ETV Bharat / state

ଆଜି ରାଷ୍ଟ୍ରପତିଙ୍କ ରାଉରକେଲା ଗସ୍ତ; ଏନଆଇଟି କାର୍ଯ୍ୟକ୍ରମରେ ପ୍ରଥମ ଥର ହେବେ ସାମିଲ

author img

By

Published : Mar 20, 2021, 10:53 PM IST

Updated : Mar 21, 2021, 7:15 AM IST

ଆଜି (ରବିବାର) ରାଉରକେଲା ଗସ୍ତ କରିବେ ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ରାଉରକେଲା ଗସ୍ତ ଅବସରରେ ଏନଆଇଟି କନଭୋକେସନରେ ଯୋଗଦେବେ ରାଷ୍ଟ୍ରପତି କୋବିନ୍ଦ ।

ରବିବାର ରାଷ୍ଟ୍ରପତିଙ୍କ ରାଉରକେଲା ଗସ୍ତ
ରବିବାର ରାଷ୍ଟ୍ରପତିଙ୍କ ରାଉରକେଲା ଗସ୍ତ

ରାଉରକେଲା: ଆଜି (ରବିବାର) ରାଉରକେଲା ଆସିବେ ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ରାଉରକେଲା ଗସ୍ତ ଅବସରରେ ଏନଆଇଟି କନଭୋକେସନରେ ଯୋଗଦେବେ ରାଷ୍ଟ୍ରପତି କୋବିନ୍ଦ । ସେହିପରି ରାଉରକେଲା ଷ୍ଟିଲ ପ୍ଲାଣ୍ଟ ଦ୍ବାରା ନିର୍ମିତ ସୁପର ସ୍ପେଶାଲିଟି ହସ୍ପିଟାଲର ଉଦଘାଟନ ମଧ୍ୟ କରିବେ ।

ରବିବାର ରାଷ୍ଟ୍ରପତିଙ୍କ ରାଉରକେଲା ଗସ୍ତ; ଏନଆଇଟି କାର୍ଯ୍ୟକ୍ରମରେ କୌଣସି ରାଷ୍ଟ୍ରପତି ପ୍ରଥମ ଥର ହେବେ ସାମିଲ

ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମ ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ବିଶେଷ କରି ଶାନ୍ତି , ଶୃଙ୍ଖଳା ଓ ନିର୍ଦ୍ଧାରିତ ସମୟରେ କାର୍ଯ୍ୟକ୍ରମ ସମାପନକୁ ଗୁରୁତ୍ବ ଦିଆଯାଇଛି । । ଏହାସହ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମରେ ସାମିଲ ହେବାକୁ ଥିବା ଅତିଥି ଓ ଅଧିକାରୀଙ୍କ ଶନିବାର ମକଡ୍ରିଲ ଶେଷ ହୋଇଛି । ରାଷ୍ଟ୍ରପତି ରବିବାର ସକାଳ ( ପୂର୍ବାହ୍ନ )10:35ରେ ରାଉରକେଲା ଏୟାର ଷ୍ଟ୍ରିପରେ ପହଞ୍ଚିବେ । ଦିନ 11ଟାରେ ଏନଆଇଟି କନଭୋକେସନ କାର୍ଯ୍ୟକ୍ରମରେ ଯୋଗଦେବେ ।

ଏହି କାର୍ଯ୍ୟକ୍ରମ ଦିନ 11ଟାରୁ ଦିନ 12ଟା ପର୍ଯ୍ୟନ୍ତ ଚାଲିବ ଏକ ଘଣ୍ଟା ଚାଲିବ । ଏନଆଇଟି କନଭୋକେସନ କାର୍ଯ୍ୟକ୍ରମ ଶେଷ ହେବାପରେ ରାଉରକେଲା ହାଉସରେ ମଧ୍ୟାହ୍ନ ଭୋଜନ କରିବା ସହ କିଛି ସମୟ ବିଶ୍ରାମ ନେବେ । ପରେ ଅପରାହ୍ନ 3:45ରେ ସୁପର ସ୍ପେଶାଲିଟି ହସ୍ପିଟାଲ ଉଦଘାଟନ କାର୍ଯ୍ୟକ୍ରମରେ ସାମିଲ ହୋଇ ମେଡିକାଲକୁ ଉଦଘାଟନ କରିବେ ।

ରାଉରକେଲାରେ ରାଷ୍ଟ୍ରପତିଙ୍କ ଦ୍ବିତୀୟ କାର୍ଯ୍ୟକ୍ରମ ଅପରାହ୍ନ 3:45 ରୁ 4:30 ପର୍ଯ୍ୟନ୍ତ ଚାଲିବ । କାର୍ଯ୍ୟକ୍ରମ ଶେଷ ହେବାପରେ ଅପରାହ୍ନ 4:50 ରେ ରାଉରକେଲା ଛାଡି ଭୁବନେଶ୍ବର ଫେରିଆସିବେ ।

ସୁନ୍ଦରଗଡରୁ ହରିହର ଦାସମହାପାତ୍ର, ଇଟିଭି ଭାରତ

Last Updated : Mar 21, 2021, 7:15 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.