ରାଉରକେଲା: ଆଦିବାସୀ ଜନଜାତି ଲୋକଙ୍କ ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ନିର୍ମାଣ ହୋଇଛି । ଜିଲ୍ଲାର ମୂଳ ଆଦିବାସୀ ଜନଜାତି ଲୋକେ ଆଉ ଅବହେଳିତ ହେବେ ନାହିଁ । ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି । ଏବେ ଆଗକୁ ବଢିବେ ସବୁ ଆଦିବାସୀ ଜନଜାତି ବର୍ଗର ଲୋକେ । ସେମାନଙ୍କ ଦାବି ଶୁଣିବେ ସରକାର । ଆଉ ଆଦିବାସୀ ଜନଜାତି ମାନେ ପଛୁଆ ହୋଇ ରହିବେ ନାହିଁ ସେମାନଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ସବୁ ଆଦିବାସୀଙ୍କ ଦୁଃଖ ଦୂର ହେବ । ସୁନ୍ଦରଗଡ଼ ଗସ୍ତରେ ଆସି କହିଛନ୍ତି ସ୍ବତନ୍ତ୍ର ଉନ୍ନୟନ ପରିଷଦ ଉପଦେଷ୍ଟା ପ୍ରଦୀପ ମାଝୀ ।
ଆଦିବାସୀ ବହୁଳ ଜିଲ୍ଲା ସୁନ୍ଦରଗଡ଼ ଜିଲ୍ଲାରେ କାହିଁ କେତେ ସୌନ୍ଦର୍ଯ୍ୟ ଭରି ରହିଛି । ସବୁଜ ଜଙ୍ଗଲ ଏବଂ ଖଣି ଖାଦାନ ଭରା ଏହି ଜିଲ୍ଲାରେ ମୂଳରୁ ଆଦିବାସୀ ଲୋକଙ୍କ ପ୍ରଭାବ ରହି ଆସିଛି। କିନ୍ତୁ ବିଡମ୍ବନାର ବିଷୟ ଦୟନୀୟ ଅବସ୍ଥାରେ ଆଦିବାସୀ ଲୋକମାନେ ରହି ଆସୁଛନ୍ତି । ଜିଲ୍ଲାର ବିଭିନ୍ନ ଅପହଞ୍ଚ ଅଞ୍ଚଳରେ ଏକାଧିକ ଆଦିବାସୀ ଲୋକେ ରହୁଛନ୍ତି। ମୂଳ ଆଦିବାସୀମାନଙ୍କ ପାଇଁ ଜିଲ୍ଲାର ସୌନ୍ଦର୍ଯ୍ୟ ବଞ୍ଚି ରହିଛି। କିନ୍ତୁ ସବୁବେଳେ ନିଜ ମୂଳ ଅଧିକାରଠାରୁ ହୋଇ ଆସିଛନ୍ତି ଆଦିବାସୀ ଲୋକେ । କିନ୍ତୁ ଏଥର ନିଜର ଦାବି ଅନୁସାରେ ଅଧିକାର ପାଇବେ । ଆଉ ଅବହେଳିତ ହେବେ ନାହିଁ ସୁନ୍ଦରଗଡ଼ ଜିଲ୍ଲାର ସମସ୍ତ ଆଦିବାସୀ ଲୋକେ । କାରଣ ରାଜ୍ୟ ସରକାର ସ୍ବତନ୍ତ୍ର ଉନ୍ନୟନ ପରିଷଦ ଗଠନ କରି ମୂଳ ଆଦିବାସୀମାନଙ୍କ ପାଇଁ ଉନ୍ନତି ଦିଗରେ ପଦକ୍ଷେପ ଗ୍ରହଣ କରିଥିବା କହିଛନ୍ତି ସ୍ବତନ୍ତ୍ର ଉନ୍ନୟନ ପରିଷଦ ଉପଦେଷ୍ଟା ପ୍ରଦୀପ ମାଝୀ ।
ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଉପଦେଷ୍ଟା ଆହୁରି କହିଛନ୍ତି, "ସ୍ବତନ୍ତ୍ର ଭାବରେ ଆଦିବାସୀଙ୍କୁ ପ୍ରାଧାନ୍ୟ ଦିଆଯାଉଛି । କେବଳ କଳା ସଂସ୍କୃତି ନୁହେଁ ସମସ୍ତ କ୍ଷେତ୍ରରେ କିପରି ଆଦିବାସୀ ଆଗକୁ ବଢିବେ ସେ ଦିଗରେ କାର୍ଯ୍ୟକ୍ରମ ଗ୍ରହଣ କରାଯାଉଛି । ରାଜ୍ୟ ସରକାର ଏକ ନୂଆ ରୂପ ରେଖ ଦେଇ ଆଦିବାସୀମାନଙ୍କୁ ସମାଜରେ ଆଗକୁ ନେବାକୁ ଚେଷ୍ଟା ଜାରି ରଖିଛନ୍ତି ।"
