ETV Bharat / state

ପାଣି ସମସ୍ୟା ନେଇ ୱାଟକୋ ଅଫିସ୍‌ ଘେରିଲେ ବସ୍ତିବାସିନ୍ଦା

author img

By ETV Bharat Odisha Team

Published : Sep 13, 2023, 12:15 PM IST

ପାଣି ସମସ୍ୟା ନେଇ ଗତକାଲି ରାଉରକେଲାର ପାନପୋଷ ୱାଟକୋ କାର୍ଯ୍ୟଳୟ ଘେରିଲେ ବସ୍ତି ବାସିନ୍ଦା । ଅଧିକ ପଢନ୍ତୁ

slum people protest
slum people protest
slum people protest

ରାଉରକେଲା: ପାଣି ସମସ୍ୟା ନେଇ ୱାଟକୋ ଅଫିସ ଘେରିଲେ ବସ୍ତି ବାସିନ୍ଦା । ରାଉରକେଲା ସହରର ୱାଟକୋ ଅଫିସ ଗେଟ ସମ୍ମୁଖରେ ବସି ଆନ୍ଦୋଳନ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ବସ୍ତି ବାସିନ୍ଦା । ସହରର ଗାନ୍ଧୀ ରୋଡ଼ ଏବଂ ମଧୁସୂଦନ ପାଲ୍ଲୀ ଅଞ୍ଚଳର ମହିଳାମାନେ ଗତକାଲି ରାଉରକେଲାର ପାନପୋଷ ୱାଟକୋ କାର୍ଯ୍ୟଳୟରେ ଏକାଠି ହୋଇ ବିକ୍ଷୋଭ କରିଥିଲେ । ଦୁଇ ବର୍ଷ ତଳେ ପାଇପ୍ ଲାଇନ୍ ଲଗାଯିବା ସତ୍ତ୍ବେ ଜଳଯୋଗାଣ ହୋଇ ନଥିବାରୁ ଏଭଳି ପଦକ୍ଷେପ ଗ୍ରହଣ କରିଥିବା ଅଭିଯୋଗ କରିଛନ୍ତି ମହିଳାମାନେ ।

ସୂଚନା ଅନୁଯାୟୀ, ସହରର ଗାନ୍ଧୀ ରୋଡ଼ ସହ ମଧୁସୂଦନ ପାଲ୍ଲୀରେ ଦୀର୍ଘ ଦିନ ଧରି ପାନୀୟ ଜଳର ଘୋର ସମସ୍ୟା ଲାଗି ରହିଛି । ଏନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ପାଣି ପାଇପ୍ ଲାଇନ୍ ଲଗାଯିବା ସତ୍ତ୍ୱେ ସେମାନଙ୍କର ନଳକୂପ ବା ପାଣି ଟ୍ୟାଙ୍କର ଦୈନନ୍ଦିନ ଜଳ ଆବଶ୍ୟକତା ପାଇଁ ଗୋଟିଏ ବିକଳ୍ପ ବ୍ୟବସ୍ଥା । ଟ୍ୟାଙ୍କର ମଧ୍ୟ ଦିନେ ଆସିଲେ ଦିନେ ନାହିଁ ପାଣି ଟିକିଏ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ।

ଏହା ମଧ୍ୟ ପଢନ୍ତୁ- ଟ୍ୟାପ ଅଛି ପାଣି ଆସୁନି, ୱାଟକୋ ଅଫିସ୍‌ ଘେରିଲେ ବସ୍ତିବାସିନ୍ଦା

ଯେଉଁଠି ରାଜ୍ୟ ସରକାର ଘରେ ଘରେ ପାଣି ଯୋଗାଇ ଦେବା କଥା ପ୍ରତିଶ୍ରୁତି ଦେଇଥିଲେ ସେଠାରେ ଆଜି ଲୋକେ ପାଇ ପାରୁନାହାନ୍ତି ପାଣି । ପାଣି ପାଇଁ କେବଳ ଟ୍ୟାଙ୍କରକୁ ଭରସା କରି ଚାଲିଛନ୍ତି ବସ୍ତି ବାସିନ୍ଦା । ଏହି ପାଣି ସମସ୍ୟା ବିଶେଷ କରି ମହିଳାମାନଙ୍କ ଏବଂ ଶିଶୁ ମାନଙ୍କ ପାଇଁ ଅତ୍ୟନ୍ତ କଷ୍ଟକର ପରିସ୍ଥିତି ସୃଷ୍ଟି କରିଛି । ନିଜର ସହନଶୀଳତାର ପରିଚୟ ଦେଇ ବହୁ ମହିଳା ରାଉରକେଲା ପାନପୋଷ ସ୍ଥିତ ୱାଟକୋ କାର୍ଯ୍ୟାଳୟରେ ଏକତ୍ରିତ ହୋଇ ନାରାବାଜି କରିବା ସହ ନିଜ ଅଞ୍ଚଳରେ ଜଳ ସଙ୍କଟର ସମାଧାନ ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ଦାବି କରିଛନ୍ତି ।

ସେହିପରି ସେମାନଙ୍କ ଦୈନନ୍ଦିନ ଜୀବନ ପାଇଁ ଜଳର ଅତ୍ୟାବଶ୍ୟକ ଉପରେ ଗୁରୁତ୍ୱାରୋପ କରି ତୁରନ୍ତ ଏହାର ସମାଧାନ ପାଇଁ ସେମାନେ ଓ୍ବାଟକୋ ଅଧିକାରୀମାନଙ୍କୁ ଦାବି କରିଛନ୍ତି । ଏନେଇ ୱାଟକୋ ଅଧିକାରୀ କହିଛନ୍ତି ଯେ, "ଖୁବ ଶୀଘ୍ର ଏହି ସମସ୍ୟା ସମସ୍ତ ବସ୍ତିରୁ ଉଠିବ। ବର୍ତ୍ତମାନ କାମ ଚାଲିଛି ମାତ୍ର ଗୋଟିଏ ମାସ ମଧ୍ୟରେ ବସ୍ତିରୁ ପାଣି ସମସ୍ୟା ଦୂର ହେବ ।"

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.