ETV Bharat / state

ହକିର ଗଡ଼ରେ ଝଲସୁଛି ଦେଶର ପ୍ରଥମ ହକି ଛକ, ପାଲଟିଛି ଆକର୍ଷଣର କେନ୍ଦ୍ରବିନ୍ଦୁ

ରାଉରକେଲା ସହରରେ ରହିଛି ଦେଶର ପ୍ରଥମ ହକି ଛକ । ଏହି ଛକରେ ସୁନ୍ଦରଗଡ଼ ଜିଲ୍ଲାରୁ ରାଜ୍ୟ ତଥା ଦେଶ ପାଇଁ ହକି ଖେଳିଥିବା ଖେଳାଳିଙ୍କ ନାମ ଓ ପ୍ରତିମୂର୍ତ୍ତି ରହିଛି । ରଙ୍ଗ ବେରଙ୍ଗ ଆଲୋକ ମାଳାରେ ଝଲସୁଛି ଏହି ହକି ଛକ । ଯାହା ଏବେ ଲୋକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ଅଧିକ ପଢ଼ନ୍ତୁ

ହକିର ଗଡ଼ରେ ଝଲସୁଛି ଦେଶର ପ୍ରଥମ ହକି ଛକ
ହକିର ଗଡ଼ରେ ଝଲସୁଛି ଦେଶର ପ୍ରଥମ ହକି ଛକ
author img

By

Published : Mar 21, 2023, 10:42 PM IST

ହକିର ଗଡ଼ରେ ଝଲସୁଛି ଦେଶର ପ୍ରଥମ ହକି ଛକ

ରାଉରକେଲା: ଇସ୍ପାତ ନଗରୀ ରାଉରକେଲା ଉପରେ ଏବେ ସାରା ବିଶ୍ୱର ନଜର । ହକିର ଗଡ଼ ବା ହକିର ଏନ୍ତୁଡ଼ିଶାଳ ବୋଲାଉଥିବା ସୁନ୍ଦରଗଡ଼ ଜିଲ୍ଲା ବର୍ତ୍ତମାନ ବିଶ୍ୱ ଦରବାରରେ ନିଜର ଏକ ସ୍ବତନ୍ତ୍ର ପ୍ରତିଛବି ତିଆରି କରିଛି । ରାଉରକେଲା ମାଟିରେ ହକି ବିଶ୍ୱକପ ସୁରୁଖୁରୁରେ ଆୟୋଜନ ପରେ ପୁଣି FIH ପ୍ରୋ ଲିଗ୍‌ର ସଫଳ ଆୟୋଜନ ଯୋଗୁଁ ବିଶ୍ୱରେ ପ୍ରଶଂସା ସାଉଁଟିଛି ଏହି ସହର । ହକିର ଗଡ଼ରେ ସବୁବେଳେ ରହିଛି ହକି ପ୍ରତି ଭଲ ପାଇବା ଏବଂ ହକିର କ୍ରେଜ । ତେବେ ହକିର ମାଟିରେ ରହିଛି ହକି ନାମରେ ନାମିତ ହୋଇଥିବା ଏକ ଛକ । ଆମେ କହୁଛୁ, ରାଉରକେଲା ସହରର ପାନପୋଷ ଛକ ବିଷୟରେ ।

ତେବେ ସୁନ୍ଦରଗଡ଼ ଜିଲ୍ଲାରୁ କାହିଁ କେତେ ଖେଳାଳି ଦେଶ ଏବଂ ରାଜ୍ୟରେ ହକି ଖେଳି ସୁନ୍ଦରଗଡ଼ ମାଟି ଏବଂ ରାଉରକେଲା ମାଟି ପାଇଁ ଆଣିଛନ୍ତି ଗର୍ବ ଓ ଗୌରବ । ତେବେ ସମସ୍ତ ହକି ଖେଳାଳିଙ୍କୁ ଉତ୍ସର୍ଗ ହୋଇଛି ରାଉରକେଲା ସହରର ପାନପୋଷ ଛକ । ହକି ଖେଳାଳିଙ୍କ ସ୍ମୃତିକୁ ସାଇତି ରଖିବାକୁ ରାଉରକେଲା ପ୍ରଶାସନ ପକ୍ଷରୁ ନିର୍ମାଣ କରାଯାଇଥିଲା ହକି ଛକ । ଏହି ହକି ଛକରେ ଦେଶ ତଥା ରାଜ୍ୟ ପାଇଁ ଗୌରବ ଆଣିଥିବା ହକି ଖେଳାଳିଙ୍କ ନାମ ରହିଛି । ଏକ ବିଶାଳ ପଥରକୁ ସୁନ୍ଦର ଭାବରେ ଏକ ସ୍ଥାନରେ ସ୍ଥାପନ କରାଯାଇଛି । ଏହି ପଥରରେ ଅଙ୍କା ଯାଇଛି ସମସ୍ତ ହକି ଖେଳାଳିଙ୍କ ନାମ । ଯେଉଁଥିରେ ରହିଛି ଦିଲ୍ଲୀପ ତିର୍କୀ, ଇଗ୍ନେସ ତିର୍କୀ, ଲାଜରୁସ ବାର୍ଲା, ସୁଭଦ୍ରା ପ୍ରଧାନ, ନମିତା ଟପ୍ପୋ, ପ୍ରବୋଧ ତିର୍କୀ, ବିରେନ୍ଦ୍ର ଲାକ୍ରା, ଅମିତ ରୋହିଦାସ, ଲିଲିମା ମିଞ୍ଜ ଆଦି ସମସ୍ତ ହକି ଖେଳାଳିଙ୍କ ନାମକୁ ଏଥିରେ ଅଙ୍କା ଯାଇଛି ।

