ETV Bharat / state

ସୁନ୍ଦରଗଡରେ ମାତିଛନ୍ତି ଲୁଟେରା ଗ୍ୟାଙ୍ଗ, ଦୁଇଟି ସ୍ଥାନରେ ସିରିଜ ଲୁଟ୍ - ସୁନ୍ଦରଗଡରେ ମାତୁଛନ୍ତି ଲୁଟେରା ଗ୍ଯାଙ୍ଗ

ସୁନ୍ଦରଗଡ଼ ଜିଲ୍ଲାରେ ଦୁଇଟି ପୃଥକ ପୃଥକ ଲୁଟ ଘଟଣା । ସୁନ୍ଦରଗଡ଼ ହେମଗିରିରେ ଘରେ ପଶି ସଶସ୍ତ୍ର ଲୁଟ ସହ ରାଉରକେଲାରେ ଘର ବନ୍ଦ ଥିବା ବେଳେ ଲୁଟ । ବିପୁଳ ପରିମାଣର ଟଙ୍କା ସହ ସୁନା ଗହଣା ଚୋରି । ଅଧିକ ପଢନ୍ତୁ

ସୁନ୍ଦରଗଡ଼ ଜିଲ୍ଲାରେ ଦୁଇଟି ପୃଥକ ପୃଥକ ଲୁଟ ଘଟଣା

author img

By

Published : Aug 6, 2023, 8:14 AM IST

ସୁନ୍ଦରଗଡ଼ ଜିଲ୍ଲାରେ ଦୁଇଟି ପୃଥକ ପୃଥକ ଲୁଟ ଘଟଣା

ରାଉରକେଲା: ସୁନ୍ଦରଗଡ଼ର ଦୁଇଟି ସ୍ଥାନରେ ପୃଥକ ପୃଥକ ଚୋରି ମାମଲା । ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଅଞ୍ଚଳରେ ଘରେ ପଶି ସଶସ୍ତ୍ର ଲୁଟ ସହ ରାଉରକେଲାରେ ଉଦିତନଗର ଠାରେ ତାଲା ଝୁଲୁଥିବା ଘରୁ ବିପୁଳ ପରିମାଣର ଟଙ୍କା ଓ ସୁନା ଗହଣା ଲୁଟ ହୋଇଥିବା ଅଭିଯୋଗ । ତେବେ ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଅଞ୍ଚଳରେ ହେମଗିରି ପଞ୍ଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ ଗୋପାଳ ପ୍ରଧାନଙ୍କ ଘରେ ହୋଇ ଯାଇଛି ସଶସ୍ତ୍ର ଡକାୟତି । ଗୋପାଳଙ୍କ ବିଲେଇମୁଣ୍ଡା ସ୍ଥିତ ବାସଭବନରେ ହୋଇଛି ଏହି ସଶସ୍ତ୍ର ଡକାୟତି । ଗତ ଶୁକ୍ରବାର ରାତି ପ୍ରାୟ ତିନିଟା ବେଳେ ୫ ଜଣ ଡକାୟତ ଘର ପଛପଟ ଦେଇ ତାଙ୍କ ଘରେ ପଶିଥିଲେ ।

