ETV Bharat / state

Rourkela Bandh: ଆଜି ୧୨ ଘଣ୍ଟିଆ ରାଉରକେଲା ବନ୍ଦ ପାଳନ

author img

By

Published : Mar 1, 2023, 1:14 PM IST

ଆଜି ୧୨ ଘଣ୍ଟିଆ ରାଉରକେଲା ବନ୍ଦ । ସୁପର ସ୍ପେସିଆଲିଟି ହସ୍ପିଟାଲକୁ ଆପୋଲକୁ ହସ୍ତାନ୍ତରକୁ ବିରୋଧ କରି ବନ୍ଦ ପାଳନ ହେଉଛି । ଅଧିକ ପଢନ୍ତୁ

୧୨ ଘଣ୍ଟିଆ ରାଉରକେଲା ବନ୍ଦ
୧୨ ଘଣ୍ଟିଆ ରାଉରକେଲା ବନ୍ଦ
Rourkela Bandh

ରାଉରକେଲା: ଆଜି ୧୨ ଘଣ୍ଟିଆ ରାଉରକେଲା ବନ୍ଦ । ଇସ୍ପାତ ନଗରୀରେ ଥିବା ସୁପର ସ୍ପେସିଆଲିଟି ହସ୍ପିଟାଲକୁ ଆପୋଲୋକୁ ହସ୍ତାନ୍ତରକୁ ବିରୋଧ କରି ନାଗରିକ ସୁରକ୍ଷା କମିଟି ପକ୍ଷରୁ ଆଜି ଶାନ୍ତିପୂର୍ଣ୍ଣ ଭାବରେ ବନ୍ଦ ପାଳନ କରାଯାଉଛି । ସହରରେ ବନ୍ଦର ଆଶିଂକ ପ୍ରଭାବ ଦେଖିବାକୁ ମିଳୁଛି । ଆଜିଠୁ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ ହୋଇଥିବାରୁ ବନ୍ଦକୁ ଆଶିଂକ ଭାବେ ପାଳନ କରାଯାଇଛି । ଏହା ଯୋଗୁଁ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଥିବାବେଳେ ଦୋକାନ ବଜାର ବନ୍ଦ ରହିଛି । ତେବେ ଏଥିରୁ ସମସ୍ତ ଜରୁରୀକାଳୀନ ସେବା ଔଷଧ ଦୋକାନ, ଡାକ୍ତରଖାନା, ଆମ୍ବୁଲାନ୍ସ, ବିଦ୍ୟୁତ ସେବା, ଶିକ୍ଷାନୁଷ୍ଠାନକୁ ବାଦ୍ ଦିଆଯାଇଛି । ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏଁ ସାରା ସହରରେ ଚକା ଜାମ ରହିବ ।

ନାଗରିକ ସୁରକ୍ଷା କମିଟିର କହିବା କଥା, ଦେଶର ଟିକସଦାତାଙ୍କ ଟଙ୍କାରେ ନିର୍ମିତ ରାଉରକେଲା ସୁପର ସ୍ପେସାଲିଟି ହସ୍ପିଟାଲକୁ ଆପୋଲୋକୁ ଟେକି ଦିଆଯାଇଛି । ସୁନ୍ଦରଗଡ଼ ଜିଲ୍ଲାବାସୀଙ୍କ ପ୍ରତି ବିଶ୍ବାସଘାତକତା ବରଦାସ୍ତ କରାଯିବ ନାହିଁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୪ ମସିହାରେ ରାଉରକେଲାରେ ଆଇଜିଏଚ୍ ପରିସରରେ ସୁନ୍ଦରଗଡ଼ ଜିଲ୍ଲା ଏବଂ ଆଖପାଖ ଜିଲ୍ଲା ସମେତ ପଡୋଶୀ ରାଜ୍ୟର ଜନସାଧାରଣଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇଦେବାକୁ ଏକ ସୁପର ସ୍ପେସାଲିଟି ହସ୍ପିଟାଲ ଓ ମେଡିକାଲ କଲେଜ ପ୍ରତିଷ୍ଠା କରିବାକୁ ଘୋଷଣା କରିଥିଲେ । ପ୍ରତିଶ୍ରୁତିକୁ ରକ୍ଷା କରିବାକୁ ଯାଇ ସାଧାରଣ ଟିକସଦାତାଙ୍କ ୪୦୦ କୋଟି ଟଙ୍କାରେ ରାଉରକେଲାରେ ଏକ ସୁପର ସ୍ପେସାଲିଟି ହସ୍ପିଟାଲ ନିର୍ମାଣ କରାଯାଇଥିଲା ।

