ETV Bharat / state

ସରକାରୀ ଚାକିରିଆଙ୍କ ଚାଷ ନିଶା, ଜୈବିକ ପଦ୍ଧତିରେ ଫଳାଉଛନ୍ତି ରଙ୍ଗବେରଙ୍ଗର କୋବି

author img

By

Published : Feb 12, 2023, 6:51 PM IST

ସୁନ୍ଦରଗଡ ଜିଲ୍ଲା ବଣାଇ ବ୍ଲକ ତଳିତା ଗ୍ରାମର ଉତ୍ତର କୁମାର ସାହୁ ପେଶାରେ ଜଣେ ସରକାରୀ କର୍ମଚାରୀ ହୋଇଥିଲେ ମଧ୍ୟ ନିଶା ତାଙ୍କର ଅଲଗା । ଉତ୍ତମ ବୁଦ୍ଧି ଏବଂ ପ୍ରଚେଷ୍ଟା ବଳରେ ଆଜିର ଦିନରେ ସେ ରଙ୍ଗବରେଙ୍ଗର କୋବି ଫଳାଇବାରେ ସକ୍ଷମ ହୋଇପାରିଥିବା ବେଳେ ରଙ୍ଗବେରଙ୍ଗର କୋବି ଦେଖିବା ପାଇଁ ସ୍ଥାନୀୟ ଲୋକଙ୍କ ଭିଡ ଜମୁଛି । ଅଧିକ ପଢନ୍ତୁ

sundergarh youth uttam sahu
sundergarh youth uttam sahu
ସରକାରୀ ଚାକିରିଆଙ୍କ ଚାଷ ନିଶା

ରାଉରକେଲା: ଉଚ୍ଚଶିକ୍ଷିତା ସହ ସଫଳ ଚାଷୀ । ସରକାରୀ ଚାକିରି କରିବା ସହ ରଙ୍ଗବେରଙ୍ଗର କୋବି ଚାଷ କରି ନିଜର ଅନ୍ୟ ଏକ ପରିଚୟ ସୃଷ୍ଟି କରିପାରିଛନ୍ତି ସୁନ୍ଦରଗଡ ଜିଲ୍ଲା ବଣାଇ ବ୍ଲକ ତଳିତା ଗ୍ରାମର ସରକାରୀ କର୍ମଚାରୀ ଭାବେ କାର୍ଯ୍ୟରତ ଉତ୍ତର କୁମାର ସାହୁ । ସେ ନିଜ ଜମିରେ ଭଳିକି ଭଳି କୋବି ଚାଷ କରୁଥିବା ବେଳେ ଏହାକୁ ଦେଖିବା ପାଇଁ ଆଖପାଖ ଗାଁର ଲୋକମାନଙ୍କ ସୁଅ ଛୁଟୁଛି । ଏହାସହ ଚାଷ ଦେଖିବାକୁ ତଥା ଅନୁଧ୍ୟାନ କରିବାପାଇଁ OUAT କୃଷି ବୈଜ୍ଞାନିକମାନେ ମଧ୍ୟ ଆସୁଥିବା ଜଣାପଡିଛି ।

ପେଷାରେ ଉତ୍ତମ ହେଉଛନ୍ତି ଜଣେ ସରକାରୀ ଚାକିରିଆ । ସେ ବଣାଇ କୃଷି ବିଭାଗର VLW ଭାବରେ କାର୍ଯ୍ୟ କରନ୍ତି । ନିଜର ବ୍ୟସ୍ତ ବହୁଳ ଚାକିରି ଜୀବନ ମଧ୍ୟରୁ ସମୟ କାଢି ଚାଷ କରୁଛନ୍ତି ଉତ୍ତମ ସାହୁ । ପ୍ରଥମେ କେବଳ ଧଳା ରଙ୍ଗର କୋବି ଚାଷ ଦେଖିବାକୁ ମିଳୁଥିଲା । ଏବେ କିନ୍ତୁ ବିଭିନ୍ନ ରଙ୍ଗ ବେରଙ୍ଗର କୋବି ଚାଷ ଦେଖିବାକୁ ମିଳୁଛି । ଚାକିରିକୁ ୮ ଘଣ୍ଟା ସମୟ ଦେଉଥିଲେ ମଧ୍ୟ ବଳକା ସମୟରେ ସେ କୋବି ଚାଷ କରୁଛନ୍ତି । ଗତ କିଛି ବର୍ଷ ଧରି କେବଳ ଗୋଟିଏ ପ୍ରକାର କୋବି ଚାଷ କରି ସଫଳ ଲାଭ କରିଥିବା ବେଳେ ଏହାପରେ ଦୁଇ ତିନି ବର୍ଷ ହେଲାଣି ବଣାଇଁ ଉପଖଣ୍ଡର ତଳିତା ଗ୍ରାମରେ ହଲଦିଆ, ବାଇଗଣୀ, ସାଗୁଆ ଓ ଧଳା ବର୍ଣ୍ଣ କୋବି ଚାଷ କରି ସଫଳ ଚାଷୀର ଉଦାହରଣ ସୃଷ୍ଟି କରିଛନ୍ତି । ସମ୍ପୂର୍ଣ୍ଣ ପରିବାର ଚାଷକୁ ଆଦରି ନେଇଛନ୍ତି ।

