ETV Bharat / state

ରାଉରକେଲାରେ ସିଭିଲ ଡିଫେନ୍ସ ଓ ହୋମଗାର୍ଡର ପ୍ରତିଷ୍ଠା ଦିବସ ପାଳନ, ସାମିଲ ହେଲେ ପଶ୍ଚିମାଞ୍ଚଳ ଡ଼ିଆଇଜି

author img

By ETV Bharat Odisha Team

Published : Dec 6, 2023, 5:16 PM IST

Updated : Dec 6, 2023, 5:35 PM IST

ରାଉରକେଲାରେ ପାଳନ ହୋଇଛି ସିଭିଲ ଡିଫେନ୍ସ ଏବଂ ହୋମଗାର୍ଡର ପ୍ରତିଷ୍ଠା ଦିବସ । ନିଜର ପ୍ରଶଂସନୀୟ କାର୍ଯ୍ୟ ପାଇଁ ପୁରସ୍କୃତ ହେଲେ ପୋଲିସ କର୍ମଚାରୀ । ଅଧିକ ପଢନ୍ତୁ

ସିଭିଲ ଡିଫେନ୍ସ ଓ ହୋମଗାର୍ଡର ପ୍ରତିଷ୍ଠା ଦିବସ
ସିଭିଲ ଡିଫେନ୍ସ ଏବଂ ହୋମଗାର୍ଡର ପ୍ରତିଷ୍ଠା ଦିବସ ପାଳନ, ଯୋଗଦେଲେ ପଶ୍ଚିମାଞ୍ଚଳ ଡ଼ିଆଇଜି
ସିଭିଲ ଡିଫେନ୍ସ ଓ ହୋମଗାର୍ଡର ପ୍ରତିଷ୍ଠା ଦିବସ

ରାଉରକେଲା: ଆଜି ହେଉଛି ସର୍ବଭାରତୀୟ ସିଭିଲ ଡିଫେନ୍ସ ଏବଂ ହୋମଗାର୍ଡ ପ୍ରତିଷ୍ଠା ଦିବସ । ପ୍ରତ୍ୟେକ ବର୍ଷ 6 ଡିସେମ୍ବରରେ ରାଉରକେଲାରେ ଏହି ଦିସବକୁ ଆକର୍ଷଣୀୟ ଢଙ୍ଗରେ ପାଳନ କରାଯାଏ । ତେବେ ଏହି ପରିପ୍ରେକ୍ଷୀରେ ଆଜି ମଧ୍ୟ ସହରର ରିଜର୍ଭ ପୋଲିସ ପଡ଼ିଆରେ ଏହି ଦିବସକୁ ପାଳନ କରାଯାଇଛି । ଏହି କାର୍ଯକ୍ରମରେ ପଶ୍ଚିମାଞ୍ଚଳ ଡ଼ିଆଇଜି ନୀତିଶେଖର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ଏସପି ମୁକେଶ ଭାମୋ ଓ ଅତିରିକ୍ତ ଜିଲ୍ଲାପାଳ ଶୁଭଙ୍କର ମହାପାତ୍ର ମଧ୍ୟ ଯୋଗ ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ସମସ୍ତ ସିଭିଲ ଡିଫେନ୍ସ ଏବଂ ହୋମଗାର୍ଡଙ୍କ ଦ୍ୱାରା ଆକର୍ଷଣୀୟ ପ୍ୟାରେଡ଼ କରାଯାଇଥିଲା । ଏହାପରେ ସମାଜରେ ଯେଉଁମାନେ ଭଲ କାର୍ଯ୍ୟକରି ପୋଲିସ ପ୍ରଶାସନର ନାଁ ରଖିଛନ୍ତି ସେମାନଙ୍କୁ ପୁରସ୍କୃତ କରାଯାଇଥିଲା । ରାଉରକେଲା ପୋଲିସ ଜିଲ୍ଲାରେ ନିଜର ପ୍ରଶଂସନୀୟ କାର୍ଯ୍ୟ ମଧ୍ୟ ପୁରସ୍କୃତ କରାଯାଇଥିଲା । ଶେଷରେ ଯବାନମାନେ କିପରି ବିପତ୍ତି ସମୟରେ ଲୋକଙ୍କୁ ସାହାଯ୍ୟ କରାଯାଇପାରିବ ଏବଂ କିଭଳି ଭୟଙ୍କର ପରିସ୍ଥିତିକୁ ଆୟତ୍ତକୁ ଅଣାଯାଇପାରିବ ।ତାହାର ମକ ଡ୍ରିଲ ପ୍ରଦର୍ଶନ କରାଯାଇଥିଲା । ଜିଲ୍ଲାର ସିଭିଲ୍ ଡିଫେନ୍ସ ଏବଂ ହୋମଗାର୍ଡଙ୍କ ଉଲ୍ଲେଖନୀୟ କାର୍ଯ୍ୟକୁ ପଶ୍ଚିମାଞ୍ଚଳ ଡ଼ିଆଇଜି ନୀତିଶେଖର ପ୍ରଶଂସା କରିଥିଲେ ।