ତେବେ ବର୍ତ୍ତମାନ ଏହି ହକି ଛକକୁ ଏକ ନୂଆ ରୂପ ଦେଇଛି ରାଉରକେଲା ମହାନଗର ନିଗମ । କାରଣ ରାଉରକେଲା ସହରକୁ ଆସିବାକୁ ହେଲେ ପ୍ରଥମେ ହକି ଛକ ଦେଇ ଯିବାକୁ ପଡେ । ଏହି ହକି ଛକକୁ ନୂଆ ରୂପ ରଙ୍ଗ ଦେଇ ପ୍ରାୟ ୧୦ କୋଟି ଟଙ୍କାର ବ୍ୟୟରେ ଏହାର ସୁନ୍ଦରତାକୁ ବଢା ଯାଇଛି । ଏହାପରେ ରାଉରକେଲା ସହରରେ ଏକ ନୂଆ ପରିଚୟ ପାଇଛି ଏହି ହକି ଛକ । ହକି ଛକକୁ ସମ୍ପୂର୍ଣ୍ଣ ହକିର ଲୁକ ଦେବା ପାଇଁ ଛକରେ ହକି ଷ୍ଟିକ ଉପରେ ନିର୍ମାଣ କରାଯାଇଛି ବିଶାଳ ଗ୍ଲୋବ । ଏହା ସାଙ୍ଗକୁ ହକି ଛକରେ ନିର୍ମାଣ କରାଯାଇଛି ହକି ଖେଳାଳିଙ୍କ ପ୍ରତିମୂର୍ତ୍ତି । ଯାହା ଏହି ଛକକୁ ଦେଉଛି ଏକ ନୂଆ ରୂପ ଏବଂ ଏକ ହକିର ତଡ୍‌କା । ଏହି ହକି ଛକ ବର୍ତ୍ତମାନ ରାଉରକେଲା ସହରର ଆକର୍ଷଣ ପାଲଟିଛି । ଏହା ସହ ରଙ୍ଗ ବେରଙ୍ଗ ଆଲୋକ ମାଳାରେ ଝଲସୁଛି ହକି ଛକ ।

ତେବେ ହକି ଖେଳାଳିଙ୍କ ନାମରେ ଉତ୍ସର୍ଗ ହୋଇଥିବା ଦେଶର ପ୍ରଥମ ଛକ ହେଉଛି ରାଉରକେଲାର ଏହି ପାନପୋଷ ଛକ । ରାଉରକେଲାରେ ପ୍ରବେଶ କରିବା ମାତ୍ରେ ହକି କାହାଣୀ କହୁଛି ଏହି ଛକ । ତେବେ ହକି ଛକ ହେବାଦ୍ୱାରା ଲୋକଙ୍କ ମନରେ ହକି ପାଇଁ ଉତ୍ସାହ ଆସିଥିବା ଏବଂ ହକି ଖେଳ ପ୍ରତି ଲୋକଙ୍କ ଆଗ୍ରହ ଏବଂ ଭଲ ପାଇବା ବଢିଛି ବୋଲି କହିଛନ୍ତି ପୂର୍ବତନ ଅଲମ୍ପିୟାନ ଲାଜରୁସ ବାର୍ଲା । ଆଗାମୀ ଯୁବପିଢୀ ଏହି ହକି ଛକକୁ ଦେଖି ହକି ଖେଳାଳି ହେବା ପାଇଁ ଇଚ୍ଛା ପ୍ରକାଶ କରିବେ ବୋଲି ଆଶା କରିଛନ୍ତି ବୁଦ୍ଧିଜୀବୀ ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.