ETV Bharat / state

ରେଳ ରହଣି ଦାବିରେ ରେଳରୋକ, ଦାବି ପୂରଣ ନହେବା ଯାଏ ଆନ୍ଦୋଳନ ଚେତାବନୀ - ବିଶ୍ରା ପବ୍ଲିକ ଆକ୍ସନ କମିଟି

ଟ୍ରେନ ରହଣି ଦାବିକୁ ନେଇ ବିଶାଳ ଆନ୍ଦୋଳନ ସହ ରେଳ ରୋକ କଲେ ରାଉରକେଲା ବିଶ୍ରା ଅଞ୍ଚଳବାସିନ୍ଦା । ଅଧିକ ପଢନ୍ତୁ

ଟ୍ରେନ ରହଣି ଦାବିରେ ରେଳରୋକ
ଟ୍ରେନ ରହଣି ଦାବିରେ ରେଳରୋକ
author img

By ETV Bharat Odisha Team

Published : Oct 30, 2023, 3:27 PM IST

ଟ୍ରେନ ରହଣି ଦାବିରେ ରେଳରୋକ

ରାଉରକେଲା: ଟ୍ରେନ ରହଣୀ ଦାବିରେ ରେଳ ରୋକ । ବିଶ୍ରା ରେଲୱେ ଷ୍ଟେସନରେ ଟ୍ରେନ ରହଣି ଦାବି ନେଇ ଏକ ବିଶାଳ ଆନ୍ଦୋଳନ କରିଛି ବିଶ୍ରା ପବ୍ଲିକ ଆକ୍ସନ କମିଟି । ପାସେଞ୍ଜର ଟ୍ରେନ ଷ୍ଟେସନରେ ରହଣୀ ଦାବିକୁ ନେଇ ବର୍ତ୍ତମାନ ରେଳ ରୋକ ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଦାବି ପୂରଣ ନହେବା ଯାଏ ଏହି ଆନ୍ଦୋଳନ ଜାରି ରହିବ ବୋଲି କମିଟି ପକ୍ଷରୁ ଚେତାବନୀ ଦିଆଯାଇଛି ।

ସୁନ୍ଦରଗଡ ଜିଲ୍ଲା ରାଉରକେଲାର ବିଶ୍ରାମୁଣ୍ଡା ରେଲଓ୍ବେ ଷ୍ଟେସନରେ ପାସେଞ୍ଜର ଟ୍ରେନ ରହଣି ଦାବିକୁ ନେଇ ଆନ୍ଦୋଳନ ଜୋରଦାର ଦେଖିବାକୁ ମିଳିଛି । ବିଶ୍ରା ପବ୍ଲିକ ଆକ୍ସନ କମିଟି ପକ୍ଷରୁ ବିଶାଳ ରେଳ ରୋକ ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଅନିର୍ଦ୍ଦିଷ୍ଟ କାଳ ପାଇଁ ଏହି ବିକ୍ଷୋଭ ଜାରି ରହିବ ବୋଲି କମିଟି ପକ୍ଷରୁ କୁହାଯାଇଛି । ତେବେ ଏହି ରେଳ ରୋକ ଆନ୍ଦୋଳନରେ ବିଶ୍ରା ଅଞ୍ଚଳର ଅନେକ ସାଧାରଣ ଜନତା ମଧ୍ୟ ଯୋଗ ଦେଇଛନ୍ତି ।

ଏହାମଧ୍ୟ ପଢନ୍ତୁ..ହେମଗିରି ରେଲୱେ ସଂଗ୍ରାମ ସମିତିର ରେଳରୋକ ଆନ୍ଦୋଳନ

ଆନ୍ଦୋଳନକାରୀଙ୍କ କହିବାନୁଯାୟୀ, କୋଭିଡ ପୂର୍ବରୁ ବିଶ୍ରା ରେଳ ଷ୍ଟେସନରେ ବହୁ ପାସେଞ୍ଜର ଟ୍ରେନ ରହୁଥିବା ବେଳେ କୋଭିଡ ସମୟରେ ରେଳବାଇ ବିଭାଗ କୋଭିଡ ଗାଇଡ଼ ଲାଇନ ହେତୁ ବିଶ୍ରା ରେଳ ଷ୍ଟେସନରେ ରହୁଥିବା ଟ୍ରେନ ଗୁଡିକର ରହଣି ରଦ୍ଦ କରାଗଲା । କେବଳ କୋଭିଡ ପାଇଁ ରହଣି ବନ୍ଦ କରାଯାଇଛି କୁହାଯାଉଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ଏଠାରେ ସେହି ପୁରୁଣା ନିୟମ ଜାରି ରହିଛି ।

କୋରୋନା ମହାମାରୀ ପୂର୍ବରୁ ବିଶ୍ରା ରେଳ ଷ୍ଟେସନ୍ ରେ ଉତ୍କଳ ଏକ୍ସପ୍ରେସ, ସମଲେଶ୍ଵରୀ ଏକ୍ସପ୍ରେସ, ଇସ୍ପାତ ଏକ୍ସପ୍ରେସ, ତପସ୍ୱିନୀ ଏକ୍ସପ୍ରେସ, ବୋକାରୋ- ଆଲିପି ଏକ୍ସପ୍ରେସ ଆଦି ଯାତ୍ରୀବାହୀ ଟ୍ରେନ ଗୁଡିକର ରହଣି ଧାର୍ଯ୍ୟ ଥିଲା । ପରେ କୋରୋନା ଆଳରେ ଏହି ଟ୍ରେନର ଷ୍ଟପେଜକୁ ଉଠାଇ ଦିଆ ଯାଇଥିଲା । ଦୁଇ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ଏହି ସ୍ଥିତି ଆଜି ଯାଏ ଜାରି ରହିଛି । କୋରୋନା କଟକଣା ହଟିବା ପରେ ଟ୍ରେନ ଚଳାଚଳ ସ୍ବାଭାବିକ କରିବାକୁ ବାରମ୍ବାର ଦାବି ହୋଇଆସୁଥିଲେ ମଧ୍ୟ ସେନେଇ କୌଣସି ପଦକ୍ଷେପ ନିଆଯାଉନାହିଁ । ଯେଉଁଥିପାଇଁ ରେଳ ରୋକ କରିଛନ୍ତି ସାଧାରଣ ଲୋକେ ।

ଶନିବାର ଦିନ ରେଳ ବିଭାଗ ଅଧିକାରୀଙ୍କ ସହ ଆଲୋଚନା ବିଫଳ ହେବା ପରେ ଏହି ନିଷ୍ପତ୍ତି ନିଆଯାଇଛି । ଦାବି ପୂରଣ ନହେବା ଯାଏ ଏହି ଆନ୍ଦୋଳନ ଜାରି ରହିବ ବୋଲି କୁହାଯାଇଛି ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.