ETV Bharat / state

ପ୍ଲାଷ୍ଟିକମୁକ୍ତ ହେବ ସୁନ୍ଦରଗଡ, ବେଆଇନ ପଲିଥିନ ପ୍ରସ୍ତୁତ କାରଖାନାରେ ଚଢାଉ

ପଲିଥିନମୁକ୍ତ ହେବ ଜିଲ୍ଲା । ଏନେଇ ବିରମିତ୍ରପୁରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ବେଆଇନ ପଲିଥିନ ପ୍ରସ୍ତୁତ କରୁଥିବା କାରଖାନା ଉପରେ ଚଢ଼ାଉ କରାଯାଇଛି ।

author img

By

Published : Jun 18, 2019, 7:40 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ରାଉରକେଲା: ପଲିଥିନ ବ୍ୟବହାର ନେଇ ବାରମ୍ବାର ସଚେତନ କରିବା ସତ୍ତ୍ବେ ବି ପଲିଥିନ ବ୍ୟବହାର କମିବାର ନାଁ ନେଉନି । ତେଣୁ ଆଉ ବୁଝାସୁଝା ନୁହେଁ ଏଥର ଆକ୍ସନ ମୁଡରେ ପ୍ରଶାସନ । ସୁନ୍ଦରଗଡ଼କୁ ପଲିଥିନ ମୁକ୍ତ କରିବା କ୍ରମରେ ମଙ୍ଗଳବାର ଦିନ ବିରମିତ୍ରପୁରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ବେଆଇନ ପଲିଥିନ ପ୍ରସ୍ତୁତ କରୁଥିବା କାରଖାନା ଉପରେ ଚଢ଼ାଉ କରାଯାଇଥିଲା । ଯେଉଁଥିରେ 1 ଟନରୁ ଉର୍ଦ୍ଧ୍ବ ନିଷିଦ୍ଧ ପଲିଥିନ ଓ ପ୍ଲାଷ୍ଟିକ ସାମଗ୍ରୀ ଆଦି ଜବତ କରାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ବିରମିତ୍ରପୁର ପୌରପାଳିକାର ଅଧିକାରୀ, ମାଜିଷ୍ଟ୍ରେଟ, ପୋଲିସ ଉପସ୍ଥିତିରେ ଏହି ଚଢ଼ାଉ କରାଯାଇଥିଲା । ତେବେ ଜିଲ୍ଲାକୁ ପଲିଥିନ ମୁକ୍ତ କରିବାକୁ ଆଗକୁ ଏପରି ଚଢାଉ ଜାରି ରହିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

Intro:ରାଉରକେଲା-ସୁନ୍ଦରଗଡ଼ ଜିଲ୍ଲା କୁ ପଲିଥିନ ମୁକ୍ତ କରିବା କ୍ରମରେ ମଙ୍ଗଳବାର ଦିନ ବିରମିତ୍ରପୁର ରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ବେଆଇନ ପଲିଥିନ ପ୍ରସ୍ତୁତ କରୁଥିବା କାରଖାନା ଉପରେ ଚଢ଼ାଉ କରାଯାଇଥିଲା ।Body:ବିରମିତ୍ରପୁର ପୌରପାଳିକାର ଅଧିକାରୀ , ମାଜିଷ୍ଟ୍ରେଟ , ପୋଲିସ ଙ୍କ ଉପସ୍ଥିତି ରେ ଏହି ଚଢ଼ାଉରେ 1 ଟନ ରୁ ଉର୍ଦ୍ଧ୍ବ ନିଷିଦ୍ଧ ପଲିଥିନ , ପଲିଥିନ ପ୍ରସ୍ତୁତି ସାମଗ୍ରୀ ଆଦି ଜବତ କରାଯାଇଥିଲା । ଜିଲ୍ଲାକୁ ପଲିଥିନ ମୁକ୍ତ କରିବାକୁ ଆଗକୁ ଏପରି ଚଢାଉ ଜାରି ରହିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।Conclusion:ପ୍ଲାଷ୍ଟିକ ଉପରେ ପ୍ରତିବନ୍ଧ ସତ୍ୱେ ପ୍ଲାଷ୍ଟିକ ର ପ୍ରୟୋଗ ଜାରି ରହିଛି। ଏହା ଉପରେ ରୋକ ଲଗାଇବା ପାଇଁ ଦୋକାନୀ ମାନଙ୍କ ସହିତ ଗ୍ରାହକ ମାନଙ୍କ ମଧ୍ୟରେ ସଚେତନତା ର ଆବଶ୍ୟକତା ରହିଛି।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.