ETV Bharat / state

Sub junior Womens Hockey National Championship: ହରିୟାଣା ଚମ୍ପିଆନ୍, ତୃତୀୟରେ ଓଡିଶା

author img

By

Published : May 15, 2023, 8:46 AM IST

ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମରେ ମେ 4ରୁ ଆରମ୍ଭ ହୋଇଥିବା ଉପ କନିଷ୍ଠ ଜାତୀୟ ମହିଳା ହକି ଚମ୍ପିଆନସିପ ଶେଷ ହୋଇଛି । ହରିୟାଣା ଚମ୍ପିଆନ ହୋଇଥିବାବେଳେ ତୃତୀୟ ସ୍ଥାନରେ ରହିଛି ଓଡିଶା । ଅଧିକ ପଢନ୍ତୁ

Sub junior Hockey National Championship
କାଂସ୍ୟ ପଦକ ବିଜେତା ଓଡିଶା ଦଳ
ହରାୟାଣା ଚମ୍ପିଆନ୍, ତୃତୀୟରେ ଓଡିଶା

ରାଉରକେଲା: ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ମେ’ 4ରୁ ଆରମ୍ଭ ହୋଇଥିବା 13ତମ ଉପ କନିଷ୍ଠ ମହିଳା ଜାତୀୟ ହକି ଚମ୍ପିଆନସିପ ଶେଷ ହୋଇଛି । ହରିୟାଣା ପ୍ରଥମ ସ୍ଥାନ ଅଧିକାର କରି ଚମ୍ପିଆନ ହୋଇଥିବା ବେଳେ ଝାଡ଼ଖଣ୍ଡ ଦ୍ବିତୀୟ ଓ ଓଡିଶା ତୃତୀୟ ସ୍ଥାନରେ ରହି ତାର ଅଭିଯାନ ଶେଷ କରିଛି । ଉତ୍ତରପ୍ରଦେଶ ହକି ଦଳକୁ ପରାସ୍ତ କରିବା ପରେ ଓଡ଼ିଶାର ହକି ଆସୋସିଏସନଏହି ଟୁର୍ଣ୍ଣାମେଣ୍ଟରେ ତୃତୀୟ ସ୍ଥାନ ଅଧିକାର କରି ବ୍ରୋଞ୍ଜ ପଦକ ହାସଲ କରିଛି । ଉତ୍ତରପ୍ରଦେଶ ହକି ଦଳ ଚତୁର୍ଥ ସ୍ଥାନ ଅଧିକାର କରିଛି ।

ଫାଇନାଲରେ ଝାଡଖଣ୍ଡକୁ 3-2 ଗୋଲରେ ପରାସ୍ତ କରି ଚମ୍ପିଆନ ହୋଇଛି ହରିୟାଣା । ବିଜୟୀ ଦଳ ପକ୍ଷରୁ ଭବ୍ୟା ଦୁଇଟି ଗୋଲ ସ୍କୋର କରିଥିଲେ । ଶନିବାର ଖେଳାଯାଇଥିବା ସେମିଫାଇନାଲ ଫଳାଫଳ ସୁଟଆଉଟ ହୋଇଥିଲା । ଏଥିରେ ହରିୟାଣା 3-1 ଗୋଲରେ ଆୟୋଜକ ଓଡିଶାକୁ ଏବଂ ଝାଡଖଣ୍ଡ 2-1 ଗୋଲରେ ୟୁପିକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲା । ଫାଇନାଲରେ ହରିୟାଣା ଓ ଝାଡଖଣ୍ଡ ମଧ୍ୟରେ ମୁକାବିଲା ହୋଇଥିଲା । ଏଥିରେ ବାଜି ମାରି ନେଇଛି ହରିୟାଣା । 3-2 ଗୋଲରେ ବିଜୟ ହାସଲ କରିଥିଲା ହରିୟାଣା ।

ଓଡିଶାକୁ ତୃତୀୟ ସ୍ଥାନ: ଏହି ଟୁର୍ଣ୍ଣାମେଣ୍ଟରେ ଓଡିଶା ବିଜୟରୁ ଅଭିଯାନ ଆରମ୍ଭ କରିଥିଲା । 11 ଦିନ ଧରି ଚାଲିଥିବା ଏହି ଚମ୍ପିଆନସିପରେ ୨୮ଟି ଜାତୀୟ ଦଳ ଭାଗ ନେଇଥିଲେ । ଆୟୋଜକ ଓଡିଶା ପୁଲ-ଇରେ ରହିଥିଲା । କେରଳ ବିପକ୍ଷରେ ବୃହତ ବିଜୟ ହାସଲ କରି ଏକତରଫା ବିଜୟ ହାସଲ କରିଥିଲା ଓଡିଶା । 20-0ରେ କେରଳକୁ ପରାସ୍ତ କରିଥିଲା । ବ୍ରୋଞ୍ଜ ପଦକ ମୁକାବିଲାରେ ଓଡିଶା ସୁଟଆଉଟରେ ଉତ୍ତର ପ୍ରଦେଶକୁ ପରାସ୍ତ କରିଥିଲା । ନିର୍ଦ୍ଧାରିତ ସମୟରେ ମ୍ୟାଚ 1-1ରେ ବରାବର ରହିଥିଲା । ଏହା ପରେ ସୁଟ ଆଉଟରେ ଉତ୍ତରପ୍ରଦେଶର ରଶ୍ମୀ ରାଇକୱାଇ 6 ମିନିଟରେ ଏବଂ ଓଡିଶାର ସୋନାଲି ଏକ୍କା 43 ମିନିଟରେ ଗୋଲ କରିଥିଲେ । ଘରୋଇ ଦଳ 4-3 ଗୋଲରେ ବିଜୟ ହାସଲ କରି ତୃତୀୟ ସ୍ଥାନରେ ରହିଥିଲା । ଟୁର୍ଣ୍ଣାମେଣ୍ଟରେ ଓଡିଶାକୁ ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ହେବାକୁ ପଡିଛି ।

ଏହା ବି ପଢନ୍ତୁ...IPL 2023: ଚେପକରେ ଚେନ୍ନାଇକୁ ଚକମା ଦେଲା କୋଲକାତା

ହକି ଇଣ୍ଡିଆ ପକ୍ଷରୁ ଜାତୀୟ ହକି ଚମ୍ପିଆନସିପ ଆୟୋଜନ ହେଉଛି । ଉପ କନିଷ୍ଠ ମହିଳା ଜାତୀୟ ହକି ଚମ୍ପିଆନସିପ ଶେଷ ହୋଇଛି । ଏହା ପରେ ମେ 18 - ମେ 28 ଯାଏ ପୁରୁଷ ଜାତୀୟ ଚମ୍ପିଆନସିପ୍ ଅନୁଷ୍ଠିତ ହେବ ।

ଇଟିଭି ଭାରତ, ସୁନ୍ଦରଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.