ETV Bharat / state

ସୁନ୍ଦରଗଡରେ ସମ୍ବଲପୁରୀ ଏକତା ମଞ୍ଚର ତୃତୀୟ ଜାତୀୟ ସମ୍ମିଳନୀ

author img

By

Published : Mar 1, 2021, 6:43 AM IST

ସୁନ୍ଦରଗଡରେ ରବିବାର ପାଳିତ ହୋଇଛି ସମ୍ବଲପୁରୀ ଏକତା ମଞ୍ଚର ତୃତୀୟ ଜାତୀୟ ସ୍ତରୀୟ ସମ୍ବଲପୁରୀ ସମ୍ମିଳନୀ । ଯୋଡିଛନ୍ତି ପଶ୍ଚିମ ଓଡିଶାର 11 ଜିଲ୍ଲା । ବହୁ ନାମୀଦାମି କଳାକାରଙ୍କୁ ଆମନ୍ତ୍ରଣ କରି ସମ୍ବର୍ଦ୍ଧିତ କରିଛି ଏକତା ମଞ୍ଚ । ଅଧିକ ପଢନ୍ତୁ...

sambalpur ekata manch 3rd national conferance in sundargarh
ସମ୍ବଲପୁରୀ ଏକତା ମଞ୍ଚର 3ୟ ଜାତୀୟ ସମ୍ମିଳନୀ,ଯୋଗଦେଲେ ବିଶିଷ୍ଟ ଅଭିନେତା ଓ କଳାକାର

ସୁନ୍ଦରଗଡ: ସମ୍ବଲପୁରୀ ଭାଷା, ଭାଷା ସାହିତ୍ୟ, ସଂସ୍କୃତି,ପରମ୍ପରାକୁ ଅଧିକ ଉଜ୍ଜିବୀତ କରି ଗଢି ତୋଳିବା ଓ ସମାଜର ମୁଖ୍ୟ ସ୍ରୋତକୁ ଆଣିବା ନେଇ ଆଜି ସୁନ୍ଦରଗଡରେ ଅନୁଷ୍ଠିତ ହୋଇଛି ତୃତୀୟ ସମ୍ବଲପୁରୀ ସମ୍ମିଳନୀ । ସୁନ୍ଦରଗଡ ସିଭିକ ସେଣ୍ଟର ପରିସର ଏନେଇ ଠୁଳ ହୋଇଛନ୍ତି ପଶ୍ଚିମ ଓଡିଶାର 11 ଜିଲ୍ଲାର ଭାଷା ସଂଗ୍ରାମୀ , ଲେଖକ , କବି, ସିନେ ତାରକା ,କଳାକାର ଓ ଭାଷାପ୍ରେମୀ ସୈନିକ ମାନେ । ନିଜକୁ ଗୋଟିଏ ସୂତ୍ରରେ ବାନ୍ଧି ନିଜ ଭାଷାକୁ ଟାଣ କରିବା ଓ ବିଶ୍ବ ଦରବାରରେ ଏକ ସ୍ବତନ୍ତ୍ର ପରିଚିତି କରିବା ନେଇ ଆରମ୍ଭ ହୋଇଛି ପ୍ରୟାସ ।

ସମ୍ବଲପୁରୀ ଏକତା ମଞ୍ଚର ଏହି ଗଣ ପର୍ବରେ ପଶ୍ଚିମ ଓଡିଶାର 11 ଟି ଜିଲ୍ଲାର ଲୋକ ଯୋଗଦେଇ ତାଙ୍କ ଭାଷା , ଭାଷା ସାହିତ୍ୟ , ଲୋକ କଳା , ସଂସ୍କୃତି ଓ ପରମ୍ପରାକୁ ସମାଜରେ ଆହୁରି ବହୁଳ ଭାବେ ପ୍ରତିଷ୍ଠିତ କରିବା ପାଇଁ ଯୋଡି ହୋଇଛନ୍ତି । ଏ ନେଇ ସେମାନେ ଅବିରାମ ଭାବେ ଉଦ୍ୟମ ଜାରି ରଖିଥିବା ବେଳେ ସେମାନଙ୍କର ତୃତୀୟ ଜାତୀୟ ସମ୍ବଲପୁରୀ ସମ୍ମିଳନୀ ସୁନ୍ଦରଗଡରେ କରିଛନ୍ତି । ସମ୍ବଲପୁରୀ ଭାଷା ଆନ୍ଦୋଳନକାରୀଙ୍କ ଏହି ଗଣ ପର୍ବରେ ସମ୍ବଲପୁରୀ ଭାଷା ପାଇଁ ଯେଉଁ ମାନେ ଅବିରାମ ଭାବେ ବିଭିନ୍ନ ଦିଗରେ କାର୍ଯ୍ୟ କରୁଛନ୍ତି ସେମାନେ ତ ଉପସ୍ଥିତ ଅଛନ୍ତି ତା ସହିତ ଅନ୍ୟ ଶୁଭେଚ୍ଛୁ ମାନେ ମଧ୍ୟ ଯୋଡିଛନ୍ତି । କେବେଳ ସେତିକି ନୁହେଁ ପଶ୍ଚିମ ଓଡିଶାବାସୀଙ୍କ ଏହି ଭାଷା ଆନ୍ଦୋଳନକୁ ଅଧିକ ଉତ୍ସାହିତ କରିବାପାଇଁ ଆଜି ସୁନ୍ଦରଗଡ ଲୋକସଭା ସାଂସଦ ଜୁଏଲ ଓରାମ ଯୋଗଦେଇ ଏହାକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଛନ୍ତି । ସୁନ୍ଦରଗଡ ଆରକ୍ଷୀ ଅଧୀକ୍ଷକ ମଧ୍ୟ ଏହି ଉତ୍ସବରେ ଯୋଗଦାନ କରି ସମ୍ବଲପରୁୀ ଏକତା ମଞ୍ଚର ଏହି ଭାଇଚାରା ଓ ସଂସ୍କୃତିକୁ ପ୍ରଶଂସା କରିବା ସହ ଏହିପରି ଉଦ୍ୟମ ହେବା ଆହୁରି ଦରକାର ବୋଲି କହିଛନ୍ତି ।

