ETV Bharat / state

ରାଉରକେଲା NIT ଛାତ୍ରଛାତ୍ରୀଙ୍କ କମାଲ, ଏଣିକି ଦୁର୍ଘଟଣା ପରେ ମଧ୍ୟ ସୁରକ୍ଷିତ ରହିବେ ଚାଳକ - ରାଉରକେଲା ଏନଆଇଟି ଛାତ୍ରଛାତ୍ରୀ

ରାଉରକେଲା ଏନଆଇଟି ଛାତ୍ରଛାତ୍ରୀଙ୍କ କମାଲ । ତିଆରି କଲେ ଚାରି ଚକିଆ ଯାନ । ଖାଲ ଢିପ କିମ୍ବା ଆବଡାଖାଡବା ରାସ୍ତାରେ ମଧ୍ୟ ଆଉ ଗାଡି ଅଟକିବନି । ଅଧିକ ପଢନ୍ତୁ

rourkela nit student made car
rourkela nit student made car
author img

By

Published : Feb 24, 2023, 9:58 PM IST

rourkela nit student made car

ରାଉରକେଲା: ନିଜର ଜ୍ଞାନ କୌଶଳ ପାଇଁ ସର୍ବଦା ଆଗରେ ରହିଛି ଭାରତ । ଏଭଳି ସ୍ଥିତିରେ ରାଉରକେଲା ଏନଆଇଟି ଛାତ୍ରଛାତ୍ରୀମାନେ କମାଲ କରିଛନ୍ତି । ସ୍ବଳ୍ପ ବଜେଟ ଏବଂ ଅଳ୍ପ ସରଞ୍ଜାମରେ ତିଆରି କରିଛନ୍ତି ଚାରିଚକିଆ ଯାନ । ଗମନାଗମନକୁ ସରଳ ଏବଂ ସୁନ୍ଦର କରିବା ପାଇଁ ଚାରିଚକିଆ ଯାନ ତିଆରି କରି କମାଲ ଦେଖାଇଛନ୍ତି NIT ରାଉରକେଲାର ଛାତ୍ରଛାତ୍ରୀ । ଖାଲ ଢିପ ହଉକି ଆବଡାଖାଡବା ରାସ୍ତାରେ ନଅଟକି ସବୁ ଜାଗାରେ ନିରାପଦରେ ଗଡିବ ବୋଲି କହିଛନ୍ତି ଛାତ୍ରଛାତ୍ରୀ ।

ରାଉରକେଲା ଏନଆଇଟି (ନେସନାଲ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି)ର ଛାତ୍ରଛାତ୍ରୀମାନେ ଦୁଇଟି କାର ତିଆରି କରିଛନ୍ତି। ଦୁଇଟି ଗ୍ରୁପ ବା ଟିମ ହୋଇ ନିର୍ମାଣ କରିଛନ୍ତି ଦୁଇଟି କାର। ଦୁଇଟି ଟିମ ବ୍ଲାକ ମାମ୍ବା ରେସିଂ ଏବଂ ଟିମ ରୋଡ଼ ରନର ମିଶି ତିଆରି କରିଛନ୍ତି ଡ୍ରାଇଭ୍ ଅଲ୍-ଟେରେନ୍ ଯାନ ଏବଂ ଫୋର୍ମୁଲା ରେସିଂ କାର । ସମୁଦାୟ ୫୫ଜଣ ଛାତ୍ରଛାତ୍ରୀଙ୍କ ପ୍ରଚେଷ୍ଟାରେ ଏହି କାର ତିଆରି କରାଯାଇଛି । ଏହି ଗାଡିଟି ଖାଲ ଢିପ ଠାରୁ ଆରମ୍ଭ କରି ବାଲି ପର୍ଯ୍ୟନ୍ତ ସବୁ ରାସ୍ତାରେ ଚାଲି ପାରିବ। ୩୦୫ ସିସି ର ୧୯.୨ Nm ଟର୍କର ଇଞ୍ଜିନ, ଫୋକ୍ସ ଏୟାର ସସପେନ୍ସନ, ଡିସ୍କ ବ୍ରେକ ଏବଂ ଷ୍ଟିଅରିଂ ଏକସିଲେଟର ଏବଂ କ୍ଲଚ ଆଦି ସାମଗ୍ରୀ ଖଞ୍ଜାଯାଇଛି । ଗାଡିରେ ଇଞ୍ଜିନ ସହ ଦୁର୍ଘଟଣାରୁ ବର୍ତ୍ତିବା ପାଇଁ ରେଲିଂ ଲଗାଯାଇଛି । ଏହି ଦୁଇଟା କାର ତିଆରି କରିବା ପାଇଁ ପ୍ରାୟ ଦେଢଲକ୍ଷ ଟଙ୍କା ଲାଗିଥିବା ନେଇ କହିଛନ୍ତି ଛାତ୍ରଛାତ୍ରୀ ।