ସମସ୍ତ ଡକାୟତଙ୍କ ହାତରେ ପିସ୍ତଲ ଥିବା ସୂଚନା ରହିଛି । ଘରେ ଥିବା ସମସ୍ତ ସଦସ୍ୟଙ୍କୁ ବାନ୍ଧି ଦେବା ସହ ଗୋପାଳଙ୍କ ଛୋଟ ନାତୁଣୀ ମୁଣ୍ଡରେ ବନ୍ଧୁକ ରଖି ବନ୍ଧୁକ ମୁନରେ ଲୁଟ୍ ପାଟ କରିଥିଲେ ଲୁଟେରା । ଘରେ ଥିବା ନଗଦ ୩୨ ଲକ୍ଷ ଟଙ୍କା, ୪୦୦ ଗ୍ରାମ ସୁନାଅଳଙ୍କାର ଲୁଟି ନେଇଥିଲେ ଲୁଟେରା । ଲୁଟ୍ ସମୟରେ ଗୋପାଳଙ୍କ ଲାଇସେନ୍ସ ପ୍ରାପ୍ତ ପିସ୍ତଲ ଏବଂ କାରକୁ ନେଇ ଫେରାର ହୋଇ ଯାଇଥିଲେ । ସୂଚନା ପାଇ ହେମଗିରି ଥାନା ପୋଲିସ ତଦନ୍ତ ଆରମ୍ଭ କରିଛନ୍ତି । ଛତିଶଗଡ଼ ସୀମାନ୍ତରୁ ଡକାୟତମାନେ ଗୋପାଳଙ୍କ ଗାଡିକୁ ଛାଡି ଯାଇଥିବା ବେଳେ ପୋଲିସ ଗାଡିକୁ ଉଦ୍ଧାର କରିଛି ।

ଅଧିକ ପଢନ୍ତି: ମନ୍ଦିରକୁ ଛାଡିଲେନି ଚୋର, ଲୁଟିନେଲେ ମା’ ଉଗ୍ରତାରାଙ୍କ ସୁନା ଅଳଙ୍କାର

ତେବେ ଏହାରି ମଧ୍ୟରେ ରାଉରକେଲାରେ ମଧ୍ୟ ବଡ଼ ଧରଣର ଲୁଟ ହୋଇଛି । ଘର ତାଲା ଝୁଲୁଥିବାର ସୁଯୋଗ ନେଲେ ଚୋର । ତାଲା ଭାଙ୍ଗି ଘର ଭିତରୁ ନଗଦ ଦୁଇ ଲକ୍ଷ ଟଙ୍କା ସମେତ ଲକ୍ଷାଧିକ ଟଙ୍କାର ସୁନାଗହଣା ଚୋରି କରି ନେଇଛଥିବା ଅଭିଯୋଗ କରିଛନ୍ତି ପରିବାର । ଏଭଳି ଘଟଣା ଉଦିତନଗର ଥାନ ଅଞ୍ଚଳରେ ଘଟିଛି । ଘଟଣାକୁ ନେଇ ଉଦିତନଗର ଥାନା ପୁଲିସ୍ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।

ଥାନାରେ ଅଭିଯୋଗ ଅନୁସାରେ ଭୁବନେଶଙ୍କ ଶଳା ଭବାନନ୍ଦ ସାହୁ ହାଇଦ୍ରାବାଦରେ ଚିକିତ୍ସାଧୀନ ଥିଲେ । ଜୁଲାଇ ୨୧ ତାରିଖରେ ଶାଳକଙ୍କୁ ଦେଖିବା ଲାଗି ଭୁବନେଶ୍ବର ହାଇଦ୍ରାବାଦକୁ ଯାଇଥିଲେ । ଉଦିତନଗର ସ୍ଥିତ ଘରେ ତାଲା ଝୁଲୁଥିବାର ସୁଯୋଗ ନେଇ କେହି ଦୁର୍ବୃତ୍ତମାନେ ବଳମ୍ବିତ ରାତିରେ ଘର ଭିତରୁ ନଗଦ ଟଙ୍କା ସହ ସୁନାଗହଣା ଚୋରି କରି ଫେରାର ମାରି ପଳାଇ ଯାଇଥିଲେ । ଘରେ ପହଞ୍ଚି ଦେଖିବା ବେଳକୁ ଦୁର୍ବୃତ୍ତ ତାଙ୍କ ଘରର ଆଲମାରୀ ଲକ ଭାଙ୍ଗି ଅନେକ ଅଳଙ୍କାର ସହ ନଗଦ ପ୍ରାୟ ୨ ଲକ୍ଷ ଟଙ୍କା ଚୋରି କରି ନେଇଥିବା ଅଭିଯୋଗ ହୋଇଛି ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.