ETV Bharat / state

ଆଜିଠୁ ସୁନ୍ଦରଗଡରେ ସାହାଣୀ କପ ଟୁର୍ଣ୍ଣାମେଣ୍ଟ, 4ଟି ଗ୍ରାଉଣ୍ଡରେ ହେବ ଲଢେଇ - ସିନିୟର ପୁରୁଷ ଆନ୍ତଃଜିଲ୍ଲା ଫୁଟବଲ ଚାମ୍ପିଆନସିପ ପ୍ରତିଯୋଗିତା

ସୁନ୍ଦରଗଡରେ ଆଜି ଠାରୁ ଆରମ୍ଭ ହେବ 61 ତମ ଆନ୍ତଃଜିଲ୍ଲା ଫୁଟବଲ ଚାମ୍ପିଆନସିପ୍ ପ୍ରତିଯୋଗିତା ( ସାହାଣୀ କପ )। ବାଲେଶ୍ୱର ଜିଲ୍ଲା ବ୍ୟତୀତ ଅନ୍ୟ ସମସ୍ତ ଜିଲ୍ଲାର ଭାଗ ନେବେ ଖେଳାଳି ।

ଆଜିଠୁ ସୁନ୍ଦରଗଡରେ ସାହାଣୀ କପ ଟୁର୍ଣ୍ଣାମେଣ୍ଟ,  4ଟି ଗ୍ରାଉଣ୍ଡରେ ହେବ ମୁକାବିଲା

author img

By

Published : Feb 6, 2021, 8:57 AM IST

ସୁନ୍ଦରଗଡ: ସୁନ୍ଦରଗଡରେ ଆଜି ଠାରୁ ଆରମ୍ଭ ହେବ 61 ତମ ସିନିୟର ପୁରୁଷ ଆନ୍ତଃଜିଲ୍ଲା ଫୁଟବଲ ଚାମ୍ପିଆନସିପ ପ୍ରତିଯୋଗିତା (ସାହାଣୀ କପ ) । ଏହି ପ୍ରତିଯୋଗିତାରେ ବାଲେଶ୍ବର ଜିଲ୍ଲାକୁ ବାଦ ଦେଇ ସମସ୍ତ 29ଟି ଜିଲ୍ଲାରୁ ମୋଟ 32 ଟି ଦଳ ଅଂଶ ଗ୍ରହଣ କରିବେ । ଏ ନେଇ ସମସ୍ତ ପ୍ରସ୍ତୁତି ପର୍ବ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚି ଥିବା କଥା ସୁନ୍ଦରଗଡ କ୍ରୀଡା ସାଂସଦ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ।

ଆଜିଠୁ ସୁନ୍ଦରଗଡରେ ସାହାଣୀ କପ ଟୁର୍ଣ୍ଣାମେଣ୍ଟ, 4ଟି ଗ୍ରାଉଣ୍ଡରେ ହେବ ଲଢେଇ

ତେବେ ଏହି ଟୁର୍ଣ୍ଣାମେଣ୍ଟ ଆଜି ଠାରୁ ଆରମ୍ଭ ହୋଇ ଫେବୃଆରୀ 14 ତାରିଖରେ ଶେଷ ହେବ ବୋଲି କ୍ରୀଡା ସଂସଦ କହିଛି । ସାହାଣୀ କପକୁ ନେଇ ଚାରୋଟି ଫୁଟବଲ ପଡିଆକୁ ଚିହ୍ନଟ କରାଯାଇ ନିର୍ଦ୍ଦିଷ୍ଟ କ୍ଲବମାନଙ୍କୁ ଦାୟିତ୍ବ ଦିଆଯାଇଛି । ଚାରୋଟି ଫୁଟବଲ ପଡିଆରୁ ଦୁଇଟି ସଦର ବ୍ଲକରେ ଥିବା ବେଳେ ଗୋଟିଏ ଟାଙ୍ଗରପାଲି ବ୍ଲକ୍ ଓ ଅନ୍ୟ ଗୋଟିଏ ସବଡେଗା ବ୍ଲକରେ କରାଯାଇଛି ।

ତେବେ ଖେଳାଳିମାନଙ୍କ ଏକ ତରଫା ଭଡା କ୍ରୀଡା ସଂସଦ ବହନ କରୁଥିବା ବେଳେ ଅନ୍ୟ ଅନ୍ୟ ଭଡା ଗୁଡିକ ଓଡିଶା ଫୁଟବଲ ଆସୋସିଏସନ ବହନ କରିବ ବୋଲି ଜଣା ପଡିଛି । ତେବେ ଖେଳାଳିଙ୍କ ରହିବା , ଖାଇବା ଓ ଖେଳିବା ନେଇ ସମସ୍ତ ବ୍ୟବସ୍ଥାରେ ଜିଲ୍ଲା ପ୍ରଶାସନ ସହଯୋଗ କରୁଥିବା କଥା କ୍ରୀଡା ସଂସଦ କହିଛି । ଏହି ପ୍ରତିଯୋଗିତାକୁ ଅଧିକ ସରଳୀକରଣ ଓ ସୁପରିଚାଳନାପାଇଁ 28 ଜଣ ରେଫରୀ , 4 ଜଣ ମ୍ୟାଚ୍ କମିଶନର , 5 ଜଣ ଚୟନ କର୍ତ୍ତା ଓ ଜଣେ ପର୍ଯ୍ୟବେକ୍ଷକଙ୍କୁ ଓଡିଶା ଫୁଟବଲ ଆସୋସିଏସନ ନିଯୁକ୍ତ କରିଥିବା ମ୍ୟାଚ କମିଶନର ତଥା ହେଡ ଅଫ୍ ରେଫରୀ କହିଛନ୍ତି ।

ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.