ରାଉରକେଲା: ସେକ୍ସ ରାକେଟ ଉପରେ ପୋଲିସର ଚଢାଉ । ରାଉରକେଲା ସହରର ସେକ୍ଟର-13 ଅଞ୍ଚଳରୁ ସେକ୍ସ ରାକେଟ ଠାବ ହୋଇଛି । ଘଟଣାରେ ଦୁଇ ଦଲାଲଙ୍କୁ ଗିରଫ କରିଛି ପୋଲିସ ।
ରାଉରକେଲା ସହରର ସେକ୍ଟର-13 କ୍ୱାଟର ନମ୍ବର A/198ରେ ଦେହ ବ୍ୟବସାୟ ଚାଲୁଥିବା ନେଇ ସେକ୍ଟର-15 ପୋଲିସ ବିଶେଷ ସୁତ୍ରରୁ ଖବର ପାଇଥିଲା । ଖବର ପାଇ ପୋଲିସ ସେହି ଅଞ୍ଚଳରେ ଅଚାନକ ଚଢାଉ କରିଥିଲା । ଚଢାଉ ବେଳେ ଦେହ ବ୍ୟବସାୟରେ ଜଡିତ ଥିବା ଦୁଇଜଣ ଦଲାଲଙ୍କୁ ଗିରଫ କରିଛି । ଏହା ସହିତ ଦୁଇଜଣ ଦେହଜୀବିଙ୍କୁ ଦଲାଲାଙ୍କ କବଳରୁ ଉଦ୍ଧାର କରିଛି ପୋଲିସ ।
ଉଦ୍ଧାର ହୋଇଥିବା ଦୁଇଜଣ ଦେହଜୀବୀ ପଶ୍ଚିମବଙ୍ଗର ବୋଲି ଜଣାପଡିଛି । ଜଣଙ୍କର ଘର ପଶ୍ଚିମବଙ୍ଗର ମେଦିନୀପୁରରେ ହୋଇଥିବା ବେଳେ ଅନ୍ୟ ଜଣଙ୍କ ଘର କପଳେଶ୍ୱରପୁର ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି । ଉଦ୍ଧାର ଦୁଇ ଦେହଜୀବୀ ରାଣୀ ମୁହୁମାଛି ସହ ଯୋଗାଯୋଗ କରି ରାଉରକେଲା ଆସିଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି ।
ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