ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ଗସ୍ତରେ ରାଜ୍ୟ ଖାଦ୍ୟ ଆୟୋଗ ଅଧ୍ୟକ୍ଷ ଅବନୀକାନ୍ତ ସାହୁ । ସୁନ୍ଦରଗଡ଼ ଗସ୍ତର ପ୍ରଥମ ଦିନରେ ବଣାଇ ପଞ୍ଚାୟତ ପରିଦର୍ଶନ କରିଛନ୍ତି । ସେଠାରେ ରାଜ୍ୟ ଖାଦ୍ୟ ଆୟୋଗ ଅଧ୍ୟକ୍ଷ ଅବନୀକାନ୍ତ ସାହୁ ବିଭିନ୍ନ ସେବାଶ୍ରମ ବିଦ୍ୟାଳୟ ସମେତ ଅଙ୍ଗନାବାଡି କେନ୍ଦ୍ର ବୁଲି ଦେଖିଛନ୍ତି ।
ପ୍ରଥମେ ସେ ସ୍ଥାନୀୟ କନ୍ତଯୋଡି ଗ୍ରାମରେ ଥିବା ଅଙ୍ଗନବାଡି କେନ୍ଦ୍ରକୁ ଯାଇ ସେଠାରେ ଦିଆଯାଉଥିବା ରନ୍ଧାଖାଦ୍ୟ, ଖାଦ୍ୟ ସାମଗ୍ରୀ ଓ ତାହାର ଗୁଣବତ୍ତା ଓ ମାନ ନିରୀକ୍ଷଣ କରିଛନ୍ତି । ରାଜ୍ୟ ଖାଦ୍ୟ ନିରାପତ୍ତା ଯୋଜନା, ଖାଦ୍ୟ ସୁରକ୍ଷା, ମିଶନ ଶକ୍ତିର ମହିଳା ମାନଙ୍କୁ ସ୍ୱାବଲମ୍ବୀ କରିବା ଯୋଜନା ଏବଂ ଆବଣ୍ଟନ, ଭୂମିହୀନକୁ ଜମି ପଟ୍ଟା ପ୍ରଦାନ, କୃଷି ଓ କୃଷକ ଉନ୍ନତ, ମାଛ ଓ ପଶୁପାଳନ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଜଙ୍ଗଲ ଓ ପରିବେଶ, ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗ, ଶିକ୍ଷାର ବିକାଶ, ପ୍ରସ୍ତୁତି ଓ ଶିଶୁରର ବିକାଶ, ଗ୍ରାମୀଣ ବିକାଶ, ସାମାଜିକ ନିରାପତ୍ତା ସମ୍ପର୍କରେ ଆଲୋଚନା ହୋଇଛି । ଏହା ସହିତ ବଣାଇ ବ୍ଲକ ଜନ ପ୍ରତିନିଧି ମାନେ ନିଜ ନିଜ ଅଞ୍ଚଳର ସମସ୍ୟାକୁ ଲିଖିତ ଆକାରରେ ଅଧ୍ୟକ୍ଷଙ୍କୁ ଜଣାଇଛନ୍ତି ।
ଏହା ବି ପଢନ୍ତୁ...ସମ୍ବଲପୁର ଗସ୍ତରେ ରାଜ୍ୟ ଖାଦ୍ୟ ଆୟୋଗ ଅଧ୍ୟକ୍ଷ
ଏହାପରେ ସେ ବଡ଼ପୋଷ ସେବାଶ୍ରମ ସ୍କୁଲ ଏବଂ ବୈଦ୍ୟପାଳି କନ୍ୟାଶ୍ରମ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିଥିଲେ । ବିଦ୍ୟାଳୟ ପରିବେଶ, ସ୍ୱଚ୍ଛତା, ଖାଦ୍ୟ, ପାନୀୟ ଜଳ ଇତ୍ୟାଦି ଉପରେ ପୁଙ୍ଖାନୁପୁଙ୍ଖ ତଦାରଖ କରିଛନ୍ତି । ଅପରାହ୍ନରେ ସ୍ଥାନୀୟ ବ୍ଲକ କାର୍ଯ୍ଯାଳୟର ସଭାଗୃହରେ ଏକ ରିଭ୍ୟୁ ମିଟିଂ ଅନୁଷ୍ଠିତ ହୋଇଛି । ବୈଠକରେ ଯୋଗ ଦେଇ ସେ କହିଛନ୍ତି ଯେ, ସେଥିରେ ଯେଉଁ ଯେଉଁ ଅଙ୍ଗନବାଡ଼ି କେନ୍ଦ୍ରରେ ବର୍ତ୍ତମାନ ସୁଦ୍ଧା ଘର ତିଆରି ହୋଇପାରିନାହିଁ, ସେଠାରେ ତୁରନ୍ତ ପଢାଘର ସହ ରୋଷେଇ ଘର ତିଆରି ପାଇଁ ପଦକ୍ଷେପ ନିଆଯିବ । ଖାଉଟି ପଡ଼ି କାର୍ଡରେ ଖାଦ୍ୟ ସାମଗ୍ରୀର ସୂଚାରୁ ରୂପେ ବଣ୍ଟନ, ଭତ୍ତା ପାଇଁ ଯୋଗ୍ୟ ହିତାଧିକାରୀଙ୍କୁ ସମୟାନୁଯାଇ ଭତ୍ତା ପ୍ରଦାନ ପାଇଁ ପଦକ୍ଷେପ ନେବାକୁ ପ୍ରାଥମିକତା ଦିଆଯିବ । ଏହି ବୈଠକରେ ଡିଏସଏସଓ ସୁନ୍ଦରଗଡ଼, ବ୍ଲକ ଅଧକ୍ଷ୍ୟା, ଯୋଗାଣ ସହାୟକ ପ୍ରମୁଖ ଉପସ୍ଥିତ ରହି ପୁଙ୍ଖାନୁପୁଙ୍ଖ ଆଲୋଚନା କରିଛନ୍ତି ।
ପରିଦର୍ଶନ ବେଳେ ରାଜ୍ୟ ଖାଦ୍ୟ ଆୟୋଗ ଅଧ୍ୟକ୍ଷ ଅବନୀକାନ୍ତ ସାହୁ ସାଙ୍ଗରେ ଓଡ଼ିଶା ଖାଦ୍ୟ ନିଗମ ସଦସ୍ୟା ପ୍ରେମଶୀଳ କେର୍କେଟା, ବଣାଇ ଉପ ଜିଲ୍ଲାପାଳ ସୁରଞ୍ଜନ ସାହୁ, ବିଡିଓ ଦିବ୍ୟଶଙ୍କର ଜୟପୁରିୟା ପ୍ରମୁଖ ଉପସ୍ଥିତ ଥିଲେ ।
ଇଟିଭି ଭାରତ, ସୁନ୍ଦରଗଡ଼