ETV Bharat / state

କୁହୁଡି ପାଇଁ ରାଉରକେଲାରୁ ଉଡିପାରୁନି ବିମାନ, ଯାତ୍ରୀ ହନ୍ତସନ୍ତ - ରାଉରକେଲା ବିମାନବନ୍ଦର

Visibility Problems at Rourkela Airport: ରାଉରକେଲାରେ ଅଚଳ ହୋଇପଡୁଛି ବିମାନ ବନ୍ଦର । କୁହୁଡି ହେବା ଯୋଗୁଁ ବିମାନ ସେବା ସମ୍ପୂର୍ଣ୍ଣ ଠପ୍ ହେବା ଉପରେ ରହିଛି । ଅଧିକ ପଢ଼ନ୍ତୁ

Rourkela Airport
Rourkela Airport
author img

By ETV Bharat Odisha Team

Published : Dec 31, 2023, 7:14 AM IST

Rourkela Airport

ରାଉରକେଲା: ରାଉରକେଲାରେ ଅଚଳ ହୋଇପଡୁଛି ବିମାନ ବନ୍ଦର । କୁହୁଡି ହେବା ଯୋଗୁଁ ବିମାନ ସେବା ସମ୍ପୂର୍ଣ୍ଣ ଠପ୍ ହେବା ଉପରେ ରହିଛି । ILS ମେସିନ ବିନା ହୋଇପାରୁନାହିଁ ବିମାନ ଲ୍ୟାଣ୍ଡିଂ । ଶୀତ ଦିନେ କୋହଲା ପାଗରେ ହନ୍ତସନ୍ତ ହେଉଛନ୍ତି ଯାତ୍ରୀ । ଉଦଘାଟନ ହେବାର ୧୧ ମାସ ଉପରକୁ ବିତିଗଲା ପରେ ମଧ୍ୟ ଆଜି ପର୍ଯ୍ୟନ୍ତ ଦୂର ହୋଇପାରି ନାହିଁ ଅସୁବିଧା । ଗୋଟିଏ ଏୟାରପୋର୍ଟକୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା ପାଇଁ ଯାହା ଦରକାର ତାହା ଏପର୍ଯ୍ୟନ୍ତ ହୋଇପାରିନି ରାଉରକେଲା ବିମାନ ବନ୍ଦରରେ । ଯାହାଫଳରେ ବିମାନ ସେବା ଯୋଗାଇବାରେ ଅକ୍ଷମ ହେଉଛନ୍ତି କର୍ତ୍ତୃପକ୍ଷ ।

ରାଉରକେଲା ଏୟାରପୋର୍ଟରେ ଅବ୍ୟବସ୍ଥା । ଅବ୍ୟବସ୍ଥା ମଧ୍ୟରେ ନାହିଁ ନଥିବା ଅସୁବିଧାରେ ଚାଲିଛି ରାଉରକେଲା ଏୟାରପୋର୍ଟ । କୋହଲା ପାଗ ହେଲେ ବିମାନ ବନ୍ଦରରେ ଅବତରଣ କରିପାରୁନି ବିମାନ । ଭିଜିବିଲିଟି ନଥିବାରୁ ସଫଳ ଭାବରେ ଲ୍ୟାଣ୍ଡିଂ ହୋଇପାରୁନାହିଁ । ଅନେକ ସମୟରେ ବିମାନ ଅବତରଣ କରିବାରେ ଅସଫଳ ହେବା କାରଣରୁ ଲ୍ୟାଣ୍ଡିଂ ନକରି ଫେରିଯାଉଛି । ଫଳରେ ଯାତ୍ରୀମାନେ ହନ୍ତସନ୍ତ ହେଉଛନ୍ତି । ତେବେ ପୂର୍ବ ଘୋଷଣା ଅନୁଯାୟୀ ଗତ ୨୬ ତାରିଖରୁ ରାଉରକେଲାରୁ କୋଲକାତାକୁ ସିଧାସଳଖ ବିମାନ ସେବା ଆରମ୍ଭ ହୋଇଥିଲା । ସପ୍ତାହକୁ ତିନି ଦିନ ( ମଙ୍ଗଳବାର, ଗୁରୁବାର ଓ ଶନିବାର‌) ଚାଲିବ ବୋଲି ସମୟ ଧାର୍ଯ୍ୟ କରାଗଲା ।

ଏହା ମଧ୍ୟ ପଢ଼ନ୍ତୁ...ରାଉରକେଲା ଏୟାରପୋର୍ଟରେ ନାହିଁ ଆଇଏଲଏସ ସୁବିଧା, ମେଘୁଆ ପାଗରେ ବିମାନ ସେବା ଠପ୍

ତେବେ ପ୍ରଥମ ଦିନ ଅର୍ଥାତ୍ ମଙ୍ଗଳବାର ବିମାନ ବାତିଲ ହେଲା । ଫଳରେ ଯାତ୍ରୀମାନେ ଫେରିଗଲେ । ଗୁରୁବାର ଠାରୁ ବିମାନ ଚଳାଚଳ ସ୍ବାଭାବିକ ହୋଇଯିବ ବୋଲି ସୂଚନା ଦିଆଗଲା । ହେଲେ ମଙ୍ଗଳବାର ପରି ଗୁରୁବାର ମଧ୍ୟ କୋଲକାତାରୁ ରାଉରକେଲା ବିମାନ ଆସିଲାନି । କେବଳ ରାଉରକେଲାରୁ କୋଲାକାତା ନୁହେଁ ବରଂ ରାଉରକେଲାରୁ ଭୁବନେଶ୍ଵର ମଧ୍ୟ ସମାନ ସ୍ଥିତି । ଭୁବନେଶ୍ବରକୁ ବିମାନ ସେବା ଆରମ୍ଭ ହେବା ଦିନଠାରୁ ସମସ୍ୟା ଲାଗି ରହିଛି । ଆବଶ୍ୟକ ଦୃଶ୍ୟତା (ଭିଜିବିଲିଟି) ନଥିବାରୁ ଏଭଳି ସମସ୍ୟା ଉପୁଜୁଥିବା କ୍ୟାମେରା ପଛରେ କହିଛନ୍ତି କର୍ତ୍ତୃପକ୍ଷ । ସେପଟେ ବାରମ୍ବାର ବିମାନ ବାତିଲ ହେଉଥିବାରୁ ଲୋକେ ହନ୍ତସନ୍ତ ହେଉଛନ୍ତି । ତେବେ କେବଳ ଆଜିର ଦିନରେ ରାଉରକେଲାରୁ କୋଲକାତାକୁ ଉଡାଣ ଭରିଥିଲା ବିମାନ । ଆରମ୍ଭ ହେବାର ଦୁଇ ଦିନ ଉଡି ପାରିନଥିଲା ବିମାନ ।

ଇଟିଭି ଭାରତ, ସୁନ୍ଦରଗଡ଼

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.