ଏହା ମଧ୍ୟ ପଢନ୍ତୁ....ଆଜି ନୌସେନା ଦିବସ, ନୌବୀରଙ୍କ ପରାକାଷ୍ଠାକୁ ସଲାମ

ତେବେ ସିଭିଲ୍ ଡିଫେନ୍ସ ସଂଗଠନ 1968 ମସିହାରେ ସିଭିଲ୍ ଡିଫେନ୍ସ ଆକ୍ଟ ଲାଗୁ ହେବା ସହ ଦେଶରେ କାର୍ଯ୍ୟ କରୁଛି ଏବଂ ଯୁଦ୍ଧ ଜରୁରୀକାଳୀନ ପରିସ୍ଥିତି ପାଇଁ ଏକ ପ୍ରମୁଖ ଭୂମିକା ଗ୍ରହଣ କରୁଛି । ଉଭୟ ପ୍ରାକୃତିକ ତଥା ମନୁଷ୍ୟକୃତ ବିପର୍ଯ୍ୟୟର ମୁକାବିଲା ପାଇଁ ଜନସଚେତନତା ତଥା ସମ୍ପ୍ରଦାୟର ଦକ୍ଷତା ବୃଦ୍ଧି କ୍ଷେତ୍ରରେ ସିଭିଲ୍ ଡିଫେନ୍ସ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ସାଧାରଣ ଜନତାଙ୍କ ଆଗରେ ସଂଗଠନର ଭୂମିକାକୁ ଆଲୋକିତ କରିବା ପାଇଁ ହୋମଗାର୍ଡ ଏବଂ ସିଭିଲ୍ ଡିଫେନ୍ସ ରାଇଜିଂ ଦିବସ ପାଳନ ପ୍ରତିବର୍ଷ 6 ଡିସେମ୍ବରରେ ସାରା ଦେଶରେ ପାଳନ କରାଯାଏ ।

ତେବେ ଆଜିର ଏହି ଦିନକୁ ଆମ ସୁରକ୍ଷା ପାଇଁ କାର୍ଯ୍ୟ କରୁଥିବା ରକ୍ଷକମାନଙ୍କୁ ସମର୍ପଣ କରାଯାଇଛି । ରାଇଜିଂ ଡେ ବା ବାର୍ଷିକ ଦିବସ ଅବସରରେ ବିଭିନ୍ନ କୌଶଳ ପ୍ରଦର୍ଶିତ କରାଯାଇଛି । ଯେଉଁଥିରେ ଆନୁଷ୍ଠାନିକ ପରେଡ୍, କୌଣସି ଅପ୍ରୀତିକର ପରିସ୍ଥିତିରେ ଉଚ୍ଚ ଅଟ୍ଟାଳିକାରୁ ଉଦ୍ଧାର କାର୍ଯ୍ୟ ଭଳି ପ୍ରଦର୍ଶନ, ପ୍ରାଥମିକ ସହାୟତା, ଅଗ୍ନିଶମ ବାହିନୀ, ଜଳ ଉଦ୍ଧାର, ସାଂସ୍କୃତିକ ଶିକ୍ଷାଗତ କାର୍ଯ୍ୟଗୁଡ଼ିକ ସେମାଙ୍କ କାର୍ଯ୍ୟଦକ୍ଷତା ଉପରେ ପ୍ରତିଫଳିତ କରିଥାଏ ।

ଇଟିଭି ଭାରତ, ରାଉରକେଲା

Last Updated : Dec 6, 2023, 5:35 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.