ETV Bharat / state

ଆଉ କେତେ ଦିନ ? ବିପଦପୂର୍ଣ୍ଣ ଭାବେ ନାଳ ପାର ହୋଇ ସ୍କୁଲ ଯାଉଛନ୍ତି ପିଲାଏ - କପରଣ୍ଡା ନ୍ୟୁଜ

ବିପଦପୂର୍ଣ୍ଣ ଭାବେ ନାଳ ପାର ହୋଇ ସ୍କୁଲ ଯାଆନ୍ତି କୁନିକୁନି ଛାତ୍ରଛାତ୍ରୀ । ଜଣେ କି 2ଜଣ ନୁହେଁ 15ରୁ 16ଜଣ ପିଲା ଏମିତି ପ୍ରତିଦିନ ଯାଇଥାନ୍ତି ସ୍କୁଲ । ଏହି କୋମଳମତି ପିଲାଏ ହେଲେ, ସୁନ୍ଦରଗଡ ଜିଲ୍ଲା ବିଶ୍ରା ବ୍ଲକର କପରଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର । ଅଧିକ ପଢନ୍ତୁ...

student problem
author img

By

Published : Nov 19, 2019, 8:59 PM IST

Updated : Nov 19, 2019, 11:58 PM IST

ରାଉରକେଲା: କଳକାରଖାନା ସହିତ ଖଣିଜ ସମ୍ପଦରେ ପରିପୂର୍ଣ୍ଣ ସୁନ୍ଦରଗଡ ଜିଲ୍ଲା । ହେଲେ ଆଜିଯାଏଁ ଜିଲ୍ଲାରେ ଲାଗିରହିଛି ଅନେକ ସମସ୍ୟା । ତେବେ ରାସ୍ତା ସମସ୍ୟା କଥା ନକହିବା ଭଲ । ଯେଉଁଥି ପାଇଁ ନାହିଁ ନଥିବା ଦୁଃଖ ଭୋଗୁଛନ୍ତି ସ୍ଥାନୀୟବାସୀନ୍ଦା ।

ଖତ ଖାଉଛି ଅଧାଗଢା ପୋଲ, ବାଜିରେ ସ୍କୁଲ ପିଲାଙ୍କ ଜୀବନ

ତେବେ ରାସ୍ତା ସମସ୍ୟା ପାଇଁ ମଧ୍ୟ କଷ୍ଟ ଭୋଗୁଛନ୍ତି ଆଗାମୀକାଲିର ଭବିଷ୍ୟତ । ବିପଦପୂର୍ଣ୍ଣ ଭାବେ ରାସ୍ତା ଅତିକ୍ରମ କରି ନିତିଦିନ ଯାଉଛନ୍ତି ପାଠପଢି । ଏପରିକି ବର୍ଷା ଦିନେ ଜୀବନକୁ ବାଜି ଲଗାଇ ନାଳ ପାର ହୋଇ ଭବିଷ୍ୟତ ଗଢିବାକୁ ଯାଇଥାନ୍ତି କୁନିକୁନି ଛାତ୍ରଛାତ୍ରୀ । ଆମେ କହୁଛୁ ବିଶ୍ରା ବ୍ଲକର କପରଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠ ପଢୁଥିବା ପିଲାଙ୍କ କଥା ।

ଖବରମୁତାବକ, ବରସୁଆଁ ଓ କପରଣ୍ଡା ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହି ଅଞ୍ଚଳର ଯୋଗାଯୋଗକୁ ସୁବ୍ୟବସ୍ଥିତ କରିବା ଏବଂ ଏହାର ବିକାଶ ପାଇଁ ଆଇଟିଡିଏ ପକ୍ଷରୁ ଏକ ପୋଲ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ଏଥିପାଇଁ ଖର୍ଚ୍ଚ ହୋଇଛି 50ଲକ୍ଷ ଟଙ୍କା । ପୋଲ ନିର୍ମାଣ ଆରମ୍ଭ ହୋଇଥିଲା 2ବର୍ଷ ତଳେ । କିନ୍ତୁ ଏଯାଏଁ ପୋଲ ଅଧାଖଣ୍ଡିଆ ହୋଇ ପଡିରହିଛି । ତେଣୁ ପ୍ରତିଦିନ ବାଧ୍ୟହୋଇ 15ରୁ 16 ଜଣ ପିଲା ନାଳ ପାର ହୋଇ ସ୍କୁଲ ଯାଉଛନ୍ତି ।

ପିଲାମାନେ ବର୍ଷା ଦିନରେ ନାଳ ପାର ହୋଇ ସ୍କୁଲ ଯିବାସମୟରେ ଅନେକ ଥର ପାଣିରେ ବୁଡୁ ବୁଡୁ ଅଳ୍ପକେ ବର୍ତ୍ତିଥିବା କହିଛନ୍ତି । ମନରେ ଭୟ ଥିଲେ ବି ଭବିଷ୍ୟ ଉଜ୍ବଳ କରିବା ପାଇଁ ନାଳ ପାର ହେବାକୁ ପଡିଥାଏ ବୋଲି ସେମାନେ କହିଛନ୍ତି । ଆହୁରି ମଧ୍ୟ ଛାତ୍ରଛାତ୍ରୀ କହିଛନ୍ତି ଯେ, ନାଳରେ ପାଣି ବେଶି ଥିଲେ ଶିକ୍ଷକମାନେ ଓ ଗାଁ ଲୋକମାନେ ଆସି ନାଳ ପାର କରାଇବାରେ ସାହାଯ୍ୟ କରିଥାନ୍ତି । କୋମଳମିତି ଶିଶୁମାନେ ଅନୁରୋଧ କରିଛନ୍ତି ଯେ, ଏଥିପ୍ରତି ସରକାର ଶୀଘ୍ର ଦୃଷ୍ଟି ଦିଅନ୍ତୁ ।

