ETV Bharat / state

ରାଉରକେଲାରୁ ଚୋରି ଶିଶୁ ପଶ୍ଚିମବଙ୍ଗରୁ ଉଦ୍ଧାର, 3 ମହିଳା ସମେତ 4 ଗିରଫ

author img

By

Published : Dec 17, 2020, 10:19 PM IST

ରାଉରକେଲାରୁ ଚୋରି ହୋଇଥିବା ଶିଶୁ ପୁତ୍ରକୁ ପ୍ଲାଣ୍ଟ ପୋଲିସ ପଶ୍ଚିମବଙ୍ଗ ମେଦିନପୁରରୁ ଉଦ୍ଧାର କରିଛି । 3 ମହିଳାଙ୍କ ସମେତ 4 ଗିରଫ । ଅଧିକ ପଢନ୍ତୁ ....

ରାଉରକେଲାରୁ ଚୋରି ଶିଶୁ ପଶ୍ଚିମବଙ୍ଗରୁ ଉଦ୍ଧାର , 3 ମହିଳା ସମେତ ଜଣେ ପୁରୁଷ ଗିରଫ

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ରାଉରକେଲାରୁ ଚୋରି ହୋଇଥିବା ଶିଶୁ ପୁତ୍ରକୁ ରାଉରକେଲା ପ୍ଲାଣ୍ଟ ପୋଲିସ ପଶ୍ଚିମବଙ୍ଗ ମେଦିନପୁରରୁ ଉଦ୍ଧାର କରିଛି । ଏଥିରେ ସମ୍ପୃକ୍ତ 3 ମହିଳା ସମେତ ଜଣେ ପୁରୁଷକୁ ମଧ୍ୟ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ମାନେ ହେଲେ ଏସକେ ଆସରଫ ଅଲ୍ଲୀ, ମନଥାନ ବିବି, ସାନ୍ତିଆଗୋ ନାଟାଲ, ନିର୍ମଳ ଦାସ । ଗିରଫ ମାନଙ୍କ ମଧ୍ୟରୁ ଜଣେ ପଶ୍ଚିମବଙ୍ଗରୁ ଥିବାବେଳେ ଅନ୍ୟ 3 ଅଭିଯୁକ୍ତ ମାନେ ରାଉରକେଲା ଓ କେନ୍ଦ୍ରାପଡାରୁ ଥିବା ଜଣାପଡିଛି ।

ଘଟଣାକ୍ରମ ଅନୁଯାୟୀ ଶିଶୁ ପୁତ୍ରଟି ଗତ 4 ତାରିଖ ଦିନ ଗୋପବନ୍ଧୁପାଲି ଅଞ୍ଚଳରୁ ନିଖୋଜ ହୋଇଥିଲା । ଶିଶୁର ଘର ବ୍ରାହ୍ମଣୀ ତରଙ୍ଗ ଥାନା ବେଦବ୍ୟାସ ଅଞ୍ଚଳରେ ବୋଲି ଜଣାପଡିଛି । ଶିଶୁ ନିଖୋଜ ହେବା ପରେ ଘର ଲୋକ ବହୁ ଖୋଜାଖୋଜି କରି ମଧ୍ୟ ପାଇ ନଥିଲେ ।

ପରେ 12 ତାରିଖରେ ଶିଶୁର ବାପା ପ୍ଲାଣ୍ଟ ସାଇଟ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପ୍ଲାଣ୍ଟ ସାଇଟ ପୋଲିସ ତନାଘନା ଆରମ୍ଭ କରି ଥିଲା । ପରେ ଏକ ସ୍ବତନ୍ତ୍ର ପୋଲିସ ଟିମ ଗଠନ କରି ଟ୍ରାକିଂ କରି ଅଭିଯୁକ୍ତ ମାନଙ୍କୁ ଗିରଫ କରିଛି । ଅଭିଯୁକ୍ତଙ୍କୁ ଗିରଫ ହୋଇଥିବା କଥା ଅତିରିକ୍ତ ଏସପି ସୂଚନା ଦେଇଛନ୍ତି । ତେବେ ଶିଶୁଟିକୁ ଅପହରଣ ପରେ ବିକ୍ରି କରାଯାଇଥିବା କଥା ଅତିରିକ୍ତ ଏସପି ଅସୀମ ପଣ୍ଡା କହିଛନ୍ତି ।

ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.