ETV Bharat / state

ଦୁର୍ଘଟଣାରେ ପ୍ରାଣ ହରାଇଥିଲେ ଯବାନ, ରାଷ୍ଟ୍ରୀୟ ସମ୍ମାନ ସହ ଶେଷକୃତ୍ୟ ସମ୍ପନ୍ନ - ସୁନ୍ଦରଗଡ଼ରେ ରାଷ୍ଟ୍ରୀୟ ସମ୍ମାନ ସହ ଶେଷକୃତ୍ୟ ସମ୍ପନ୍ନ

କୁଆଁରମୁଣ୍ଡା ବ୍ଲକ ଝାରବେଡା ପଞ୍ଚାୟତର କାରୀଛାପଲ ଗାଁରେ ରାଷ୍ଟ୍ରୀୟ ସମ୍ମାନ ସହ ଯବାନ ମୁନ୍ନା ଓରାମଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଅଧିକ ପଢ଼ନ୍ତୁ

ଦୁର୍ଘଟଣାରେ ପ୍ରାଣ ହରାଇଥିଲେ ଯବାନ,  ରାଷ୍ଟ୍ରୀୟ ସମ୍ମାନ ସହ ଶେଷକୃତ୍ୟ ସମ୍ପନ୍ନ

author img

By

Published : Jan 17, 2022, 10:49 PM IST

ସୁନ୍ଦରଗଡ଼: କୁଆଁରମୁଣ୍ଡା ବ୍ଲକ ଝାରବେଡା ପଞ୍ଚାୟତର କାରୀଛାପଲ ଗାଁରେ ରାଷ୍ଟ୍ରୀୟ ସମ୍ମାନ ସହ ଯବାନ ମୁନ୍ନା ଓରାମଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ନବମ ବାଟାଲିୟନ ଜେନେରାଲ ମୁନ୍ନା ଓରାମଙ୍କୁ ସମ୍ମାନ ଜଣାଇଛନ୍ତି । ଭାରତୀୟ ସେନାବାହିନୀର ଲଦାଖ ଡିଭିଜନର ନାଶିକ ଆର୍ଟ୍ରିରେ କାର୍ଯ୍ୟରତ ଥିଲେ ମୁନ୍ନା । ଘରକୁ ଛୁଟିରେ ଫେରୁଥିବାବେଳେ ଏକ ଟ୍ରେନ ଦୁର୍ଘଟଣାରେ ତାଙ୍କ ପ୍ରାଣହାନୀ ହୋଇଥିଲା । ଏହାପରେ ଆଜି ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି ।

ଦୁର୍ଘଟଣାରେ ପ୍ରାଣ ହରାଇଥିଲେ ଯବାନ, ରାଷ୍ଟ୍ରୀୟ ସମ୍ମାନ ସହ ଶେଷକୃତ୍ୟ ସମ୍ପନ୍ନ
ମୁନ୍ନା ନାଶିକରୁ ଘରକୁ ଟ୍ରେନ୍‌ ଯୋଗେ ଆସୁଥିବାବେଳେ ରବିବାର ବିଳମ୍ବିତ ରାତିରେ ସୁନ୍ଦରଗଡ ଜିଲ୍ଲା ଢାଗୋରା ଷ୍ଟେସନ ନିକଟରେ ଟ୍ରେନରୁ ହଠାତ୍ ଗଳି ପଡ଼ିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ହେମଗିର ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା । ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହେବାରୁ ପରେ ସୁନ୍ଦରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା । ତେବେ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଯବାନଙ୍କ ମୃତ୍ୟୁ ଖବର ମିଳିବା ପରେ ରାଜଗାଙ୍ଗପୁର GRP ପୋଲିସ ସୁନ୍ଦରଗଡ ଚିକିତ୍ସାଳୟରେ ପହଞ୍ଚି ପରିବାର ଲୋକଙ୍କୁ ଖବର ଦେବା ସହ ମୃତଦେହର ବ୍ୟବଚ୍ଛେଦ କରାଇଥିଲା ।

ମୁନ୍ନା ଓରାମଙ୍କ ଶେଷ ଯାତ୍ରାରେ ନବମ ବାଟାଲିୟନ ଜେନେରାଲ ସାମିଲ ହୋଇଥିଲେ । ତେବେ ଏଥିରେ କୌଣସି ପ୍ରଶାସନିକ ଅଧିକାରୀ କିମ୍ବା ଜନ ପ୍ରତିନିଧି ସାମିଲ ହୋଇନଥିଲେ । ତାଙ୍କ ପରିବାର ବର୍ଗ ଓ ସାହି ପଡ଼ିଶା ଲୋକେ ମୁନ୍ନାଙ୍କୁ ସମାଧି ଦେଇଥିଲେ । ମୁନ୍ନାଙ୍କ ଦେହାନ୍ତ ପରେ ତାଙ୍କ ପତ୍ନୀ, କୁନିପୁଅ ଓ ବୁଢ଼ା ବାପା ମାଆ ଅସହାୟ ହୋଇ ପଡ଼ିଛନ୍ତି ।

ସୁନ୍ଦରଗଡ଼ରୁ ହରିହର ଦାସମହାପାତ୍ର, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.