ETV Bharat / state

ଖୁବଶୀଘ୍ର ସୁନ୍ଦରଗଡରେ ମେଡିକାଲ କଲେଜ ପାଇଁ ନିଷ୍ପତ୍ତି: ମୁଖ୍ୟ ଶାସନ ସଚିବ

author img

By

Published : Aug 7, 2021, 1:30 PM IST

Updated : Aug 8, 2021, 7:21 AM IST

ମୁଖ୍ୟ ଶାସନ ସଚିବ ଏବଂ ୫ଟି ସଚିବ ସୁନ୍ଦରଗଡ ଜିଲ୍ଲା ଗସ୍ତରେ ଆସି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଆଗାମୀ ଦିନରେ ଜିଲ୍ଲାରେ ଏକ ମେଡିକାଲ କଲେଜ ନିର୍ମାଣ ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେବେ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି । ଅଧିକ ପଢନ୍ତୁ...

ଖୁବଶୀଘ୍ର ସୁନ୍ଦରଗଡରେ ମେଡିକାଲ କଲେଜ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେବେ: ସୁରେଶ ମହାପାତ୍ର

ସୁନ୍ଦରଗଡ/ଭୁବନେଶ୍ବର: ଜିଲ୍ଲା ଗସ୍ତରେ ଆସିଛନ୍ତି ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏବଂ ୫ଟି ସଚିବ ଭିକେ ପାଣ୍ଡିଆନ । ଜିଲ୍ଲାର ବିଭିନ୍ନ ହସ୍ପିଟାଲ ବୁଲି କୋଭିଡ୍ ସ୍ଥିତି ସମୀକ୍ଷା କରିବା ସହ ଶିକ୍ଷା ପରିଚାଳନା ସ୍ଥିତି ବୁଲି ଦେଖିଛନ୍ତି ।

ଖୁବଶୀଘ୍ର ସୁନ୍ଦରଗଡରେ ଏକ ମେଡିକାଲ କଲେଜ ନିର୍ମାଣ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେବେ ବୋଲି ସୁରେଶ ମହାପାତ୍ର କହିଛନ୍ତି । ଏହି ଅବସରରେ ଏକ ବୈଠକ ଅନୁଷ୍ଠିତ ହୋଇଛି । ଜିଲ୍ଲାରେ ବିଭିନ୍ନ ଉନ୍ନତିକରଣ କାର୍ଯ୍ୟ ଉପରେ ସମୀକ୍ଷା କରାଯାଇଛି । ବାଇପାସ ରୋର୍ଡ, ଇଲେକ୍ଟ୍ରିସିଟି, ପାନୀୟଜଳ ସୁବିଧା, ସ୍ପୋର୍ଟ୍ସ ଆଦି ବିଭାଗରେ ଉନ୍ନତି ପାଇଁ ଅଧିକାରୀମାନଙ୍କ ସହ ଆଲୋଚନା କରାଯାଇଛି । ସମ୍ଭାବ୍ୟ ତୃତୀୟ ଲହରକୁ ଦୃଷ୍ଟିରେ ରଖି ହସ୍ପିଟାଲରେ ଆଇସିୟୁ ବେଡ୍, ପର୍ଯ୍ୟାପ୍ତ ସଂଖ୍ୟାରେ ଡାକ୍ତର ବୃଦ୍ଧି ଦିଗରେ ଉପରେ ଧ୍ୟାନ ଦିଆଯାଇଛି ।

ଜିଲ୍ଲାର 50ଟି ସରକାରୀ ହାଇସ୍କୁଲର ରୂପାନ୍ତର କାମ ଅକ୍ଟୋବର ସୁଦ୍ଧା କରାଯିବ ବୋଲି ନିଷ୍ପତ୍ତି ହୋଇଛି । ୫୦ଟି ହାଇସ୍କୁଲ ମଧ୍ୟରୁ ଏହି ସଚିବସ୍ତରୀୟ ଦଳ କିଞ୍ଜିରିମା ସରକାରୀ ହାଇସ୍କୁଲ ବୁଲି ଦେଖିଛନ୍ତି । ସ୍କୁଲର ବିଜ୍ଞାନଗାର, ଖେଳପଡିଆ ଓ ଅନ୍ୟାନ୍ୟ ଭିତ୍ତିଭୂମି ବୁଲି ଦେଖିବା ସହ ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟର ସମୀକ୍ଷା କରିଛନ୍ତି ।

ସୁନ୍ଦରଗଡ ସଦରର ଭବାନୀପୁରରେ ବାଲା ମଡେଲରେ ନିର୍ମିତ ଆଧୁନିକ ଅଙ୍ଗନବାଡୀ କେନ୍ଦ୍ର ମଧ୍ୟ ପରିଦର୍ଶନ କରିଛନ୍ତି । ଛୋଟ ଛୋଟ ପିଲାଙ୍କ ଶିକ୍ଷାକୁ ଆନନ୍ଦମୟ କରିବାପାଇଁ ବାଲା ମଡେଲରେ ସମ୍ପୂର୍ଣ୍ଣ ନୂଆ ଢାଞ୍ଚାରେ ଅଙ୍ଗନବାଡି କେନ୍ଦ୍ର ତିଆରି କରାଯାଇଛି । ଏହାର ଆସବାପତ୍ର ଓ କାନ୍ଥବାଡ ଠାରୁ ଆରମ୍ଭ କରି ପରିବେଶ ପିଲାଙ୍କ ଶିକ୍ଷା ପାଇଁ ଆକର୍ଷଣୀୟ କରାଯାଇଛି । ସୁନ୍ଦରଗଡ ଜିଲ୍ଲାରେ ଥିବା ସମସ୍ତ ଅଙ୍ଗନବାଡି କେନ୍ଦ୍ର ସହିତ ନୂଆ ଅଙ୍ଗନବାଡୀ କେନ୍ଦ୍ର ଗୁଡିକୁ ଏହି ବାଲା ମଡେଲରେ ନିର୍ମାଣ କରାଯାଉଛି ।

କୋଭିଡ ମହାମାରୀର ସମ୍ଭାବ୍ୟ ତୃତୀୟ ଲହରର ମୁକାବିଲା ପାଇଁ ସ୍ବାସ୍ଥ୍ୟ ଭିତ୍ତିଭୂମିର ପ୍ରସ୍ତୁତି ସମୀକ୍ଷା କରାଯାଇଛି । ବିଶେଷ କରି ଶିଶୁମାନଙ୍କ ଚିକିତ୍ସା ପାଇଁ ICU ତଥା ଆବଶ୍ୟକୀୟ ବ୍ୟବସ୍ଥା ସମ୍ପର୍କରେ ସୁନ୍ଦରଗଡସ୍ଥିତ NTPC କୋଭିଡ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରି ଅନୁଧ୍ୟାନ କରିଛନ୍ତି । ଏତଦ୍‌ବ୍ୟତୀତ ଜିଲ୍ଲାରେ କ୍ରୀଡା ଭିତ୍ତିଭୂମି ସମ୍ପର୍କରେ ମଧ୍ୟ ବୈଠକରେ ଆଲୋଚନା କରାଯାଇଛି ।

ଏହି କାର୍ଯ୍ୟକ୍ରମରେ ସୁନ୍ଦରଗଡର ଜିଲ୍ଲାପାଳ, ଏସ୍‌.ପି ଓ ଜିଲ୍ଲା ଗ୍ରାମ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ପ୍ରମୁଖ ଉପସ୍ଥିତ ଥିଲେ ।

ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର/ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

Last Updated : Aug 8, 2021, 7:21 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.