ତେବେ ସରକାର ପଛୁଆ ଅଞ୍ଚଳର ବିକାଶ କରୁଛନ୍ତି ବୋଲି କହୁଛନ୍ତି । ବର୍ତ୍ତମାନ ସମୟରେ ମୋ ସରକାର ଏବଂ ‘5T’ ଆରମ୍ଭ ହୋଇଛି । ତେବେ ପୋଲ କାମ ଏଯାଏଁ କାହିଁକି ଅଧାରେ ଅଟକିଛି ବୋଲି ପ୍ରଶ୍ନ ଉଠିଛି । ଏହା ସହ କଣ ଅଘଟଣ ଘଟିବା ପରେ ସରକାରଙ୍କ ଚେତା ପଶିବ ବୋଲି କହିଛନ୍ତି ସ୍ଥାନୀୟ ଲୋକେ ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

Intro:spl story
ନାଳ ପାର କରି ଛାତ୍ରଛାତ୍ରୀ ଯାଉଛନ୍ତି ପାଠ ପଢିବା ପାଇଁ
କଲକରଖାନା ତଥା ଖଣି ସମ୍ପଦରେ ପରିପୂର୍ଣ ସୁନ୍ଦରଗଡ଼ ଜିଲ୍ଲା ରେ ଆଜି ମଧ୍ୟ ନାଳ ପର କରି ପାଠ ପଡିବା ପାଇଁ ଜିବା କୁ ବାଧ୍ୟ ହେଉଛନ୍ତି ଆଦିବାସୀ ପିଲା ମାନେ। itda ପୋଲ ନିର୍ମାଣ ଅଧା କରି ଛାଡି ଦେଇଛନ୍ତି। ଏହି ଚିତ୍ର ଦେଖି ଏହା ପ୍ରଶ ଉଠିବ ସ୍ୱାଭାବିକ କି ,ଆଦିବାସୀ ଅଧ୍ୟୁଷିତ ଏହି ଅଂଚଳ ର ବିକାଶ ପାଇଁ ସରକାରୀ ଭାବରେ ମିଛ ରେ ଦିମିଡ଼ିମି ପିତା ଚାଳଛି।ଆଦିବାସୀ ଜନପ୍ରତିନିଧି ମାନଙ୍କ ଚୁପ ରହିବ ଯୋଗୁ ତାଙ୍କ ପ୍ରତିନିଧିତ୍ଵ କୁ ନେଇ ମଧ ପ୍ରଶ୍ନ ଉଠୁଛୁ।

Body:ବିଶ୍ରା ବ୍ଲକ ର କପ୍ରଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ପାଠ ପଡିବ ପାଇଁ ବହୁତ ସଂଖ୍ୟା ରେ ଛାତ୍ର ଛାତ୍ରୀ ମାନେ ଆସନ୍ତି। ITDA 50 ଲକ୍ଷ ଟଙ୍କା ଖର୍ଚ୍ଚ କରି ପୋଲ ର କନେକଟିଂ ରୋଡ଼ କରି ନାହିଁ। ଏବେ ତ ଏହି ନାଳ ରେ ପାଣି କାମ ରହିଛି କିନ୍ତୁ ବର୍ଷ ଦିନ ରେ ପ୍ରାଣ କୁ ବାଜି
ଲଗାଇ ସ୍କୁଲ କୁ ଆସନ୍ତି ଛାତ୍ରଛାତ୍ରୀ ମାନେ। ଗ୍ରାମବାସୀ ତ କେତେ ବେଳେ ସ୍କୁଲ ର ଶିକ୍ଷକ ମନେ ନଦୀ ପାର କରିବାରେ ସହାୟତା କରନ୍ତି। ବହୁତ ଥର ବୁଡିବାରୁ ସେମାନେ ବଞ୍ଚିଥିବା କୁହନ୍ତି।

Conclusion:ସରକାର ମାଓ ପ୍ରବଣ ଅଂଚଳ ର ବିକାଶ କରୁଛନ୍ତି ବୋଲି କହୁଛନ୍ତି।5t ଚାଲିଛି ହେଲେ ପୋଲ କାମ ଠପ ହେଲା କାହିଁକି ତଥା ସବୁଠାରୁ ବଡ଼ କଥା ହେଉଛି କି ଅଘଟଣ ହେଲେ ସରକାର ନିଜ ମୁଣ୍ଡ ରେ ଦୋଷ ନେବେ ନ ଅଠା ଆହୁରି କାହାର ମୁଣ୍ଡ ରେ ବୋଲି ଦିଅ ଯିବ।ପୋଲ ନିର୍ମାଣ ସମୟ ରେ କେନ୍ଦ୍ର ରେ ଆଦିବାସୀ ମାନଙ୍କ ବିକାଶ ପାଇଁ ମନ୍ତ୍ରୀ ମଧ ଜୁଏଲ ଓରାମ ଥିଲେ। ସମସ୍ତଙ୍କ ଦୁର୍ଭାଗ୍ୟ ପିଲା ମାନଙ୍କୁ ନାଳ ପାର କରି ତଥା ପଡ଼ିବାକୁ ଜୋବାକୁ ପଡୁଛି।
ବାଇଟ-ହେଲେନ ସୋୟ, ଛାତ୍ରୀ
ବାଇଟ-ରାତି କୁମହାର,ଛାତ୍ରୀ
ବାଇଟ-ଆର କାନ୍ଦୁଲନ,ଛାତ୍ରୀ
ବାଇଟ- ଏସ ନାୟକ, ସରକାରୀ ଶିକ୍ଷକ
Last Updated : Nov 19, 2019, 11:58 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.