ETV Bharat / state

ସୁନ୍ଦରଗଡ଼ରେ ଅଜଣା ଯୁବକ ମୃତଦେହ ଠାବ ଘଟଣା, ମିଳୁନି ମୃତକଙ୍କ ପରିଚୟ - ସୁନ୍ଦରଗଡ଼ ଅଜଣା ଯୁବକ ମୃତଦେହ ଠାବ ଘଟଣା

ସୁନ୍ଦରଗଡ଼ ଟାଉନ ଥାନା ଅନ୍ତର୍ଗତ ଫିଟିଙ୍ଗ ପଡା ଛକ ନିକଟ ରାଜ୍ୟ ରାଜପଥ- 10 କଡରେ ଜଣେ ଅଜଣା ଯୁବକଙ୍କ ମୃତଦେବ ଠାବ ହୋଇଥିଲା । 24 ଘଣ୍ଟା ବିତି ଯାଇଥିଲେ ମଧ୍ୟ ଯୁବକଙ୍କ ପରିଚୟ ଏପର୍ଯ୍ୟନ୍ତ ଖୋଜି ପାଇପାରିନାହାନ୍ତି ପୋଲିସ । ଅଧିକ ପଢନ୍ତୁ...

ସୁନ୍ଦରଗଡ଼ ଅଜଣା ଯୁବକ ମୃତଦେହ ଠାବ ଘଟଣା
ସୁନ୍ଦରଗଡ଼ ଅଜଣା ଯୁବକ ମୃତଦେହ ଠାବ ଘଟଣା
author img

By

Published : Jul 6, 2021, 7:53 AM IST

ସୁନ୍ଦରଗଡ: ରାସ୍ତା କଡରୁ ଯୁବକଙ୍କ ମୃତଦେହ ମିଳିବା ଘଟଣା । 24 ଘଣ୍ଟା ବିତି ଯାଇଥିଲେ ମଧ୍ୟ ଯୁବକଙ୍କ ପରିଚୟ ଏପର୍ଯ୍ୟନ୍ତ ଖୋଜି ପାଇପାରିନାହାନ୍ତି ପୋଲିସ । ରବିବାର ସୁନ୍ଦରଗଡ଼ ଟାଉନ ଥାନା ଅନ୍ତର୍ଗତ ଫିଟିଙ୍ଗ ପଡା ଛକ ନିକଟ ରାଜ୍ୟ ରାଜପଥ- 10 କଡରେ ଜଣେ ଅଜଣା ଯୁବକଙ୍କ ମୃତଦେବ ଠାବ ହୋଇଥିଲା । ଯୁବକଙ୍କୁ କାଠ ଫାଳିଆରେ ମାଡ ମାରି ହତ୍ୟା କରାଯାଇଥିବା କଥା ପୋଲିସ ତାର ପ୍ରାଥମିକ ତଦନ୍ତରେ ପ୍ରକାଶ କରିଥିଲା ।ମିଳିଥିବା ସୂଚନା ଅନୁସାରେ , ରବିବାର ସକାଳ ପ୍ରାୟ 9ଟା ସମୟରେ ଘଟଣା ଲୋକ ଲୋଚନକୁ ଆସିଥିଲା । ଜଣେ ଯୁବକଙ୍କ ମୃତେଦହ ପଡିଥିବା ଦେଖି ସ୍ଥାନୀୟ ଲୋକେ ଟାଉନ ଥାନାକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । କେତେ ଖଣ୍ଡ କାଠ ଫାଳିଆ ମୃତଦେହ ଠାରୁ କିଛି ଦୂରରେ ପଡିଥିବା ପୋଲିସର ନଜରକୁ ଆସିବାପରେ ସାଇଣ୍ଟିଫିକ ଟିମ ସାହାଯ୍ୟରେ ପୋଲିସ ଅଧିକ ତଦନ୍ତ ଆରମ୍ଭ କରିଛି ।

ମୃତ ବ୍ୟକ୍ତି ଜଣଙ୍କ ମୁସଲିମ ସମ୍ପ୍ରଦାୟର ବୋଲି ପୋଲିସ ତାର ପ୍ରାଥମିକ ତଦନ୍ତରେ କହିଛି । ମୃତକଙ୍କ ପରିଚୟ ନ ମିଳିବାରୁ ପୋଲିସ ଅନ୍ୟ ଉପାୟ ନ ପାଇ ମୃତଦେହକୁ ସୁନ୍ଦରଗଡ ମର୍ଚ୍ୟୁରୀ ହାଉସରେ(ମୃତଦେହ ସଂରକ୍ଷଣ ଗୃହ)ରେ ରଖି ତଦନ୍ତ ଜାରି ରଖିଛି । ଘଟଣାକୁ 24 ଘଣ୍ଟା ଅତିବାହିତ ହୋଇଥିବା ବେଳେ ମୃତକଙ୍କ ବିଷୟରେ ପୋଲିସକୁ ଏ ପର୍ଯ୍ୟନ୍ତ କୌଣସି ସୂଚନା ମିଳିପାରି ନାହିଁ । 72 ଘଣ୍ଟାର ଅବଧି ପରେ ସେହ ମୃତଦେହର ବ୍ୟବଛେଦ କରାଯିବ । ଯଦି କେହି ଏହି ମୃତକଙ୍କ ପରିଚୟ ବିଷୟରେ ଜାଣିଥାନ୍ତି ବା ଜାଣିବାକୁ ପାଆନ୍ତି ତେବେ ଏହି ଦୁଇଟି ମୋବାଇଲ ନମ୍ବର ( 9438772353 / 9437226956 )ରେ ସୂଚନା ଦେବା ପାଇଁ ଟାଉନ ଥାନା ଅଧିକାରୀ ଅନୁରୋଧ କରିଛନ୍ତି ।

ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର , ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.