ETV Bharat / state

ବିଶ୍ରା ନିକଟରେ ଯୁବକଙ୍କୁ ଗୁଳିମାଡ଼ ଘଟଣା, ମୁଖ୍ୟ ଅଭିଯୁକ୍ତ ଗିରଫ - ଗୁଳିକାଣ୍ଡ ଘଟଣାର ପର୍ଦ୍ଦାଫାଶ

ବିଶ୍ରା ଗୁଳିକାଣ୍ଡ ଘଟଣାର ପର୍ଦ୍ଦାଫାଶ ହୋଇଛି । ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିିଛି ପୋଲିସ । ଅଧିକ ପଢନ୍ତୁ

ବିଶ୍ରା ନିକଟରେ ଯୁବକଙ୍କୁ ଗୁଳିମାଡ଼ ଘଟଣା
ବିଶ୍ରା ନିକଟରେ ଯୁବକଙ୍କୁ ଗୁଳିମାଡ଼ ଘଟଣା
author img

By ETV Bharat Odisha Team

Published : Nov 7, 2023, 10:35 PM IST

ବିଶ୍ରା ନିକଟରେ ଯୁବକଙ୍କୁ ଗୁଳିମାଡ଼ ଘଟଣା

ରାଉରକେଲା: ବିଶ୍ରା ଗୁଳିକାଣ୍ଡ ଘଟଣାର ପର୍ଦ୍ଦାଫାଶ । ଏହା କୌଣସି ଗୋଷ୍ଠି ସଂଘର୍ଷ ଜନିତ ପ୍ରତିଶୋଧ ପାଇଁ ନୁହେଁ ବରଂ ବ୍ୟକ୍ତିଗତ କାରଣରୁ ଘଟିଥିଲା । ତେବେ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ବିଶ୍ରା ଚେକ୍‌ ଗେଟ୍‌ ଅଞ୍ଚଳର ଜୁନୈଦ ଆଲମଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତ ଜୁନୈଦ କେବଳ ଗୁଳି କରି ହତ୍ୟା କରି ନ ଥିଲେ ବରଂ ସବୁ ପ୍ରମାଣ ନଷ୍ଟ କରିବା ସହ ପୋଲିସକୁ ବିଭ୍ରାନ୍ତ କରିଥିଲା ।

ପୋଲିସର ସୂଚନା ଅନୁସାରେ , ଗୁଳିମାଡ଼ର ଶିକାର ଇଫାନ ରାଜା ଓ ଅଭିଯୁକ୍ତ ଜୁନୈଦ ବିଶ୍ରାର ଜଣେ ବ୍ୟକ୍ତିଙ୍କ ପାଖରେ ଗାଡ଼ି ଚାଳକ ଭାବେ କାର୍ଯ୍ୟରତ ଥିଲେ । ଗତ ୩ ତାରିଖ ସନ୍ଧ୍ୟାରେ ଇଫାନ ଓ ଜୁନୈଦ କୌଣସି କାମରେ ରାଉରକେଲା ମହତାବନଗର ଅଞ୍ଚଳକୁ ଆସିଥିବାବେଳେ ସ୍ଥାନୀୟ କିଛି ଯୁବକଙ୍କ ସହ ମାଡ଼ପିଟ ହୋଇଥିଲା । ଘଟଣାସ୍ଥଳରେ ପୋଲିସ ପହଞ୍ଚିବାରୁ ମାମଲା ଶାନ୍ତ ପଡ଼ିଥିଲା । ପରେ ଇଫାନ ଓ ଜୁନୈଦ ନିଜ ନିଜ ଘରକୁ ଫେରି ଆସିଥିଲେ । ତେବେ ଭବିଷ୍ୟତରେ ପୁନର୍ବାର ଗୋଷ୍ଠୀ ସଂଘର୍ଷ ଆଶଙ୍କା କରି ଜୁନୈଦ ଏକ ଦେଶୀ ପିସ୍ତଲ ଓ ଗୁଳି କିଣି ରଖିଥିଲା । ଉକ୍ତ ପିସ୍ତଲ ଓ ଗୁଳିକୁ ଧରି ୪ ତାରିଖ ସକାଳେ କର୍ମସ୍ଥଳୀ ଅର୍ଥାତ୍ ଗାଡ଼ି ମାଲିକଙ୍କ ଦ୍ଵାରା ଚାଳକମାନଙ୍କ ପାଇଁ ଥିବା ବିଶ୍ରାମ ଗୃହରେ ପହଞ୍ଚିଥିଲା । ସେଠାରେ ଇଫାନଙ୍କ ସମେତ ଅନ୍ୟ କିଛି ଗାଡ଼ି ଚାଳକ ମଧ୍ୟ ଉପସ୍ଥିତ ଥିଲେ । ତେବେ କୌଣସି କାରଣରୁ ଇଫାନ ଓ ଜୁନୈଦଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏଥିରେ ଉତ୍‌କ୍ଷିପ୍ତ ହୋଇ ଜୁନୈଦ ଇଫାନଙ୍କ ଛାତିରେ ଗୁଳି ମାରିଥିଲା ।

