧୀରଜ ତାଙ୍କ ସାଙ୍ଗ ମାନଙ୍କ ସହ ଭେଟ ହୋଇଥିଲେ ଏବଂ ଖୁସିରେ ମଧ୍ୟ ଥିଲେ । ହସଖୁସିରେ ଧୀରଜ ତାଙ୍କ ଘରକୁ ଫେରିଥିଲେ । ତେବେ ଘରେ ମଧ୍ୟ କୌଣସି ପ୍ରକାର ଚିନ୍ତା ନଥିଲା । କିନ୍ତୁ ହଠାତ୍‌ ଗତକାଲି ତାଙ୍କର ଝୁଲନ୍ତା ଅବସ୍ଥାରେ ଦେଖିଥିଲେ ପରିବାର ଲୋକେ । ଏହାପରେ ପରିବାର ଲୋକଙ୍କ ପକ୍ଷରୁ ପୋଲିସକୁ ଖବର ଦେବା ପରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ସୁନ୍ଦରଗଡ଼ ମେଡିକାଲ୍‌କୁ ପଠାଇଛି ।

ସୂଚନାଥାଉ କି, ମଙ୍ଗଳବାର ଧୀରଜ ସାଙ୍ଗମାନଙ୍କ ସହ ଖୁସିରେ ସମୟ ଅତିବାହିତ କରିଥିଲେ । ସେହି ସମୟରେ ସେ କୌଣସି ମାନସିକ ଚିନ୍ତାରେ ଥିବା ଜଣାପଡ଼ୁନଥିଲା । ହେଲେ ହଠାତ୍‌ ବିଳମ୍ବିତ ରାତି ୧୨ଟା ୫୨ରେ ହ୍ୱାଟ୍ସଆପ୍‌ରେ ସମସ୍ତଙ୍କଠୁ ବିଦାୟ ନେବା ଭଳି ଷ୍ଟାଟସ୍‌ ଧୀରଜ ଦେଇଥିଲେ ବୋଲି ସୂଚନା ରହିଛି । ତେବେ ଏହି ଘଟଣା ପଛର କାହାଣୀ କଣ ରହିଛି, କେଉଁଥିପାଇଁ ଧୀରଜ ଏଭଳି ବଡ଼ ପଦକ୍ଷେପ ନେଲେ ଏବଂ ଏହା ପ୍ରେମ ପାଇଁ ନା ରାଜନୈତିକ ଚାପ ସେନେଇ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି ।

ବୁଧବାର ଅଚାନକ ଧୀରଜଙ୍କର ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ବର୍ତ୍ତମାନ ପୋଲିସ ଧୀରଜଙ୍କ ମୃତଦେହକୁ ଜବତ କରିବା ସହ ପ୍ରାଥମିକ ଭାବରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । କେଉଁ କାରଣରୁ ଧୀରଜ ଏଭଳି ଚରମ ନିଷ୍ପତ୍ତି ନେଇଛନ୍ତି ତାହା ଖୁବ ଶୀଘ୍ର ଲୋକଲୋଚନକୁ ଆସିବ ବୋଲି କହିଛି ପୋଲିସ ।

ଇଟିଭି ଭାରତ, ସୁନ୍ଦରଗଡ

Last Updated : Apr 6, 2023, 10:04 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.