ETV Bharat / state

ପୁଣି ଅନଶନରେ ମୁକ୍ତିକାନ୍ତ: ସୁପର ସ୍ପେସିଆଲିଟି ହସ୍ପିଟାଲ ଦାୟିତ୍ୱ AIIMSକୁ ଦେବାକୁ ଦାବି - ରାଉରକେଲା ଖବର

ରାଉରକେଲାବାସୀଙ୍କ ସ୍ୱାର୍ଥ ପାଇଁ ପୁଣି ଧାରଣାରେ ବସିଲେ ସମାଜସେବୀ ମୁକ୍ତିକାନ୍ତ ବିଶ୍ୱାଳ। ସୁପର ସ୍ପେସିଆଲିଟି ହସ୍ପିଟାଲକୁ AIIMSକୁ ଦିଆଯାଉ ଦାବିରେ ଧାରଣା । ଅଧିକ ପଢ଼ନ୍ତୁ

Social worker Muktikant Biswal strike
ଅନଶନରେ ମୁକ୍ତିକାନ୍ତ
author img

By

Published : Jan 26, 2023, 11:42 AM IST

ଅନଶନରେ ମୁକ୍ତିକାନ୍ତ

ରାଉରକେଲା: ଅନଶନରେ ମୁକ୍ତିକାନ୍ତ । ରାଉରକେଲା ସୁପର ସ୍ପେସିଆଲିଟି ହସ୍ପିଟାଲ ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଅନଶନ କରିଛନ୍ତି ସମାଜ ସେବୀ ମୁକ୍ତିକାନ୍ତ ବିଶ୍ୱାଳ । ଏଠାରେ ଥିବା ସୁପର ସ୍ପେସିଆଲିଟି ହସ୍ପିଟାଲକୁ ଆପୋଲ ହସ୍ପିଟାଲକୁ ହସ୍ତାନ୍ତର କରାଯାଉଥିବାକୁ ବିରୋଧ କରି ଧାରଣାରେ ବସିଛନ୍ତି ମୁକ୍ତିକାନ୍ତ । ସୁପର ସ୍ପେସିଆଲିଟି ହସ୍ପିଟାଲ ଦାୟିତ୍ୱ AIIMSକୁ ଦିଆଯାଉ ବୋଲି ଦାବି କରିଛନ୍ତି ମୁକ୍ତିକାନ୍ତ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଉରକେଲା ଆସି ରାଉରକେଲାବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ ଯେ ରାଉରକେଲାରେ ସୁପର ସ୍ପେସିଆଲିଟି ହସ୍ପିଟାଲ ନିର୍ମାଣ ହେବ ।

ଯେଉଁଥିରେ ଗରିବ ଲୋକେ ସ୍ୱଳ୍ପ ମୂଲ୍ୟରେ ଉଚ୍ଚମାନର ଚିକିତ୍ସା ପାଇପାରିବେ । ଏହାପରେ ରାଉରକେଲାରେ ସ୍ଥାପନ ହେଲା ସୁପର ସ୍ପେସିଆଲିଟି ହସ୍ପିଟାଲ । ଏହାକୁ ଉଦଘାଟନ କରିବା ପାଇଁ ଆସିଥିଲେ ରାଷ୍ଟ୍ରପତି । ହସ୍ପିଟାଲର ଉଦ୍ଦେଶ୍ୟ ଥିଲା ଯେ କିଭଳି ଭାବରେ ଜଣେ ସାଧାରଣ ଲୋକ ଏବଂ ଗରିବ ଲୋକ ନିଜ ଚିକିତ୍ସା ସ୍ୱଳ୍ପ ମୂଲ୍ୟରେ ଉଚ୍ଚମାନର ପାଇପାରିବେ । କିନ୍ତୁ ତାହା ବର୍ତ୍ତମାନ ଫେଲ୍‌ ମାରିବାକୁ ଯାଉଛି । ଏବେ ଏହା ଆପୋଲ ହସ୍ପିଟାଲ ହାତକୁ ଟେକି ଦିଆଯାଉଛି । ଯାହାକୁ ନେଇ ରାଉରକେଲାବାସୀଙ୍କ ମଧ୍ୟରେ ଅସନ୍ତୋସ ପ୍ରକାଶ ପାଇଛି ।

