ETV Bharat / state

ମଝି ସମୁଦ୍ରରେ ବନ୍ଧା ପଡିଛନ୍ତି ଦାଦନ, ଉଦ୍ଧାର ପାଇଁ ଭିଡିଓ ପଠାଇ କଲେ ଗୁହାରି - ଉଦ୍ଧାର ପାଇଁ ଭିଡିଓ ଜରିଆରେ ଗୁହାରି କଲେ ଦାଦନ

ପୁଣି ଦାଦନ ଦୁଃଖ । ସମୁଦ୍ର ମଧ୍ୟରେ ବନ୍ଧକ ପଡିଛନ୍ତି ଦାଦନ ଶ୍ରମିକ । ଉଦ୍ଧାର କରିବା ପାଇଁ ଭିଡିଓ ମାଧ୍ୟମରେ ସରକାରଙ୍କୁ କଲେ ଗୁହାରି । ଅଧିକ ପଢନ୍ତୁ

ସମୁଦ୍ର ମଧ୍ୟରେ ବନ୍ଧକ ପଡିଛନ୍ତି ଦାଦନ ଶ୍ରମିକ

author img

By ETV Bharat Odisha Team

Published : Oct 5, 2023, 10:40 PM IST

ସମୁଦ୍ର ମଧ୍ୟରେ ବନ୍ଧକ ପଡିଛନ୍ତି ଦାଦନ ଶ୍ରମିକ

ରାଉରକେଲା: ପୁଣି ସାମ୍ନାକୁ ଆସିଲା ଦାଦନ ଦୁଃଖର ଆଉ ଏକ କରୁଣ କାହାଣୀ । ଦାଦନ ଖଟିବାକୁ ଯାଇ ଗଭୀର ସମୁଦ୍ରରେ ବନ୍ଧକ ପଡିଛନ୍ତି ଓଡିଆ ଯୁବକମାନେ । ସମୁଦ୍ର ମଝିରେ ଫସି ରହିଛନ୍ତି 9 ଜଣ ଯୁବକ । ମହାରାଷ୍ଟ୍ରର ଦେବଗାଡ଼କୁ କାମ କରିବାକୁ ଯାଇ ମଝି ସମୁଦ୍ରରେ ବନ୍ଧା ପଡ଼ିଛନ୍ତି ରାଉରକେଲା ବନ୍ଧମୁଣ୍ଡା ଅଞ୍ଚଳର ୯ ଜଣ ଯୁବକ । ତେବେ ଦାଦନ ଖଟିବାକୁ ଯାଇ ବର୍ତ୍ତମାନ ବନ୍ଧା ପଡ଼ିଥିବା ଭିଡିଓ ଜରିଆରି କହିବା ସହ ଉଦ୍ଧାର କରିବା ପାଇଁ ସରକାରଙ୍କୁ ଗୁହାରି କରିଛନ୍ତି ।

ଭିଡିଓ ଜରିଆରେ ଗୁହାରି କରୁଥିବା ଯୁବକମାନେ କହିଛନ୍ତି, ‘‘ ଆମେ ଦାଦନ ଖଟିବା ପାଇଁ ମହାରାଷ୍ଟ୍ରର ଦେବଗଡ଼କୁ ଯାଇଥିଲୁ । ସେଠାରେ ଏକ ମାଛ ଧରା କାମରେ ଆମକୁ ଦଲାଲ ନିୟୋଜିତ କରିଥିଲା । ହେଲେ ଏବେ ଦଲାଲ ଜଣକ ଟଙ୍କା ନେଇ ଆଉ କୌଣସି ସମ୍ପର୍କ ନରଖି ଫେରାର ମାରିଛି । ସେମାନଙ୍କୁ ଗଭୀର ସମୁଦ୍ରରେ ମାଛ ଧରିବା ସହ ସମୁଦ୍ରରେ ମାସ ମାସ ଧରି ରହିବାକୁ ବାଧ୍ୟ କରାଯାଉଛି । ଟ୍ରଲର ମାଲିକମାନେ ସେମାନଙ୍କୁ ଠିକ୍‌ ଭାବେ ଖାଇବାକୁ ଦେଉନାହାନ୍ତି । ପ୍ରତିବାଦ କଲେ ଟ୍ରେଲର ମାଲିକ ଓ ଅନ୍ୟ କର୍ମଚାରୀମାନେ ଓଲଟା ସେମାନଙ୍କୁ ଧମକ ଚମକ ଦେଉଛନ୍ତି । ସେମାନଙ୍କ ଜୀବନ ପ୍ରତି ବିପଦ ରହିଛି । ଦଲାଲ ଜଣକ ମାସିକ ୧୫ ହଜାର ଟଙ୍କା, ଖାଇବା ଓ ରହିବା ମାଗଣା ଲୋଭ ଦେଖାଇ ଆମକୁ ଆଣି ଏଠାରେ ଛାଡି ଦେଇ ପଳାଇଛି । ଏବେ ଘରକୁ ଯିବାକୁ ପାଖରେ ଟଙ୍କା ନାହିଁ । ଆମକୁ ସରକାର ଉଦ୍ଧାର କରିବା ପାଇଁ ଅମେ ଗୁହାରୀ କରୁଛୁ । ’’

ଏହା ମଧ୍ୟ ପଢନ୍ତୁ.. ପୁଣି ଦାଦନ ମୃତ୍ୟୁ: ପୁଅର ମୃତଦେହ ଫେରିବା ବାଟକୁ ଚାହିଁ ବସିଛି ପରିବାର

ବନ୍ଧା ପଡ଼ିଥିବା ୯ ଯୁବକଙ୍କ ଆକୁଳ ନିବେଦନ ସମ୍ପର୍କିତ ଭିଡ଼ିଓ ପରିବାର ଲୋକଙ୍କୁ ପଠାଇଛନ୍ତି । ତେବେ ପରିବାର ଲୋକଙ୍କ ଠାରେ ଭିଡ଼ିଓ ପହଞ୍ଚିିବା ପରେ ବର୍ତ୍ତମାନ ଘଟଣା ସାମ୍ନାକୁ ଆସିଛି । ତେବେ ବନ୍ଧା ପଡ଼ିଥିବା ଯୁବକମାନେ ହେଲେ ବନ୍ଧମୁଣ୍ଡା ତିଲକା ନଗରର ସ୍ନେହାଂଶୁ ପଲ, ଡିକୁ ସୋରେନ୍‌, ଗୟା ସିଂହ, ରାକେଶ ପ୍ରସାଦ, ବିକାଶ ବରୁଆ, ଆଲୋକ ବରୁଆ, ଅଭିନାଶ ନାଗ, ଗୁଡୁ ନାଗ ଓ ଆକାଶ ସନ୍ୟାସୀ । କାମ ଦେବା ନାଁରେ ଦଲାଲ ଆମକୁ ବିକ୍ରି କରିଦେଇଥିବା ଅଭିଯୋଗ କରିଛନ୍ତି ଯୁବକମାନେ । ତେବେ ତୁରନ୍ତ ଯୁବକମାନଙ୍କୁ ସହାୟତା କରିବା ପାଇଁ ପରିବାର ଲୋକେ ଦାବି କରିଛନ୍ତି ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.