SAE (ସୋସାଇଟି ଅଫ ଅଟୋମେଟିଭ ଇଞ୍ଜିନିୟର) NIT ରାଉରକେଲା ସହ ଅନୁବନ୍ଧିତ ହୋଇଛି। ଏହି ରାଉରକେଲା NIT ରେ BAJA SAE ଟିମର ଗୋଟିଏ ଟିମ୍ ହେଉଛି ଟିମ ବ୍ଲାକ ମାମ୍ବା ରେସିଂ । ଏହି ଦଳ 4 ଚକିଆ ଡ୍ରାଇଭ୍ ଅଲ୍-ଟେରେନ୍ ଯାନ (ଏଟିଭି) ନିର୍ମାଣ ଏବଂ ଉତ୍ପାଦନ ଉପରେ ଧ୍ୟାନ ଦେଇଥାଏ । ଦଳ ମୁଖ୍ୟତଃ ଜାତୀୟ ସ୍ତରରେ BAJA SAE INDIA ଏବଂ ଅନ୍ୟାନ୍ୟ ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ଡିଜାଇନ୍, ଉତ୍ପାଦନ ଏବଂ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଲକ୍ଷ୍ୟ ରଖିଛି । ଏନେଇ ବ୍ଲାକ ମାମ୍ବା ଟିମ କହିଛନ୍ତି," ସାମ୍ପ୍ରତିକ ଏବଂ ଭାରତର ବିକାଶକୁ ବିଚାରକୁ ନେଇ ଟିମ୍ ବୈଦ୍ୟୁତିକ ଆଡକୁ ଯାଉଛି ଏବଂ ବର୍ତ୍ତମାନ ଏହି ଟିମ ସମସ୍ତ ବୈଦ୍ୟୁତିକ ଏଟିଭିର ବିକାଶ ଉପରେ ଧ୍ୟାନ ଦେବ । ଏହାସହ BAJA SAE INDIA 2024 ରେ ଅତ୍ୟାଧୁନିକ ଅଲ ଟେରେନ ଯାନ ଉତ୍ସର୍ଗୀକୃତ କରିବୁ ।" ଅଲ୍-ଟେରେନ୍ ଯାନ ବର୍ତ୍ତମାନ ସମୟରେ ୫୫ କିଲୋମିଟର ପ୍ରତି ଘଣ୍ଟା ଏବଂ ପ୍ରାୟ ୩୮ ଡିଗ୍ରୀ ଉଠାଣି ବା ଗଡାଣି ରେ ଚାଲି ପାରିବ।

ଅନ୍ୟ ପକ୍ଷରେ ଆଉ ଏକ ଆଶ୍ଚର୍ଯ୍ୟ କରିଲା ଭଳି ଟିମ ରୋଡ଼ ରନର ସଦସ୍ୟମାନେ ଗାଡି ନିର୍ମାଣ କରିଛନ୍ତି । ଏହି ଦଳରେ ମଧ୍ୟ NIT ରାଉରକେଲାର ବିଭିନ୍ନ ବିଭାଗର ବିଭିନ୍ନ ବର୍ଷର ପ୍ରାୟ ୬୦ ଜଣ ସଦସ୍ୟ ଅଛନ୍ତି। ଏହାସହ ଏହି ଟିମ ରୋଡ଼ ରନର ନିର୍ମାଣ କରିଛି ଫୋର୍ମୁଲା ରେସିଂ କାର। ଫର୍ମୁଲା ରେସିଂରେ ବ୍ୟବହାର ହେଉଥିବା କାରକୁ ନିଜ ହାତରେ ଡିଜାଇନ କରି ବନାଇଛନ୍ତି ଛାତ୍ରଛାତ୍ରୀ। ଫର୍ମୁଲା ରେସିଂ କାରରେ ସିଙ୍ଗଲ ସିଲିଣ୍ଡର ଲିକ୍ୟୁଇଡ଼ କୁଲ ଇଞ୍ଜିନ 390 ସିସି ଇଞ୍ଜିନ, DNM ଆରସିପି ୨୫ ମଡେଲ ସସପେନ୍ସନ ଏବଂ ଡିସ୍କ ବ୍ରେକ ଏବଂ ଚେନ ଡ୍ରାଇଭ, ଚେସିସ ଆଦି ଲଗାଯାଇଛି। ଏହି ଫର୍ମୁଲା ୱାନ ରେସିଂ କାର ପ୍ରାୟ ୧୨୦ କିଲୋମିଟର ସ୍ପିଡରେ ଚାଲିପାରିବ ।

ଇଟିଭି ଭାରତ, ସୁନ୍ଦରଗଡ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.