କାରଣ ଏହି ରାଉରକେଲା ସୁପର ସ୍ପେସିଆଲିଟି ହସ୍ପିଟାଲ ଆପୋଲ ହାତକୁ ଗଲେ ଚିକିତ୍ସାର ଖର୍ଚ୍ଚ ବଢିଯିବ । ଯାହାର ଲାଭ ଉଠାଇବେ କେବଳ ହସ୍ପିଟାଲ କର୍ତ୍ତୃପକ୍ଷ । ଗରିବ ଲୋକେ ଏହାର ଫଳ ଭୋଗିବେ । ଚିକିତ୍ସା ବାବଦରେ ଖର୍ଚ୍ଚ ହେବ ଲକ୍ଷଲକ୍ଷ ଟଙ୍କା । ଯାହା ଜଣେ ସାଧାରଣ ଲୋକ ପାଇଁ କଷ୍ଟକର କଥା । ଏହାକୁ ନେଇ ଆଜି ୧୨ ଘଣ୍ଟିଆ ଧାରଣାରେ ବସିଛନ୍ତି ମୁକ୍ତିକାନ୍ତ ବିଶ୍ୱାଳ । ଘରୋଇ ସଂସ୍ଥା ଆପୋଲକୁ ସୁପର ସ୍ପେସିଆଲିଷ୍ଟ ହସ୍ପିଟାଲ ହସ୍ତାନ୍ତର ବିରୋଧ କରି ଏହାକୁ AIIMSକୁ ହସ୍ତାନ୍ତର କରାଯାଉ ବୋଲି ଦାବି କରିଛନ୍ତି ମୁକ୍ତିକାନ୍ତ ବିଶ୍ୱାଳ । AIIMSକୁ ହସ୍ତାନ୍ତର କଲେ ଏଠାରେ ଜଣେ ଗରିବ ଲୋକଠାରୁ ଆରମ୍ଭ କରି ଧନୀ ଲୋକ ପର୍ଯ୍ୟନ୍ତ ଚିକିତ୍ସା ପାଇ ପାରିବେ । ତାହା ପୁଣି ସ୍ୱଳ୍ପ ମୂଲ୍ୟରେ । ତେଣୁ ଯେପର୍ଯ୍ୟନ୍ତ ଏହି ଦାବି ପୂରଣ ନହୋଇଛି ସେପର୍ଯ୍ୟନ୍ତ ଆନ୍ଦାେଳନ ଚାଲିବ ବୋଲି କହିଛନ୍ତି ସମାଜ ସେବୀ ମୁକ୍ତିକାନ୍ତ ।

ଏହାମଧ୍ୟ ପଢ଼ନ୍ତୁ. ମୁଖ୍ୟମନ୍ତ୍ରୀଙ୍କ ରାଉରକେଲା ଗସ୍ତକୁ ଟାର୍ଗେଟ, ବିଭିନ୍ନ ସମସ୍ୟା ନେଇ ସାମାଜିକ କର୍ମୀ ମୁକ୍ତିକାନ୍ତଙ୍କ ପ୍ରଶ୍ନବାଣ

