ରାଉରକେଲା: ରାଜ୍ୟ ସରକାରଙ୍କର ବିଦ୍ୟୁତ ଘରୋଇକରଣକୁ ବିରୋଧ । ପଶ୍ଚିମ ଓଡିଶାରେ ଏହାକୁ ବିରୋଧ କରି ବିଭିନ୍ନ ଟ୍ରେଡ ୟୁନିୟନ ନେତା ତଥା ବିଭିନ୍ନ ବିଦ୍ୟୁତ ମହାସଂଘ ପକ୍ଷରୁ ବିରୋଧ ପ୍ରଦର୍ଶନ କରାଯାଇଛି ।
ରାଉରକେଲାରେ ଟ୍ରେଡ ୟୁନିୟନ ନେତା ବିଷ୍ଣୁ ମହାନ୍ତିଙ୍କ ନେତୃତ୍ବରେ ଓଡିଶା ସରକାରଙ୍କ ବିଦ୍ୟୁତର ଘରୋଇକରଣ ବିଲକୁ ବିରୋଧ କରି ପଶ୍ଚିମ ଓଡିଶା ବିଦ୍ୟୁତ ମହାସଂଘ, ଓଡିଶା ବିଦ୍ୟୁତ ଶ୍ରମିକ, ଇଞ୍ଜିନିୟର କର୍ମଚାରୀ ମଞ୍ଚ, OSEB ଏମ୍ପ୍ଲୟିଜ ୟୁନିୟନ ଦ୍ବାରା ବିରୋଧ କରାଯାଇଛି । ସମସ୍ତ ସଂଗଠନ ଉଦିତନଗର ବିଦ୍ୟୁତ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତ । ଏହା ସହିତ ବିଦ୍ୟୁତ ଘରୋଇକରଣ ବିଲକୁ ଜୋରଦାର ବିରୋଧ କରାଯାଇଛି । ଏହାପରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ବିଦ୍ୟୁତ ଘରୋଇକରଣକୁ ବିରୋଧରେ ଏକ ଦାବି ପତ୍ର ପ୍ରଦାନ କରାଯାଇଛି ।
ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର,ଇଟିଭି ଭାରତ