ETV Bharat / state

ଦୁଇ ଦିନରେ ୧୯ ଲକ୍ଷ ଲୁଟ୍‌, ଚେକିଂକଡା କଡି କଲା ରାଉରକେଲା ପୋଲିସ

author img

By

Published : Nov 17, 2022, 2:33 PM IST

ରାଉରକେଲାରେ ଗତ ଦୁଇ ଦିନ ମଧ୍ୟରେ ୧୯ ଲକ୍ଷ ଟଙ୍କା ଲୁଟ ହୋଇଥିବା ଅଭିଯୋଗ । ଲୁଟେରାଙ୍କୁ ଧରିବାକୁ ଚେକିଂକୁ କଡା କଡି କଲା ରାଉରକେଲା ପୋଲିସ । ଅଧିକ ପଢନ୍ତୁ

ଚେକିଂକୁ କଡା କଡି କଲା ରାଉରକେଲା ପୋଲିସ
ଚେକିଂକୁ କଡା କଡି କଲା ରାଉରକେଲା ପୋଲିସ

ରାଉରକେଲା: ସହରରେ ମାତିଛନ୍ତି ଲୁଟେରା, ଦିନକୁ ଦିନ ବଢ଼ିବାରେ ଲାଗିଛି ଲୁଟ ଛିନତାଇ ଭଳି ଘଟଣା । ବନ୍ଧୁକ ଓ ମରାଣାସ୍ତ୍ର ଦେଖାଇ ଲୋକଙ୍କ ପାଖରୁ ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଉଛନ୍ତି ଲୁଟେରା । ରାଉରକେଲା ସହରରେ ଦୁଇଦିନ ମଧ୍ୟରେ ବନ୍ଧୁକ ମୁନରେ ୧୯ ଲକ୍ଷ ଲୁଟ ହୋଇଛି । ଲୁଟେରାଙ୍କୁ ଧରିବା ପାଇଁ ତତ୍ପର ହୋଇଉଠିଛି ରାଉରକେଲା ପୋଲିସ । ଏନେଇ ସହରର ବିଭିନ୍ନ ଛକରେ ସମସ୍ତ ଗାଡିକୁ କଡାକଡି ଯାଞ୍ଚ କରାଯାଉଛି ।

ଚେକିଂକୁ କଡା କଡି କଲା ରାଉରକେଲା ପୋଲିସ

ମଙ୍ଗଳବାର ଦିନ ମଧ୍ୟ ଜଣେ ଘରୋଇ ବ୍ୟବସାୟିକ ପ୍ରତିଷ୍ଠାନର ଜଣେ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ୧୪ ଲକ୍ଷ ଟଙ୍କା ଲୁଟିନେଇଥିଲେ ଲୁଟେରା । ରାଉରକେଲା ଉଦିତନଗର ମହାନଗର ନିଗମ ନିକଟ ରିଂ ରୋଡ଼ରୁ ଲୁଟ କରିଥିଲେ ଲୁଟେରା । ଏହାରି ଗୋଟିଏ ଦିନ ପରେ ରାଉରକେଲା ଉଦିତନଗର ଥାନା ନିକଟରୁ ୫ ଲକ୍ଷ ଟଙ୍କା ଲୁଟ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ-ପ୍ରଶାସକରୁ ରାଜନେତା: ବିଜେଡ଼ିରେ ମିଶିଲେ ପୂର୍ବତନ ପ୍ରଶାସକ ମହେନ୍ଦ୍ର ବଢ଼େଇ

ବାରମ୍ଭାର ରାଉରକେଲା ସହରରେ ଏପରି ଲୁଟ ଘଟଣା ସାମ୍ନାକୁ ଆସିବା ପରେ ପୋଲିସ ଏହାକୁ ନେଇ ତତ୍ପର ହୋଇଛି । ଏନେଇ ଆଜି ସହରର ବିଭିନ୍ନ ପ୍ରମୁଖ ଛକ ଗୁଡିକରେ ନାକାବନ୍ଦୀ କରିଛି ପୋଲିସ । ସବୁ ଗାଡି କୁ ଚେକିଂ କରାଯାଉଛି। ବାଇକ, ସ୍କୁଟି, କାର୍‌ ସହ ଲୋକଙ୍କ ପାଖରେ ଥିବା ବ୍ୟାଗ ମଧ୍ୟ ଚେକିଂ କରୁଛି ରାଉରକେଲା ପୋଲିସ । ତେବେ ଲୁଟେରାଙ୍କୁ ଧରିବା ପାଇଁ ଏମିତି ପ୍ରୟାସ ଆରମ୍ଭ କରିଛି ରାଉରକେଲା ପୋଲିସ । ଦୁଇ ଦୁଇଟି ଲୁଟ ଘଟଣାରେ ସାମିଲ ଥିବା ଲୁଟେରାଙ୍କୁ ଧରିବାକୁ ଚେଷ୍ଟା ଚଳାଇଛି ରାଉରକେଲା ପୋଲିସ । ବର୍ତ୍ତମାନ କାହାରି ମଧ୍ୟ ସୁରାକ ମିଳିନାହିଁ ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.