ETV Bharat / state

ବଣାଇରେ ସୁଦକ୍ଷ କୋଚିଂ ସେଣ୍ଟରର ଶୁଭାରମ୍ଭ - ସୁଦକ୍ଷ କାର୍ଯ୍ୟକ୍ରମ

ପ୍ରତିଯୋଗିତାମୂଳକ ପରୀକ୍ଷା ପ୍ରସ୍ତୁତି ପାଇଁ ବଣାଇରେ ଖୋଲିଲା "ସୁଦକ୍ଷ" କୋଚିଂ କେନ୍ଦ୍ର। ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହାର ଶୁଭାରମ୍ଭ ହୋଇଛି । ଅଧିକ ପଢ଼ନ୍ତୁ...

sudakhya coaching center started at sundargarh bonai
ବଣାଇରେ ସୁଦକ୍ଷ କୋଚିଂ ସେଣ୍ଟରର ଶୁଭାରମ୍ଭ
author img

By

Published : Feb 11, 2021, 9:45 PM IST

ସୁନ୍ଦରଗଡ଼: ପ୍ରତିଯୋଗିତାମୂଳକ ପରୀକ୍ଷା ପ୍ରସ୍ତୁତି ପାଇଁ ବଣାଇରେ ଖୋଲିଲା "ସୁଦକ୍ଷ" କୋଚିଂ କେନ୍ଦ୍ର। ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହାର ଶୁଭାରମ୍ଭ ହୋଇଛି। ସୁନ୍ଦରଗଡ଼ ଓ ରାଉରକେଲା ପରେ ବଣାଇରେ ସୁଦକ୍ଷର ତୃତୀୟ କୋଚିଂ କେନ୍ଦ୍ର ଆରମ୍ଭ ହୋଇଛି। ଏଠାରେ ଜିଲ୍ଲାର ଶିକ୍ଷିତ ଯୁବକ ଯୁବତୀମାନେ ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହୋଇପାରିବେ । ବଣାଇ ଦେଓଗାଁରେ ଏହି କୋଚିଂ କେନ୍ଦ୍ରକୁ ଉଦଘାଟନ କରିଛନ୍ତି ଉପଜିଲ୍ଲାପାଳ ପ୍ରଦୀପ କୁମାର ଡାଙ୍ଗ।

ବଣାଇରେ ସୁଦକ୍ଷ କୋଚିଂ ସେଣ୍ଟରର ଶୁଭାରମ୍ଭ
ବଣାଇରେ ସୁଦକ୍ଷ କୋଚିଂ ସେଣ୍ଟରର ଶୁଭାରମ୍ଭ

‘ସୁଦକ୍ଷ’ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରାର୍ଥୀମାନଙ୍କୁ ବ୍ୟାଙ୍କିଂ, ଷ୍ଟାଫ୍ ସିଲେକ୍ସନ୍‌, ରେଲୱେ, ଆର୍ମି, ଏୟାରଫୋର୍ସ, ନାଭାଲ୍‌, ଓଡ଼ିଶା ପୋଲିସ, ଅର୍ଦ୍ଧସାମରିକ ବାହିନୀ ଏବଂ ବୀମା କ୍ଷେତ୍ରରେ ପ୍ରତିଯୋଗିତାମୂଳକ ପରୀକ୍ଷା ଲାଗି ମାଗଣାରେ କୋଚିଂ ଦିଆଯାଉଛି । ଖାଲି ସେତିକି ନୁହଁ, ପ୍ରଶାସନ ପକ୍ଷରୁ ପ୍ରାର୍ଥୀମାନଙ୍କୁ ମାଗଣାରେ ହଷ୍ଟେଲରେ ରହିବା, ଖାଇବା ପିଇବା ସହ ୟୁନିଫର୍ମ ପ୍ରଦାନ କରାଯାଉଛି । ଏହି କାର୍ଯ୍ୟକ୍ରମ ପାଇଁ ସୁନ୍ଦରଗଡ଼ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଆର୍ଥିକ ସହାୟତା ଯୋଗାଇ ଦେଉଛି। ସେହିଭଳି ନିୟତି ଫାଉଣ୍ଡେସନ ସହଯୋଗୀ ସଂସ୍ଥା ଭାବେ ଏହାର ପରିଚାଳନା ଦାୟିତ୍ବ ନେଇଛି ।

ବଣାଇରେ ସୁଦକ୍ଷ କୋଚିଂ ସେଣ୍ଟରର ଶୁଭାରମ୍ଭ
ବଣାଇରେ ସୁଦକ୍ଷ କୋଚିଂ ସେଣ୍ଟରର ଶୁଭାରମ୍ଭ

ସୁନ୍ଦରଗଡ଼ ଜିଲ୍ଲାର ଯୁକ୍ତ ଦୁଇ ବା ସ୍ନାତକ ପାସ୍ କରିଥିବା ଯୁବକ ଯୁବତୀଙ୍କୁ ମାଗଣାରେ କୋଚିଂ ଦେବା ପାଇଁ ସୁଦକ୍ଷ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଜିଲ୍ଲାର ବହୁ ମେଧାବୀ ତଥା ଗରିବ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ଆବଶ୍ୟକ କୋଚିଂ ଓ ତାଲିମ ଦେଇ ସେମାନଙ୍କ କ୍ୟାରିୟର ସ୍ବପ୍ନକୁ ସଫଳ କରାଇବା ହେଉଛି ସୁଦକ୍ଷର ମୂଳ ଲକ୍ଷ୍ୟ ।

ବଣାଇର ସୁଦକ୍ଷ କୋଚିଂ କେନ୍ଦ୍ରର ଉଦଘାଟନୀ କାର୍ଯ୍ୟକ୍ରମରେ ଡିଏମଏଫ ଜୀବିକା ବିଶେଷଜ୍ଞ ଅଞ୍ଜନ କୁମାର ପଣ୍ଡା, ନିୟତି ଫାଉଣ୍ଡେସନର ଅଧ୍ୟକ୍ଷ ନିର୍ମଳ କୁମାର ପଣ୍ଡା ଓ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଇତିଶ୍ରୀ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ ।

ସୁନ୍ଦରଗଡ଼ରୁ ହରିହର ଦାସମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.