ସୁନ୍ଦରଗଡିଆଙ୍କ ଉପରେ ଗଦ ଗଦ ହୋଇଛନ୍ତି ସମ୍ବଲପୁରୀ ଭାଷା ସଂଗ୍ରାମୀ ମାନେ । ସୁନ୍ଦରଗଡିଆଙ୍କ ଆଚାର ଓ ଉଚ୍ଚାରଣ, ବ୍ୟବହାର ଓ ସମ୍ମାନ , ସବୁଥିରେ ଖୁସି ହୋଇଛନ୍ତି ଅତିଥି ମାନେ । ଏପରି ବ୍ୟବହାର, ଏପରି ପରିବେଶ , ଏପରି ଭାଇଚାରା ଅନ୍ୟ କେଉଁଠି ସେମାନଙ୍କୁ ମିଳି ନଥିଲା ବୋଲି କହିଛନ୍ତି । କିଏ ତାଙ୍କ ଜୀବନରେ ଅର୍ଦ୍ଧାଧିକ ସମୟ ଅତିବାହିତ କରିବା ପରେ ସୁନ୍ଦରଗଡରେ ପାଦ ରଖିଥିବା କଥା କହିଛନ୍ତି ତ ପୁଣି କିଏ ଜୀବନର ଏକ ରକମ ଶେଷ ପର୍ଯ୍ୟାୟରେ ଆସି ପହଞ୍ଚିବା ପରେ ଏହି ସମ୍ମାନ ପାଇଥିବା କଥା କହିଛନ୍ତି । ତେବେ ସବୁରି ମୂଳେ ସେଇ ଭାଇଚାରାର ସଂସ୍କୃତି । ସମ୍ବଲପୁରୀ ସଂସ୍କୃତି । ପରିବେଶ,ପରିବାର, ପୋଷାକ , ଖାଦ୍ୟ ଓ ଭାଷା ଯଦି ସମ୍ବଲପୁରିଆ ହୁଏ ତେବେ ଏହି ଭାଷା କେବେବି ଦଳିତ ହେବ ନାହିଁ ବୋଲି ଭାଷା ସଂଗ୍ରାମୀ ମାନେ କହିଛନ୍ତି ।

ତେବେ ଏହି ସମ୍ମିଳନୀର ଉଦ୍ଦେଶ୍ୟ କେବଳ ନାଚ ଗୀତରେ ସୀମିତ ନ ରହି ଏକ ସୂତ୍ରେ ବାନ୍ଧି ହେବା ଓ ନିଜ ମାତୃଭାଷାକୁ ସମୃଦ୍ଧ କରିବା ବୋଲି ସୁନ୍ଦରଗଡ ତଥା ରାଜ୍ୟର ଖାତନାମ ବ୍ୟଙ୍ଗ କବି, ଲେଖକ , କବି ତଥା କଳାକାର କହିଛନ୍ତି । ସୁନ୍ଦରଗଡିଆଙ୍କ ଏହି ପରିବେଶ ଓ ଭାଇଚାରାର ବ୍ୟବହାର ସମସ୍ତ ଅତିଥିଙ୍କୁ ଆପଣେଇ ପାରିଛି ବୋଲି କେତେକ ଅତିଥି କହିବା ସହ ସୁନ୍ଦରଗଡିଆଙ୍କ ଏହି ଉଦ୍ୟମକୁ ପ୍ରଶଂସା କରିଛନ୍ତି । ସମ୍ବଲପୁରୀ ଏକତା ମଞ୍ଚ କେବଳ ସମ୍ବଲପୁରୀ ଭାଷା କାହିଁକି ପଶ୍ଚିମ ଓଡିଶାର ଯିଏ ଯେଉଁ ଭାଷା କହୁ ନାଁ କାହିଁକି , ଯିଏ ଯେଉଁ ଧର୍ମ , ଜାତି ଓ ବର୍ଣ୍ଣ ହୋଇ ଥାଉ ନାଁ କାହିଁକି ସମସ୍ତଙ୍କୁ ଗୋଟିଏ ମଞ୍ଚରେ ଏକତ୍ରିତ କରାଇବା ନେଇ ପ୍ରୟାସ ଚାଲୁ ରଖିଛି ।

ସୁନ୍ଦରଗଡରୁ ହରିହର ଦାସମହାପାତ୍ର , ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.