9 ଗୋଟି ଜିଲ୍ଲାରେ ଥିବା ସମସ୍ତ ଆଦିବାସୀଙ୍କ କଥାକୁ ଶୁଣି ତାଙ୍କ ଜୀବନରେ ପରିବର୍ତ୍ତନ ଆଣିବାକୁ ଚେଷ୍ଟା ଚାଲିଛି । ଅବହେଳିତ ଆଦିବାସୀ ଲୋକେ କିପରି ଆତ୍ମନିର୍ଭରଶୀଳ ହୋଇ ପାରିବେ କିଭଳି ନିଜ ଗୋଡ଼ରେ ନିଜେ ଛିଡା ହୋଇ ରୋଜଗାରକ୍ଷମ ହେବେ ସେ ଦିଗରେ କାର୍ଯ୍ୟ କରାଯାଉଛି । ବର୍ତ୍ତମାନ କମ୍ପ୍ୟୁଟର ଯୁଗରେ କିଭଳି ଭଲ ଉଚ୍ଚ ଶିକ୍ଷା ପାଇ ପାରିବେ ସେଥିନେଇ ବହୁ ପ୍ରକାର ଯୋଜନା କରିଛନ୍ତି ରାଜ୍ୟ ସରକାର । ତୃଣମୂଳ ସ୍ତରରେ ଲାଗୁ କରାଇ ସଫଳ ରୂପାୟନ ଦେବାରେ ସାହାଯ୍ୟ କରିବ ଏହି ସ୍ବତନ୍ତ୍ର ଉନ୍ନୟନ ପରିଷଦ। ତେବେ ପଶ୍ଚିମ ଓଡିଶାର 9ଟି ଆଦିବାସୀ ବହୁଳ ଜିଲ୍ଲାରେ ଏହି ସ୍ବତ୍ବନ୍ତ୍ର ଉନ୍ନୟନ ପରିଷଦ ଲୋକଙ୍କ ଦାବିକୁ ଶୁଣି ବୁଝି କିଭଳି ଏହାର କାର୍ଯ୍ୟ ସମ୍ପାଦନ କରିହେବ ସେନେଇ ଚେଷ୍ଟା ଆରମ୍ଭ ହୋଇଛି ।
କଳା ସଂସ୍କୃତି ପାଇଁ ବାଦ୍ୟ ଯନ୍ତ୍ରଠାରୁ ଆରମ୍ଭ କରି ସାଂସ୍କୃତିକ ସେଣ୍ଟର ଏବଂ ସମସ୍ତ ବ୍ଲକରେ ଆଦିବାସୀ ସମୁଦାୟଙ୍କୁ ଦଶ ଲକ୍ଷ ଟଙ୍କା ଲେଖାଏଁର ସମୁଦାୟ ଗୃହ ଯୋଗାଇ ଦିଆଯିବ ଏବଂ ପ୍ରତି ବ୍ଲକରେ ଆଦିବାସୀ ସମୁଦାୟ ପାଇଁ ସାଂସ୍କୃତିକ ମଣ୍ଡପ ଯୋଗାଇ ଦିଆଯିବ । ଯେଉଁଠାରେ ଆଦିବାସୀ ଲୋକେ ନିଜର ବିଭିନ୍ନ କାର୍ଯ୍ୟକ୍ରମ କରି ପାରିବେ । ସବୁଠାରୁ ବଡ଼ କଥା ଯେ ଆଦିବାସୀ ଜନଜାତିମାନଙ୍କ ପାଇଁ ଜିଲ୍ଲା ସ୍ତରରେ ଏକ ସଂଗ୍ରହାଳୟ ନିର୍ମାଣ କରାଯିବ ଯେଉଁଠାରେ ଆଦିବାସୀ ଜନଜାତିଙ୍କ ବଞ୍ଚିବାର ଶୈଳୀ ସହ କଳା ଏବଂ ସଂସ୍କୃତିକୁ ସଂରକ୍ଷିତ ରଖାଯିବ । ଜିଲ୍ଲା ସ୍ତରରେ ମଧ୍ୟ ସମସ୍ତ ଜିଲ୍ଲାରେ ସମୁଦାୟ ଗୃହ ନିର୍ମାଣ କରାଯିବ ଏବଂ ଆହୁରି ବହୁମୁଖୀ ଯୋଜନା ରାଜ୍ୟ ସରକାର କରିଛନ୍ତି ଯାହାକୁ କାର୍ଯ୍ୟକାରୀ କରିବା ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଚେଷ୍ଟା କରିବ ।
ସୁନ୍ଦରଗଡ଼ ଜିଲ୍ଲାକୁ ଦୁଇ ଦିନିଆ ଗସ୍ତରେ ପ୍ରାୟ ୧୩ଟି ଆଦିବାସୀ ସମୁଦାୟଙ୍କୁ ଭେଟି ସେମାନଙ୍କ ମୂଳ ଦାବିକୁ ନେଇ ଆଲୋଚନା କରିଛନ୍ତି ଏସିଡିସି ଉପଦେଷ୍ଟା ପ୍ରଦୀପ ମାଝୀ । ଏହା ସହିତ ଜିଲ୍ଲାରେ ବହୁ ଉନ୍ନତୀମୂଳକ କାର୍ଯ୍ୟ ବୁଲି ଦେଖିବା ସହ ନୂତନ କିଛି ପ୍ରକଳ୍ପ ଆଦିବାସୀମାନଙ୍କ ପାଇଁ ତିଆରି କରାଯିବ ଏବଂ ଆଗାମୀ ଦିନରେ ଦୂର ପାହାଡ଼ ଅପହଞ୍ଚ ଅଞ୍ଚଳରେ ରହୁଥିବା ଆଦିବାସୀ ଜନଜାତି ବର୍ଗର ଲୋକଙ୍କ ସହ ସିଧାସଳଖ ଆଲୋଚନା କରି ସବୁ ସମସ୍ୟା ଦୂର କରାଯିବ ବୋଲି କହିଛନ୍ତି ଏସଡିସି ଉପାଦେଷ୍ଟା ।
ଇଟିିଭି ଭାରତ, ସୁନ୍ଦରଗଡ