ETV Bharat / state

ଟ୍ୟାପ ଅଛି ପାଣି ଆସୁନି, ୱାଟକୋ ଅଫିସ୍‌ ଘେରିଲେ ବସ୍ତିବାସିନ୍ଦା

author img

By

Published : Jun 15, 2023, 12:32 PM IST

ଜଳ ସମସ୍ୟା ଲାଗି ୱାଟକୋ ଅଫିସ ଘେରିଲେ ରାଉରକେଲା ସହରର ଗୋପବନ୍ଧୁପଲ୍ଲୀ ବସ୍ତି ବାସିନ୍ଦା । ଅଧିକ ପଢନ୍ତୁ

slum people protest
slum people protest
slum people protest

ରାଉରକେଲା: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ରାଉରକେଲା ସହରରେ ଉତ୍କଟ ରୂପ ନେଲାଣି ପାନୀୟ ଜଳ ସମସ୍ୟା । ଗ୍ରୀଷ୍ମ ପ୍ରବାହ ଯୋଗୁଁ ଜଳକଷ୍ଟରେ ଜୁଝି ସହରର ବିଭିନ୍ନ ବସ୍ତି ବାସିନ୍ଦା । ଆଉ ଏହାକୁ ନେଇ ୱାଟକୋ ଅଫିସ ଘେରାଉ କରିଛନ୍ତି ବସ୍ତି ବାସିନ୍ଦା । ସହରର ଗୋପବନ୍ଧୁପଲ୍ଲୀ ମହିଳାମାନେ ଦୀର୍ଘ ବର୍ଷ ଧରି ସେମାନଙ୍କ ଅଞ୍ଚଳରେ ଦେଖା ଦେଇଥିବା ଜଳ ସଙ୍କଟର ସମାଧାନ ପାଇଁ ୱାଟକୋ କାର୍ଯ୍ୟାଳୟ ବାହାରେ ଏକାଠି ହୋଇ ଘେରାଉ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ତେବେ ଦୁଇରୁ ତିନି ବର୍ଷ ତଳେ ପାଇପ୍ ଲାଇନ୍ ଲଗାଯିବା ସତ୍ତ୍ୱେ ଜଳଯୋଗାଣ ହୋଇ ନଥିବାରୁ ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି ବସ୍ତିବାସିନ୍ଦା ।

ସୂଚନା ଅନୁଯାୟୀ, ଜନସଂଖ୍ୟା ବିଶିଷ୍ଟ ଅଞ୍ଚଳ ଗୋପବନ୍ଧୁପଲ୍ଲୀରେ ଦୀର୍ଘ ଦିନ ଧରି ପାନୀୟ ଜଳର ଘୋର ସମସ୍ୟା ଲାଗି ରହିଛି । ଏନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ପାଣି ପାଇପ୍ ଲାଇନ୍ ଲଗାଯିବା ସତ୍ତ୍ୱେ ସେମାନଙ୍କର ନଳକୂପ ବା ପାଣି ଟ୍ୟାଙ୍କର ଦୈନନ୍ଦିନ ଜଳ ଆବଶ୍ୟକତା ପାଇଁ ଗୋଟିଏ ବିକଳ୍ପ ବ୍ୟବସ୍ଥା । ଟ୍ୟାଙ୍କର ମଧ୍ୟ ଦିନେ ଆସିଲେ ଦିନେ ନାହିଁ ପାଣି ଟିକିଏ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ। ତେବେ ଏହାର ସୁଯୋଗ ନେଇ କିଛି ଲୋକେ ଘରେ ବୋରିଂ କରି ଲୋକଙ୍କୁ ୧୫ ଦିନରେ ୫୦୦ଟଙ୍କାରେ ପାଣି ବିକ୍ରି କରୁଛନ୍ତି ବୋଲି ବସ୍ତି ବାସିନ୍ଦା ଅଭିଯୋଗ କରିଛନ୍ତି । ଆଉ ଲୋକେ ବାଧ୍ୟ ହୋଇ ଏହା ଉପରେ ନିର୍ଭରଶୀଳ ହେଉଛନ୍ତି ।

ଏହା ମଧ୍ୟ ପଢନ୍ତୁ- ଜଳ କଷ୍ଟରେ ଜର୍ଜରିତ ଦେଓଗାଁ, CPIMର ବିକ୍ଷୋଭ ପ୍ରଦର୍ଶନ

ଏହା ମଧ୍ୟ ପଢନ୍ତୁ- ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହରେ ନଦୀନାଳରେ ଜଳସ୍ତର ହ୍ରାସ, ଜନଜୀବନ ଅସ୍ତବ୍ୟସ୍ତ

ତେବେ ଏହି ପାଣି ସମସ୍ୟା ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ବିଶେଷ କରି ମହିଳା ଏବଂ ଶିଶୁ ମାନଙ୍କ ପାଇଁ ଅତ୍ୟନ୍ତ କଷ୍ଟକର ପରିସ୍ଥିତି ସୃଷ୍ଟି କରିଛି । ନିଜର ସହନଶୀଳତାର ପରିଚୟ ଦେଇ ବହୁ ମହିଳା ରାଉରକେଲା ପାନପୋଷ ସ୍ଥିତ ୱାଟକୋ କାର୍ଯ୍ୟାଳୟରେ ଏକତ୍ରିତ ହୋଇ ନାରାବାଜି କରିବା ସହ ନିଜ ଅଞ୍ଚଳରେ ଜଳ ସଙ୍କଟର ସମାଧାନ ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ଦାବି କରିଛନ୍ତି । ସେହିପରି ସେମାନଙ୍କ ଦୈନନ୍ଦିନ ଜୀବନ ପାଇଁ ଜଳର ଅତ୍ୟାବଶ୍ୟକ ଉପରେ ଗୁରୁତ୍ୱାରୋପ କରି ତୁରନ୍ତ ଏହାର ସମାଧାନ ପାଇଁ ସେମାନେ ଓ୍ବାଟକୋ ଅଧିକାରୀମାନଙ୍କୁ ଦାବି କରିଛନ୍ତି ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.