ETV Bharat / state

ରାଜଗାଙ୍ଗପୁର ପୋଲିସକୁ ବଡ ସଫଳତା, ଆତଙ୍କ ଖେଳାଇଥିବା ଲୁଟେରା ଗ୍ୟାଙ୍ଗ କାବୁ

author img

By ETV Bharat Odisha Team

Published : Nov 8, 2023, 10:05 AM IST

ଲୁଟେରା ଗ୍ୟାଙ୍ଗକୁ କାବୁ କରିଛି ରାଜଗାଙ୍ଗପୁର ପୋଲିସ । ପୂର୍ବରୁ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଏବେ ଆଉ 3 ଜଣଙ୍କୁ ଗିରଫ କରିଛି ପୋଲିସ । ଅଧିକ ପଢ଼ନ୍ତୁ

4 accused arrested for robbery case
4 accused arrested for robbery case
4 accused arrested for robbery case

ରାଉରକେଲା: ରାଜଗାଙ୍ଗପୁର ପୋଲିସକୁ ବଡ଼ ସଫଳତା । ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳାଇଥିବା ଲୁଟେରା ଗ୍ୟାଙ୍ଗ୍‌କୁ କାବୁ କରିଛି ରାଜଗାଙ୍ଗପୁର ପୋଲିସ । ଏହି ଲୁଟେରା ଗ୍ୟାଙ୍ଗ୍‌ର ପୂର୍ବରୁ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଏବେ ଆଉ ତିନି ଜଣଙ୍କୁ ଗିରଫ କରିଛି ପୋଲିସ । ଏଥିସହ ସେମାନଙ୍କଠାରୁ ୩ଟି ଦେଶୀ ବନ୍ଧୁକ ସହ ୪୮ ହଜାର ୭ଶହ ଟଙ୍କା ଜବତ କରିଛି । ତେବେ ଗିରଫ ଅଭିଯୁକ୍ତମାନେ ହେଲେ ସଞ୍ଜିତ ବେକ୍, ବିକାଶ ମିଞ୍ଜ, ବିଜୟ ଖାଲକୋ ଏବଂ ସାମୁଏଲ ଏକ୍କା ବୋଲି ଜଣା ପଡ଼ିଛି ।

ସୂଚନା ମୁତାବକ, ଗତ ଅକ୍ଟୋବର ୧୫ ତାରିଖରେ ରାଜଗାଙ୍ଗପୁର ଆଇଟି କଲୋନୀରେ ଦିନରେ ବନ୍ଧୁକ ମୁନରେ ଏକ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଲୁଟ୍‌ କରିଥିଲେ ଦୁର୍ବୃତ୍ତ । ସେହିପରି ୧୬ ଅକ୍ଟୋବର ରାତିରେ କୁତ୍ରା ଅଞ୍ଚଳର ଭୀମ ମିଞ୍ଜ ନାମକ ଜଣେ ବ୍ୟକ୍ତିଙ୍କ ଦୁଇ ଗୋଡ଼କୁ ଗୁଳି ମାରି ୧୦ ହଜାର ଟଙ୍କା ସହ କ୍ୟାମେରା ଲୁଟ ହୋଇଥିଲା । ଏହି ଭଳି ଭାବରେ ରାଜଗାଙ୍ଗପୁରରେ ଆତଙ୍କ ଖେଳାଇଥିଲେ । ରାଜଗାଙ୍ଗପୁର ବ୍ଳକ ସାଗଯୋର ଜୁନେନ୍ ବସ୍ତିରେ ଥ‌ିବା ଏସ୍‌ବିଆଇ ଗ୍ରାହକ ସେବା କେନ୍ଦ୍ରରୁ ଗତ ୨ ତାରିଖରେ ବନ୍ଧୁକ ମୁନରେ ଲୁଟ୍ ହୋଇଥିଲା । ତେବେ ଏହି ଘଟଣାରେ ପୋଲିସ ପୂର୍ବରୁ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଏବେ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ୍ । ଏଥିସହ ସେମାନଙ୍କଠାରୁ ୩ଟି ଦେଶୀ ବନ୍ଧୁକ ସହ ୪୮ ହଜାର ୭ଶହ ଟଙ୍କା ଜବତ କରିଥିବା ନେଇ ଏସ୍‌ଡିପିଓ ଅଭିଷେକ ପାଣିଗ୍ରାହୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ- Keonjhar: ପସଲରରେ ଫଲୋ କଲେ, ବନ୍ଧୁକ ଦେଖାଇ ଶିକ୍ଷୟତ୍ରୀଙ୍କଠୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟିନେଲେ !

ପୋଲିସ କହିବାନୁସାରେ, ଏହି ଲୁଟେରା ଗ୍ୟାଙ୍ଗ୍‌ ପୂର୍ବରୁ କୁତ୍ରା ଥାନା ଅଞ୍ଚଳର ରାଞ୍ଚି ରୋଡ୍‌ରେ ଗ୍ରାହକ ସେବା କେନ୍ଦ୍ର ଚଳାଉଥିବା ଭୀମ ଚରଣ ମିଞ୍ଜଙ୍କୁ ଲୁଟ୍ କରିଥିଲେ । ସେ ଗାଡ଼ିରେ ଫେରିବା ସମୟରେ ଆଖିରେ ଲଙ୍କାଗୁଣ୍ଡ ପକାଇବା ସହ ତାଙ୍କ ଗୋଡ଼କୁ ଦୁଇ ରାଉଣ୍ଡ ଗୁଳି ମାରି ଟଙ୍କା ବ୍ୟାଗ ଓ କ୍ୟାମେରା ଛଡ଼ାଇ ନେଇଥିଲେ । ସେହିପରି କୁତ୍ରା ଥାନା ଅନ୍ତର୍ଗତ ପୁର୍କାପାଲି ଅଞ୍ଚଳରେ ଥ‌ିବା ଗ୍ରାହକ ସେବା କେନ୍ଦ୍ରରୁ ବନ୍ଧୁକ ଦେଖାଇ ୨ ଲକ୍ଷ ୧୦ ହଜାର ଟଙ୍କା ଲୁଟ୍ ଘଟଣା ସହ ରାଜଗାଙ୍ଗପୁର ଅଞ୍ଚଳରେ ବନ୍ଧୁକ ଦେଖାଇ ମଦ ଦୋକାନୀଙ୍କଠାରୁ ମଧ୍ୟ ଦେଢ଼ ଲକ୍ଷ ଟଙ୍କା ଲୁଟ୍‌ କରିଥିଲେ । ପୋଲିସ ଗିରଫ ଅଭିଯୁକ୍ତଙ୍କଠାରୁ ନଗଦ ଟଙ୍କା, ୩ଟି ଦେଶୀ ବନ୍ଧୁକ, ୩ଟି ମୋବାଇଲ, ୩ଟି ଚୋରା ବାଇକ୍‌, ଗୋଟିଏ ବ୍ୟାଗ୍‌, ୨ଟି ମାସ୍କ ଜବତ କରିଛି । ଆଗାମୀ ଦିନରେ ଲୁଟେରା ଗ୍ୟାଙ୍ଗ୍‌ର ମାଷ୍ଟର ମାଇଣ୍ଡକୁ ଗିରଫ କରିବା ନେଇ ପୋଲିସ ତାର ପ୍ରୟାସ ଜାରି ରଖିଛି ବୋଲି ଏସଡିପିଓ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.