ETV Bharat / state

ମହିଳା ASIଙ୍କ ମୃତ୍ୟୁ ମାମଲା: ଅତ୍ୟଧିକ ମାଡ଼ ଯୋଗୁଁ ଗଲା ଜୀବନ ! ଦେଖନ୍ତୁ ଘଟଣା ସମୟର ଭିଡ଼ିଓ - rourkela lady asi death

ଉଦିତନଗର ଥାନାରେ କାର୍ଯ୍ୟରତ ମହିଳା ASIଙ୍କ ମୃତ୍ୟୁ ମାମଲା । ASIଙ୍କୁ ଯୋଜନା ବଦ୍ଧ ଭବରେ ମାଡ଼ ମାରି ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ପରିବାର । ଅଧିକ ପଢନ୍ତୁ

rourkela lady ASI death mystry
ଅତ୍ୟଧିକ ମାଡ଼ ଯୋଗୁ ASIଙ୍କ ମୃ୍ତ୍ୟୁ ଅଭିଯୋଗ
author img

By ETV Bharat Odisha Team

Published : Oct 2, 2023, 7:45 PM IST

ଅତ୍ୟଧିକ ମାଡ଼ ଯୋଗୁ ASIଙ୍କ ମୃ୍ତ୍ୟୁ ଅଭିଯୋଗ

ରାଉରକେଲା: ଉଦିତନଗର ଥାନାରେ କାର୍ଯ୍ୟରତ ମହିଳା ASIଙ୍କ ମୃତ୍ୟୁ ମାମଲା । ଦୋଷୀଙ୍କ ଦଣ୍ଡ ନମିଳିଲା ଯାଏ ମୃତଦେହ ଉଠିବ ନାହିଁ ବୋଲି କହିଛନ୍ତି ପରିବାର । ମହିଳା ASIଙ୍କୁ ମାଡ଼ ମରାଯାଉଥିବା ସମୟର ଏକ ଭିଡ଼ିଓ ବର୍ତ୍ତମାନ ‘ଇଟିଭି ଭାରତ’ ହାତରେ ଲାଗିଛି । ରବିବାର ରାଉରକେଲାର ଉଦିତନଗର ଥାନାରେ କାର୍ଯ୍ୟରତ ASI ମୃତ୍ୟୁ ଘଟଣାକୁ ନେଇ ଦେଖାଦେଇଛି ଉତ୍ତେଜନା । ASIଙ୍କୁ ଯୋଜନା ବଦ୍ଧ ଭବରେ ମାଡ଼ ମାରି ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ପରିବାର । ତେବେ ASIଙ୍କ ଦେହରେ ମାଡ଼ ମାରିବା ଯୋଗୁଁ ହୋଇଥିବା କ୍ଷତ ଚିହ୍ନ ସ୍ପଷ୍ଟ ଜଣାପଡୁଛି ବୋଲି ଅଭିଯୋଗ କରିଛନ୍ତି ASIଙ୍କ ପରିବାର । ବର୍ତ୍ତମାନ ASI ଅଲିସ ଲୁଗୁନଙ୍କ ମୃତଦେହ ରାଉରକେଲା ସରକାରୀ ହସ୍ପିଟାଲର ମୋର୍ଗ ହାଉସରେ ଅଛି ।

ରାଉରକେଲା ସରକାରୀ ହସ୍ପିଟାଲରେ ଦେଖାଦେଇଛି ଉତ୍ତେଜନା । ନ୍ୟାୟ ଦାବିରେ ଅଡି ବସିଛନ୍ତି ଅଲିସଙ୍କ ପରିବାର । ଯେ ପର୍ଯ୍ୟନ୍ତ ଦୋଷୀଙ୍କୁ ଗିରଫ ନକରାଯାଇଛି ସେପର୍ଯ୍ୟନ୍ତ ମୃତଦେହ ଉଠାଇବାକୁ ଦିଆଯିବନି ବୋଲି ସେମାନେ ଜିଦ ଧରିଛନ୍ତି । ଯେଉଁ ଦୁଇ ଜଣ ହୋମଗାର୍ଡ ASIଙ୍କ ସହ ଥିଲେ ସେମାନଙ୍କୁ ମଧ୍ୟ ଚାକିରିରୁ ବହିଷ୍କୃତ କରିବା ପାଇଁ ଦାବି ହୋଇଛି । ସୂଚନା ଅନୁସାରେ, ରବିବାର ଅପରାହ୍ନରେ ଏକ ବସ ଏବଂ କାର ଦୁର୍ଘଟଣାକୁ ନେଇ ଉତ୍ତେଜନା ଦେଖାଦେଇଥିଲା । ତେବେ କାରଟି ଜଣେ ନାବାଳକ ଚଳାଉଥିବା ସୂଚନା ରହିଥିବାବେଳେ କାରରେ ନାବାଳକର ବାପା ମଧ୍ୟ ଥିଲେ । ଆଉ ଏହି କାରଟି ବସକୁ STI ନିକଟରେ ଧକ୍କା ଦେଇଥିଲା ।