ହେଲେ ଗୁଳିକାଣ୍ଡ ପରେ ଗିରଫ ହେବା ଭୟରେ ଅଭିଯୁକ୍ତ ଜୁନୈଦ ନୂଆ ଯୋଜନା କରିଥିଲା । ଉପସ୍ଥିତ ଅନ୍ୟ ଦୁଇ ଜଣଙ୍କ ସହଯୋଗରେ ପ୍ରଥମେ ଘଟଣାସ୍ଥଳରୁ ପ୍ରମାଣ ନଷ୍ଟ କରିଦେଇଥିଲେ । ରକ୍ତ ପୋଛିବା ସହ ଖୋକାକୁ ଫିଙ୍ଗି ଦେଇଥିଲେ । ଏମିତିକି ଗୁରୁତର ଆହତ ଇଫାନକୁ ଘଟଣା ପ୍ରଘଟ ନ କରିବାକୁ ଧମକଚମକ ଦେଇଥିଲା । ଏହାପରେ ଆହତ ଇଫାନଙ୍କୁ ସରକାରୀ ଡାକ୍ତରଖାନାକୁ ନେବା ପରିବର୍ତ୍ତେ ପ୍ରଥମେ ବିଶ୍ରାରେ ଥିବା ଏକ ଔଷଧ ଦୋକାନକୁ ନିଆଯାଇଥିଲା । ତେବେ ଔଷଧ ଦୋକାନୀ ଚିକିତ୍ସା କରିବାକୁ ମନା କରିବାରୁ ସେମାନେ ସ୍ଥାନୀୟ ଏକ କ୍ଲିନିକକୁ ନେଇଥିଲେ । ସେଠାରେ ମଧ୍ୟ ଚିକିତ୍ସା ପାଇଁ ମନା କରିବାରୁ ଶେଷରେ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ - ପୂର୍ବ ଶତ୍ରୁତାରୁ ବିଶ୍ରାରେ ଫୁଟିଲା ଗୁଳି ! ଯୁବକ ଗୁରୁତର

ଅପରପକ୍ଷରେ ପୁନର୍ବାର ହତ୍ୟା ଧମକ ପାଇଥିବାରୁ ଇଫାନ ପ୍ରକୃତ ଘଟଣା ବିଷୟରେ ନ କହି ପୂର୍ବ ଶତୃତାରୁ ମହତାବରୋଡ୍ ଅଞ୍ଚଳର ଦୁଇ ଜଣ ଯୁବକ ଆସି ଗୁଳି ମାରିଥିବା କହିଥିଲେ । ତଦନୁଯାୟୀ ପରିବାର ସଦସ୍ୟ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏମିତିକି ପୋଲିସ ମଧ୍ୟ ସେହି ଦିଗରେ ତଦନ୍ତ ଆରମ୍ଭ କରିଥିଲା । କିନ୍ତୁ ଅଭିଯୁକ୍ତ ଜୁନୈଦ ତଦନ୍ତରେ ସହଯୋଗ କରୁନଥିବାରୁ ପୋଲିସର ସନ୍ଦେହ ଜାତ ହୋଇଥିଲା । ଅଭିଯୁକ୍ତ ଘଟଣାସ୍ଥଳକୁ ନ ଯିବା, ଫରେନ୍ସିକ ଦଳ ପହଞ୍ଚିବାର କିଛି ସମୟ ପରେ ଘଟଣାସ୍ଥଳରୁ ଫେରାର ହେବା ଆଦି ବିଭିନ୍ନ ଦିଗକୁ ପୋଲିସ ତର୍ଜମା କରିଥିଲା । ଶେଷରେ ଜୁନୈଦକୁ ଜେରା କରିବାରୁ ସେ ଘଟଣା ବିଷୟରେ ମୁହଁ ଖୋଲିଥିଲା ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.