ETV Bharat / state

ଫାଇଲେରିଆ ନିରାକରଣ ପାଇଁ ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମ

author img

By

Published : Feb 26, 2021, 10:07 AM IST

ଫାଇଲେରିଆ ରୋଗର ନିରାକରଣ ପାଇଁ ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡ଼ା ବ୍ଲକରେ ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି । ଅଧିକ ପଢନ୍ତୁ...

ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମ
ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମ

ସୁନ୍ଦରଗଡ: ଫାଇଲେରିଆ ନିରାକରଣ ପାଇଁ ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡ଼ା ବ୍ଲକରେ ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମକୁ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଶୁଭାରମ୍ଭ କରିଛନ୍ତି ।

ଲେଫ୍ରିପଡା ବ୍ଲକ ସୁରୁଗଡ଼ା ସିପିଜିପି ଉଚ୍ଚ ବିଦ୍ୟାଳୟ ପରିସରରେ ଜିଲ୍ଲା ସ୍ବାସ୍ଥ୍ୟ ସମିତି ଏବଂ ସର୍ଗିପାଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ମିଳିତ ଆନୁକୂଲ୍ୟରେ ଏହା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମ ଜିଲ୍ଲାବ୍ୟାପୀ ମାର୍ଚ୍ଚ ୬ ତାରିଖ ଯାଏଁ ଚାଲିବ । ଏ ନେଇ ଜିଲ୍ଲା ପ୍ରଶାସନ ସଜାଗ ରହିଛି । ଏହି କାର୍ଯ୍ୟକ୍ରମ ଅନୁସାରେ ଆଶା, ଅଙ୍ଗନବାଡ଼ି କର୍ମୀଙ୍କ ସହିତ ସ୍ବେଚ୍ଛାସେବୀମାନେ ଘର ଘର ବୁଲି ଡିଇସି ଏବଂ କୃମିନାଶକ ଆଲବେଣ୍ଡାଜଲ୍ ବଟିକା ଖାଇବାକୁ ଦେବେ ।

ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମ

ବିଶେଷକରି ଫାଇଲେରିଆ ଏବଂ ଅନ୍ୟ ରୋଗ ପାଇଁ ଲୋକମାନଙ୍କୁ ଘର ଘର ବୁଲି ଔଷଧ ଖାଇବାକୁ ଦିଆଯିବ। ଏଥିରେ ଜିଲ୍ଲାର ସମସ୍ତ ଜନସାଧାରଣ ସହଯୋଗ କରିବାକୁ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଅନୁରୋଧ କରିଛନ୍ତି । ଗର୍ଭବତୀ ମହିଳା, ୨ ବର୍ଷରୁ କମ୍ ଶିଶୁ ଓ ଦୀର୍ଘ ଦିନ ଧରି ରୋଗରେ ପୀଡ଼ିତ ଥିବା ବ୍ୟକ୍ତିଙ୍କୁ ଏହି କାର୍ଯ୍ୟକ୍ରମରୁ ବାଦ୍ ଦିଆଯାଇଛି । ଜିଲ୍ଲାରେ ୨୧ ଲକ୍ଷରୁ ଅଧିକ ଲୋକଙ୍କୁ ଏହି ଔଷଧ ସେବନ କରାଇବାକୁ ଲକ୍ଷ୍ୟ ରଖାଯାଇଛି । ଏହି କାର୍ଯ୍ୟକ୍ରମ ଆସନ୍ତା ୫ ବର୍ଷ ଯାଏ ସୁନ୍ଦରଗଡ଼ ଜିଲ୍ଲାରେ ଚାଲିବ ବୋଲି ଜିଲ୍ଲାପାଳ କହିଛନ୍ତି ।

ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.