ଏହା ବି ପଢନ୍ତୁ...ଆସିଷ୍ଟାଣ୍ଟ କଲେକ୍ଟର ମୃତ୍ୟୁ ମାମଲା: ପ୍ରତିକ୍ରିୟା ରଖିଲେ ତଦନ୍ତକାରୀ ଅଫିସର, କହିଲେ ଖୁବଶୀଘ୍ର ଜଣାପଡ଼ିବ ସତ

ଏହାପରେ କାରରେ ବସିଥିବା ବାପପୁଅ ଅନ୍ୟମାନଙ୍କୁ ଡାକି ଉତ୍ତେଜିତ ହୋଇ ବସ ଡ୍ରାଇଭର ଏବଂ ହେଲ୍ପରଙ୍କ ସହ ମାରପିଟ କରିଥିବା ନେଇ ଉଦିତନଗର ଥାନେର ଅଭିଯୋଗ ହୋଇଥିଲା । ଖବର ପାଇ ଉଦିତନଗର ଥାନା ମହିଳା ପୋଲିସ ASI ଘଟଣାସ୍ଥଳରେ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଉଦ୍ୟମ କଲାବେଳେ ତାଙ୍କୁ ମଧ୍ୟ ମାଡ଼ ମାରିଥିଲେ ବାପ ପୁଅଙ୍କ ସହଯୋଗୀ । ଫାଇବର ବାଡ଼ିରେ ଓ କାଚ ବୋତଲ ସାହାଯ୍ୟରେ ମହିଳା ପୋଲିସଙ୍କୁ ଆକ୍ରମଣ କରାଯାଇଥିବା ନେଇ ପରିବାରଲୋକେ ଅଭିଯୋଗ କରିଛନ୍ତି । ତେବେ ମହିଳା ASI ଅଲିସ ଲୁଗୁନ ଅତ୍ୟଧିକ ମାଡ଼ ହେବାରୁ ସେ ତଳେ ପଡି ଯାଇଥିଲେ । ତାଙ୍କ ସାଙ୍ଗରେ ଥିବା ଦୁଇ ଜଣ ହୋମଗାର୍ଡ ତାଙ୍କୁ ତୁରନ୍ତ ହସ୍ପିଟାଲ ନେଇଥିଲେ । ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣାର ସବୁ ଦିଗରୁ ତଦନ୍ତ କରାଯାଉଥିବା ଡିଏସପି କହିଛନ୍ତି ।

"2 ଜଣ ହୋମଗାର୍ଡ କେଉଁଥି ପାଇଁ ମହିଳା ASIଙ୍କୁ ମାଡ଼ ମରାଯିବା ଘଟଣା ମିଛ ବୋଲି କହିଥିଲେ ? ସେହି ସମୟରେ ହୋମଗାର୍ଡ କାହିଁକି ଅଲିସଙ୍କୁ ରକ୍ଷା କରିନଥିଲେ ? ନିଜର ଭୁଲ ଲୁଚାଇବାକୁ ଯାଇ ଏଭଳି ମିଛ କହିଥିବା ଯୋଗୁଁ ଆଜି ASIଙ୍କ ମୃତ୍ୟୁ ହୋଇଛି" ବୋଲି ପରିବାର ଲୋକେ ଅଭିଯୋଗ କରାଯାଇଛି । ଅଲିସଙ୍କ ସ୍ୱାମୀ ସଞ୍ଜୟ କୁମାର ଲାକ୍ରାଙ୍କ ଏତଲା କ୍ରମେ ପୋଲିସ ହତ୍ୟା ମାମଲା ଦାୟର କରିଛି । "ASIଙ୍କ ଶରୀରରେ ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଛି । ନିସ୍ତୁକ ମାଡ଼ ଫଳରେ ମୁହଁ ଏବଂ ନାକରୁ ରକ୍ତ ବାହାରିଥିବା ଦେଖିବାକୁ ମିଳିଛି" ବୋଲି ଅଭିଯୋଗ କରିଛନ୍ତି ଅଲିସଙ୍କ ସ୍ୱାମୀ ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.