ସୁନ୍ଦରଗଡ: ରାଉରକେଲା ଇସ୍ପାତ ଜେନେରାଲ ହସ୍ପିଟାଲରେ ଭ୍ୟାକ୍ସିନ ଅଭାବରୁ ଜନସାଧାରଣ ମର୍ମାହତ । ଟିକା ନମଳିବା ଓ ସୂଚନା ନଦେବା ନେଇ ଆଜି ହିତାଧିକାରୀ ଅସନ୍ତୋଷ ପ୍ରକଟ କରିଛନ୍ତି । ପ୍ରଶାସନିକ ଅବହେଳା ଥିବା କଥା ସେମାନେ ଅଭିଯୋଗ କରିଛନ୍ତି । ଆଜି ରାତି 4 ଟାରୁ ଆସି ଲମ୍ବା ଧାଡି ଲଗାଇ ଅପେକ୍ଷା କରିଥିଲେ ମଧ୍ୟ କାହାରିକୁ ଟିକା ଉପଲବ୍ଧ ହୋଇନାହିଁ ।
ଏନେଇ ହସ୍ପିଟାଲ କର୍ତ୍ତୃପକ୍ଷ ମଧ୍ୟ ବିଜ୍ଞପ୍ତି ଜାରି କରି ନାହାଁନ୍ତି କିମ୍ବା ଲୋକଙ୍କୁ ସଠିକ ସମୟରେ ଅବଗତ କରିନଥିବା କଥା କେତେକ ହିତାଧିକାରୀ ଅଭିଯୋଗ କରିଛନ୍ତି । ଏଭଳି ଅଭାବନୀୟ କାଣ୍ଡକୁ କେହି ସାଧାରଣରେ ଗ୍ରହଣ କରିପାରି ନାହାଁନ୍ତି । ଲୋକେ ସେମାନଙ୍କ ବୁଢା ମା-ବାପାଙ୍କୁ ଆଣି ଟିକା ନଦେଇ ଫେରିଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି । ଜିଲ୍ଲାପାଳ ଓ ସିଡିଏମଓ ଏଥିପ୍ରତି ବିଶେଷ ଦୃଷ୍ଟି ଦେବାକୁ ଦାବି କରିଛନ୍ତି ।
ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