ETV Bharat / state

ହତ୍ୟା କରି ନଦୀରେ ଫିଙ୍ଗି ଦେଇଥିବା ଘଟଣା, ୨ ଜଣଙ୍କୁ ବାନ୍ଧିଲା ପୋଲିସ - ହତ୍ୟା କରି ନଦୀରେ ଫିଙ୍ଗି ଦେଇଥିବା ଘଟଣା

ଯୁବକଙ୍କୁ ହତ୍ୟା ପରେ ପେଟ କାଟି ନଦୀରେ ଫିଙ୍ଗି ଦେଇଥିବା ଘଟଣା । ଦୁଇ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ । ଅଧିକ ପଢନ୍ତୁ

chabilal murder case
chabilal murder case
author img

By

Published : May 5, 2023, 12:28 PM IST

chabilal murder case

ରାଉରକେଲା: ଗତ ୨୪ ତାରିଖରେ ରାଉରକେଲା ବ୍ରାହ୍ମଣୀ ତରଙ୍ଗ ଥାନା ପୋଲିସ ବ୍ରାହ୍ମଣୀ ନଦୀରୁ ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ମିଳିବା ଘଟଣା । ଯୁବକଙ୍କୁ ହତ୍ୟା ପରେ ପେଟ କାଟି ନଦୀରେ ଫିଙ୍ଗି ଦେଇଥିଲେ ଦୁର୍ବୃତ୍ତ । ୧୦ ଦିନ ପରେ ରହସ୍ୟ ଉପରୁ ପରଦା ଉଠାଇବାରେ ସଫଳ ହୋଇଛି ପୋଲିସ । ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ଜଣେ ଫେରାର ରହିଥିବା ନେଇ ରାଉରକେଲା ଏସପି ସୂଚନା ଦେଇଛନ୍ତି । ମୃତ ଯୁବକ ରୂପଟୋଲା ପାର୍କିଂ ବସ୍ତିର ୨୮ ବର୍ଷୀୟ ଛବିଲାଲ ହେମ୍ବ୍ରମ ବୋଲି ଜଣାପଡିଛି ।

ବର୍ତ୍ତିବା ପାଇଁ ରଚିଥିଲେ ମାଷ୍ଟର ପ୍ଲାନ: ହତ୍ୟା କରିବା ପରେ ଯୁବକଙ୍କ ମୃତଦେହକୁ ବ୍ରାହ୍ମଣୀ ନଦୀରେ ଭସାଇ ଦେଇଥିଲେ ଅଭିଯୁକ୍ତ। ତେବେ ବର୍ତ୍ତିବା ପାଇଁ ରଚିଥିଲେ ପୁରା ମାଷ୍ଟର ପ୍ଲାନ । ପାଣିରେ ଯେମିତି ମୃତଦେହ ନଭାସେ ସେଥିପାଇଁ ଯୁବକଙ୍କ ପେଟକୁ ଚିରି ଗୋଡ଼କୁ ରସିରେ ବାନ୍ଧି ଫିଙ୍ଗି ଦେଇଥିଲେ । ତେବେ ୧୦ ଦିନ ପରେ ମାମଲାର ପର୍ଦ୍ଦାଫାସ କରିଛି ରାଉରକେଲା ରଘୁନାଥପାଲ୍ଲୀ ପୋଲିସ।

ଏହା ମଧ୍ୟ ପଢନ୍ତୁ: Sub Junior Women National Championship: ବିଜୟରୁ ଓଡିଶାର ଅଭିଯାନ ଆରମ୍ଭ, 20-0ରେ ବିଜୟୀ

ତେବେ ଏହି ମୃତ୍ୟୁ ରହସ୍ୟ ଉପକୁ ପରଦା ହଟାଇ ରାଉରକେଲା ଏସପି କହିଛନ୍ତି," ଏହି ହତ୍ୟାକାଣ୍ଡ ପଛରେ ବିଭିନ୍ନ ଦିଗ ରହିଛି । ପୂର୍ବ ଶତ୍ରୁତା ସହ ଜମିବାଡି ବିବାଦକୁ ନେଇ ହତ୍ୟା କରାଯାଇଥିବା ଜଣାପଡିଛି । ତେବେ ଘଟଣାର ବିଭିନ୍ନ ଦିଗକୁ ଆଖି ଆଗରେ ରଖି ପୋଲିସ ତଦନ୍ତ କରିବା ପରେ ମୃତ ଛବିଲାଲକୁ ତାଙ୍କ ପଡୋଶୀ ଅମରଜିତ ସାହୁ ଏବଂ ମନୋଜ ସମାସି ଏବଂ କୃଷ୍ଣ ଚନ୍ଦ୍ର ନାଏକ ହତ୍ୟା କରିଥିବା ପୋଲିସ ତଦନ୍ତରୁ ଜାଣି ପାରିଥିଲା । ତେବେ ଗତ 24 ତାରିଖରେ ଛବିଲାଲଙ୍କ ଘର ଆଗରେ ତିନି ଜଣ ଅଭିଯୁକ୍ତ ଆସି ଛବିଲାଲକୁ ଡାକି ତା ସହ ଝଗଡ଼ା କରିଥିଲେ ଏବଂ ଝଗଡ଼ା ହେବା ପରେ ସେଠାରେ ସେମାନଙ୍କ ମଧ୍ୟରେ ଜୋରଦାର ଧସ୍ତାଧସ୍ତି ହେଲା ।

ଏହାପରେ ବାଡ଼ିରେ ପିଟିପିଟି ତାଙ୍କୁ ହତ୍ୟା କରିଥିଲେ ତିନି ଜଣ ଅଭିଯୁକ୍ତ । ତେବେ ବର୍ତ୍ତିବା ପାଇଁ ମୃତଦେହର ପେଟକୁ ସର୍ଜିକାଲ ଛୁରୀରେ କାଟି ଦେଇଥିଲେ ଦୁର୍ବୃତ୍ତ । ପରେ ଏକ ସ୍କୁଟିରେ ଅଭିଯୁକ୍ତମାନେ ମୃତକ ଛବିଲାଲଙ୍କ ମୃତଦେହକୁ ନେଇ ବ୍ରାହ୍ମଣୀ ନଦୀରେ ଭସାଇ ଦେଇଥିଲେ । ପୋଲିସ ଏହି ହତ୍ୟାକାଣ୍ଡର ଦୁଇ ଅଭିଯୁକ୍ତ ଅମରଜିତ ଏବଂ ମନୋଜଙ୍କୁ ଗିରଫ କରି ସାରିଥିବା ବେଳେ ଅନ୍ୟଜଣେ ଅଭିଯୁକ୍ତ କୃଷ୍ଣଚନ୍ଦ୍ରକୁ ଧରିବାକୁ ଉଦ୍ୟମ ଜାରି ରହିଛି ।"

ଇଟିଭି ଭାରତ, ସୁନ୍ଦରଗଡ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.