ଏ ସମ୍ପର୍କରେ ସମାଜସେବୀ ମୁକ୍ତିକାନ୍ତ ବିଶ୍ବାଳ କହିଛନ୍ତି, "ପ୍ରଧାନମନ୍ତ୍ରୀ ଯେତେବେଳେ ରାଉରକେଲା ଆସିଥିଲେ ସେତେବେଳେ ରାଉରକେଲାବାସୀଙ୍କୁ ସ୍ବପ୍ନ ଦେଖାଇଥିଲ । ଏଠାରେ ଏକ ସୁପର ସ୍ପେସିଆଲିଟି ହସ୍ପିଟାଲ ତିଆରି ହେବ । ତାହା ମଧ୍ୟ ନିର୍ମାଣ ହେଲା । କମ ମୂଲ୍ୟରେ ରୋଗୀମାନେ ଚିକିତ୍ସାର ସୁବିଧା ବି ପାଇଲେ । ହସ୍ପିଟାଲ ଭିତରେ ମଧ୍ୟ ସବୁ ପ୍ରକାରର ସୁବିଧା କରାଯାଇଛି । ହସ୍ପିଟାଲ ଭିତରେ ଆବଶ୍ୟକୀୟ ଡାକ୍ତର ଅଛନ୍ତି, ବେଡ୍‌ର ସୁବିଧା ରହିଛି, ଭେଣ୍ଟିଲେଟରର ସୁବିଧା ଅଛି । ଯେଉଁଭଳି ଭାବେ ଚିକିତ୍ସା ଜଣେ ରୋଗୀକୁ ଦରକାର ସମସ୍ତ ସୁବିଧା ଏଠାରେ ଅଛି । ଏଭଳି ଏକ ହସ୍ପିଟାଲ ରାଉରକେଲାରେ କେବେ ବି ନଥିଲା । ଏଠାରେ ଯେଉଁ IGH ହସ୍ପିଟାଲ ଅଛି, ସେଠାରେ ଭେଣ୍ଟିଲେଟରର କୌଣସି ସୁବିଧା ନାହିଁ । ଏଠିକାର ବାସିନ୍ଦା ଆଇଜିଏଚ ଉପରେ ନିର୍ଭର କରୁଥିଲେ । ସେଠାରେ ଯଦି ଚିକିତ୍ସାରେ କୌଣସି ଅସୁବିଧା ଉପୁଜେ ତାହାଲେ ଗୋଟିଏ ରୋଗୀ ବାହାରକୁ ରେଫର ହୋଇଥାଏ ।"

ସେଥିପାଇଁ କେନ୍ଦ୍ର ସରକାର ଏଠାରେ ଏକ ସୁପର ସ୍ପେସିଆଲିଟି ହସ୍ପିଟାଲ ତିଆରି କଲେ । ହେଲେ ଏବେ ଏହି ହସ୍ପିଟାଲକୁ କିଛି ଲୋକେ ଚକ୍ରାନ୍ତ କରି ଏକ ଘରୋଇ ହସ୍ପିଟାଲ ଆପୋଲକୁ ଟେକି ଦେଉଛନ୍ତି । ଏହାରି ଭିତରେ ସର୍ତ୍ତ ହେଉଛି ଏହି ହସ୍ପିଟାଲ ଆପୋଲକୁ ଗଲେ ଆଗାମୀ ୩ ବର୍ଷ ପର୍ଯ୍ୟନ୍ତ ବିନା ଭଡ଼ାରେ ଚାଲିବ । ସେହିପରି ଇଲେକ୍ଟ୍ରି ବିଲ୍‌ ମଧ୍ୟ ଦେବନି । ଖାଲି ସେତିକି ନୁହେଁ ଆପୋଲ ହସ୍ପିଟାଲରେ କେହି ରୋଗୀ ମୃତ୍ୟୁବରଣ କଲେ ମଧ୍ୟ ପୁରା ପେମେଣ୍ଟ କ୍ଲିୟର ହେଲେ ହିଁ ତା ପରିବାରକୁ ମୃତଦେହ ଦିଆଯାଇଥାଏ । ତେଣୁ ଏହି ହସ୍ପିଟାଲ ଯଦି ଆପୋଲ ହାତକୁ ଟେକି ଦିଆଯାଏ ତାହାଲେ ସାଧାରଣ ଲୋକେ ,ଗରିବ ଲୋକେ ଚିକିତ୍ସା ପାଇଁ ବହୁ ଅସୁବିଧା ଭୋଗିବେ ବୋଲି କହିଛନ୍ତି ମୁକ୍ତିକାନ୍ତ ବିଶ୍ୱାଳ ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.