ପରବର୍ତ୍ତୀ ସମୟରେ ତତ୍କାଳୀନ ରାଷ୍ଟ୍ରପତିଙ୍କ ଦ୍ୱାରା ଏହି ହସ୍ପିଟାଲକୁ ଲୋକାର୍ପିତ କରାଯାଇଥିଲା । ପରେ ଏହାର ପରିଚାଳନା ପାଇଁ ଇସ୍ପାତ ଟ୍ରଷ୍ଟ ନାଁରେ ଏକ କମିଟି କରାଯାଇଥିଲା ଯେଉଁଠି ରାଉରକେଲା ଇସ୍ପାତ କାରଖାନା ପଦାଧିକାରୀମାନେ ଥିଲେ । ହଠାତ୍ ରାଉରକେଲା ତଥା ଜିଲ୍ଲାବାସୀଙ୍କୁ ଅନ୍ଧକାରରେ ରଖି ରାଉରକେଲା ଇସ୍ପାତ କାରଖାନା ଭଳି ଏକ ରାଷ୍ଟ୍ରାୟତ ଉଦ୍ୟୋଗ ସରକାରୀ ତହବିଲରୁ କୋଟି କୋଟି ଟଙ୍କାରେ ନିର୍ମିତ ଏହି ହସ୍ପିଟାଲକୁ ରାତିଅଧିଆ ଆପୋଲୋ ଭଳି ଏକ କର୍ପୋରେଟ ସଂସ୍ଥାକୁ ଟେକିଦେଲେ । ଯିଏକି ସାଧାରଣ ଲୋକଙ୍କୁ ସୁବିଧା ଓ ସୁଲଭ ମୂଲ୍ୟରେ ସ୍ୱାସ୍ଥ୍ୟସେବା ଯୋଗାଇ ପାରିବ ନାହିଁ ।

ଇସ୍ପାତ ଟ୍ରଷ୍ଟ ଆପୋଲୋ ସହିତ ଯେଉଁ ଚୁକ୍ତିନାମା କରିଛି ସେଥିରେ ସାଧାରଣ ଲୋକଙ୍କର କୌଣସି ସୁବିଧା କଥା ଉଲ୍ଲେଖ କରାଯାଇ ନାହିଁ । ତେଣୁ ଏହାକୁ ଘୋର ବିରୋଧ କରିଛି ରାଉରକେଲା ନାଗରିକ ସୁରକ୍ଷା କମିଟି । ଏହି ହସ୍ପିଟାଲକୁ ଏମ୍ସ ଦ୍ବାରା ପରିଚାଳନା କରାଯାଉ ଯାହାଫଳରେ ସାଧାରଣ ଲୋକେ ଏହାଦ୍ଵାରା ଲାଭବାନ ହୋଇପାରିବେ ବୋଲି କମିଟି ପକ୍ଷରୁ ବହୁବାର ଦାବି କରାଯାଇଛି । କିନ୍ତୁ ତାହା ନକରି ଏହାକୁ ଏକ କର୍ପୋରେଟ ହସ୍ପିଟାଲକୁ ଟେକି ଦେବା ଫଳରେ ସିଂହଭାଗ ଲୋକ ସ୍ବାସ୍ଥ୍ୟସେବା ପାଇବାରୁ ବଞ୍ଚିତ ହେବେ । ଏହାର ପ୍ରତିବାଦରେ ଆଜି ୧୨ ଘଣ୍ଟିଆ ରାଉରକେଲା ବନ୍ଦ ପାଳନ କରାଯାଉଛି । ସହରର ସୁରୁଖୁରୁରେ ବନ୍ଦ ପାଳନ ହେଉଥିବା କୁହାଯାଇଛି ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.