ETV Bharat / state

ସୁନ୍ଦରଗଡ ରଙ୍ଗାଢିପା ନିର୍ମାଣାଧିନ ଦୁର୍ଗା ମନ୍ଦିରର ରତ୍ନମୁଦ ଉତ୍ସବ

author img

By

Published : Mar 11, 2021, 3:47 PM IST

Updated : Mar 11, 2021, 4:01 PM IST

ରଙ୍ଗାଢିପା ନିର୍ମାଣାଧିନ ଦୁର୍ଗା ମନ୍ଦିରର ରତ୍ନମୁଦ ଉତ୍ସବ ଅନୁଷ୍ଠିତ ହୋଇଛି । ଅଧିକ ପଢନ୍ତୁ...

ସୁନ୍ଦରଗଡ ରଙ୍ଗାଢିପା ନିର୍ମାଣାଧିନ ଦୁର୍ଗା ମନ୍ଦିରର  ରତ୍ନ ମୋଦ ଉତ୍ସବ ଅନୁଷ୍ଠିତ

ସୁନ୍ଦରଗଡ: ବୁଧବାର ରଙ୍ଗାଢିପା ନିର୍ମାଣାଧିନ ଦୁର୍ଗା ମନ୍ଦିରର ରତ୍ନମୁଦ ଉତ୍ସବ ଅନୁଷ୍ଠିତ ହୋଇଛି । ପୂର୍ବରୁ ରଙ୍ଗାଢିପାରେ ଏକ ଛୋଟ ମନ୍ଦିର ନିର୍ମିତ କରାଯାଇ ସେଠାରେ ପ୍ରତିବର୍ଷ ମା’ ଦୁର୍ଗାଙ୍କର ମୃଣ୍ମୟୀ ମୂର୍ତ୍ତି (ମା’ ଦୁର୍ଗାଙ୍କର) ପୂଜା ହେଉଥିଲା ।

ସୁନ୍ଦରଗଡ ରଙ୍ଗାଢିପା ନିର୍ମାଣାଧିନ ଦୁର୍ଗା ମନ୍ଦିରର ରତ୍ନମୁଦ ଉତ୍ସବ

ତେବେ ଗତ ବର୍ଷ ରଙ୍ଗାଢିପା ପୂଜା କମିଟି ମା'ଙ୍କର ଏକ ପିତ୍ତଳ ଧାତୁ ନିର୍ମିତ ମୂର୍ତ୍ତି ସ୍ଥାପନ କରିବାନେଇ ନିଷ୍ପତ୍ତି ନେବା ସହ ମା'ଙ୍କର ମନ୍ଦିରର କଳେବରକୁ ପରିବର୍ତ୍ତନ କରିବା ନେଇ ଅଣ୍ଟା ଭିଡିଥିଲା । ଗତକାଲି ମା’ଙ୍କ ନବ ନିର୍ମାଣାଧିନ ମନ୍ଦିରର ରତ୍ନମୁଦ ଦିଆଯାଇଛି । ଏହି ମନ୍ଦିରରେ ମା’ଙ୍କର 22 ଟନ ଓଜନର ଏକ ପିତ୍ତଳ ମୂର୍ତ୍ତି ସ୍ଥାପନ କରାଯାଇ ପ୍ରତିଦିନ ମା’ଙ୍କର ପୂଜାର୍ଚ୍ଚନା ନେଇ ବ୍ୟବସ୍ଥା କରାଯାଉଥିବା କଥା ମନ୍ଦିର କମିଟି କହିଛି ।

ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

Last Updated : Mar 11, 2021, 4:01 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.