ଚଳିତ ବର୍ଷ ନିଜ ବାଡିରେ ୭ ହଜାର ଊର୍ଦ୍ଧ୍ବ କିସମର କୋବି ଚାଷ କରିଛନ୍ତି । ପ୍ରଥମେ ୟୁଟ୍ୟୁବରୁ ଦେଖି ରଙ୍ଗୀନ କୋବି ଚାଷ କରିବା ପାଇଁ ମନ ବଳାଇଥିଲେ ସେ । ଏହାପରେ ଭୁବନେଶ୍ବରସ୍ଥିତ କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟ (ଓୟୁଏଟି)ରୁ ପ୍ରଥମ କୋବି ମଞ୍ଜି ସଂଗ୍ରହ କରି ନିଜ ବାଡିରେ ଚାରା ପକାଇଥିଲେ । ଏଥିରେ କେବଳ ଗୋବର ଖତ, ଜିଆ ସାର, କମ୍ପୋଷ୍ଟ ସହ ଜୈବିକ ଖତ ଦେଇ ଚାଷ କରିଥିବା ବେଳେ କୌଣସି ରାସାୟନିକ ସାର ପ୍ରୟୋଗ କରିନଥିଲେ । ତେବେ ସବୁଠାରୁ ବଡକଥା ହେଲା କୋବିରେ ଗୋଟିଏ ମଧ୍ୟ ପୋକ ଲାଗିନଥିବା ବେଳେ ଦେଖିବାକୁ ମଧ୍ୟ ସତେଜ ଲାଗୁଛି । ବଣାଇଁ ସପ୍ତାହିକି ହାଟରେ ମଧ୍ୟ ଏହାର ଚାହିଦା ଅଧିକ ରହିଛି ।

ଜୈବିକ ପଦ୍ଧତି ଏବଂ ଅଦମ୍ୟ ପ୍ରଚେଷ୍ଟା ବଳରେ ଆଜିର ଦିନରେ ସେ ରଙ୍ଗବରେଙ୍ଗର କୋବି ଫଳାଇବାରେ ସକ୍ଷମ ହୋଇପାରିଛନ୍ତି । ରଙ୍ଗବେରଙ୍ଗର କୋବି ଦେଖିବା ପାଇଁ ସ୍ଥାନୀୟ ଲୋକଙ୍କ ଭିଡ ଜମୁଛି । ଏହି ଚାଷ ଦେଖିବାକୁ ଏବଂ ଅନୁଧ୍ୟାନ କରିବାପାଇଁ ଓ.ୟୁ.ଏ.ଟି କୃଷି ବୈଜ୍ଞାନିକ ମାନେ ମଧ୍ୟ ଆସୁଛନ୍ତି । ଚାକିରି ସହ ଦକ୍ଷଚାଷୀ ଭାବେ ପରିଗଣିତ ହୋଇଛନ୍ତି ଉତ୍ତମ । ତାଙ୍କର ଏଭଳି କାର୍ଯ୍ୟରେ ଅନୁପ୍ରାଣିତ ହୋଇ ଯୁବପୀଢି କୃଷି କ୍ଷେତ୍ରରେ ମନୋନିବେଶ କରିବେ ବୋଲି ଆଶା କରାଯାଉଛି ।

ଇଟିଭି ଭାରତ, ସୁନ୍ଦରଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.