ETV Bharat / state

ସରକାରୀ ସୁବିଧା ନଦେଲେ ମିଳିବନି ଭୋଟ, ଧମକ ଦେଲେ ବସ୍ତିବାସିନ୍ଦା - ରାଉରକେଲା

ସରକାରୀ ସୁବିଧା ନ ଦେଲେ ମିଳିବନି ଭୋଟ । ଧମକ ଦେଲେ ରାଉରକେଲା ମୁଖ୍ୟ ସହରର ଶୀତଲପଡା ବସ୍ତିବାସିନ୍ଦା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା
author img

By

Published : Mar 27, 2019, 11:45 PM IST

ରାଉରକେଲା: ସରକାରୀ ସୁବିଧା ନ ଦେଲେ ମିଳିବନି ଭୋଟ । ନିର୍ବାଚନ ସମୟରେ ସମସ୍ତ ସୁବିଧା ଯୋଗାଇ ଦେବାକୁ ପ୍ରତିଶୃତି ଦେଉଛନ୍ତି ରାଜନେତା । ସବୁ ସମସ୍ୟାର ସମାଧାନ ପାଇଁ ଆଶ୍ୱାସନା ଦେଉଛନ୍ତି । କିନ୍ତୁ ଭୋଟ ପାଇବା ପରେ ପଚାରୁଛନ୍ତି ତମେ କିଏ । ତେବେ ଏଭଳି ପରିସ୍ଥିତିକୁ ଆଖିରେ ରଖି ଭୋଟ ବର୍ଜନର ରାସ୍ତା ଆପଣାଇଛନ୍ତି ରାଉରକେଲା ମୁଖ୍ୟ ସହରର ଶୀତଲପଡା ବସ୍ତି ବାସିନ୍ଦା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ମୁଖ୍ୟ ସହରର ଶୀତଲପଡା ଅଞ୍ଚଳରେ ସମସ୍ତ ସରକାରୀ ସୁବିଧାରୁ ବଞ୍ଚିତ ଅଛନ୍ତି ବସ୍ତି ବାସିନ୍ଦା । ପ୍ରଥମେସେମାନେ ଆଇ ୱାର୍ଡ ନମ୍ବର 17ରେ ରହୁଥିଲେ । ଏବେ ସେମାନେ ମହାନଗର ନିଗମରେ ରହୁଛନ୍ତି । ତେବେ କୌଣସି ସରକାରୀ ସୁବିଧା କି ସ୍କିମ ଏଠାରେ ଲାଗୁ ନ ହେବା ଯୋଗୁଁ ନାରାଜ ଅଛନ୍ତି ବସ୍ତିବାସିନ୍ଦା । ତାଙ୍କ ଭୋଟର କିଛି ମହତ୍ତ୍ୱ ନାହିଁ । ତେଣୁ ଏଥର ନିର୍ବାଚନରେ ଭୋଟ ବର୍ଜନ କରିବେ ବୋଲି ରୋକଠୋକ ଭାବରେ ଜଣାଇ ଦେଇଛନ୍ତି ସେମାନେ ।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

Intro:ବାଲେଶ୍ୱର ଅବକାରୀ ବିଭାଗର ମୋବାଇଲ ସ୍କ୍ୱାର୍ଡ ପକ୍ଷରୁ ପାଟ୍ରୋଲିଂ ବେଳେ ଜଣେ ବେପାରୀ ଠାରୁ 22ଗ୍ରାମ ହେରୋଇନ ଜବତ କରିବା ସହ ବେପାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

Body:ବାଲେଶ୍ୱର ଜିଲ୍ଲାପାଳ ରମେଶ ଚନ୍ଦ୍ର ରାଉତ ଓ ଅବକାରୀ ଅଧିକ୍ଷକ ରାଜେନ୍ଦ୍ର ଭଦ୍ରା ଙ୍କ ନିର୍ଦ୍ଦେଶ କ୍ରମେ ଆଜି ଅବକାରୀ ବିଭାଗର ମୋବାଇଲ ସ୍କ୍ୱାର୍ଡ ସହର ଭିତରେ ପାଟ୍ରୋଲିଂ କରୁଥିଲା। ସହଦେଵଖୁଣ୍ଟା ଓଭର ବ୍ରିଜ ପାଖ ଆନନ୍ଦ ବଜାର ଅଞ୍ଚଳରେ ପାଟ୍ରୋଲିଂ କରୁଥିବା ବେଳେ ଜଣେ ବ୍ୟକ୍ତି ପୋଲିସକୁ ଦେଖି ଦୌଡ଼ି ପଳାଇବାକୁ ଉଦ୍ୟମ କରୁଥିବା ବେଳେ ତାକୁ କାବୁ କରାଯାଇଥିଲା। ବ୍ୟକ୍ତିର ପକେଟ ଚେକ କରିବାରୁ ସେଥିରୁ ହେରୋଇନ ଥିବା ଵିଭାଗୀୟ ଅଧିକାରୀମାନେ ଦେଖିବାକୁ ପାଇଥିଲେ। ଉକ୍ତ ବ୍ୟକ୍ତିକୁ ଗିରଫ କରିବା ସହ 22 ଗ୍ରାମର ହେରୋଇନ ଜବତ କରିଥିଲା ମୋବାଇଲ ଟିମ। ଜବତ ହେରୋଇନର ଆନୁମାନିକ ମୂଲ୍ୟ ଅଢେଇ ଲକ୍ଷ ଟଙ୍କା ହେବ ବୋଲି ବିଭାଗୀୟ ଅଧିକାରୀ କହିଛନ୍ତି।

Conclusion:ଗିରଫ ଯୁବକ ଜଣଙ୍କ ବାହାନଗା ବ୍ଲକ କମାରିପୁର ଅଞ୍ଚଳର ବୋଲି ଜଣାପଡିଛି। ସେ ବାଲେଶ୍ଵର ଅଡ଼ର ବଜାର ରୁ ହେରୋଇନ କିଣି ନେଉଥିବା କହିଛି। ମାତ୍ର ସେ ବେପାର ନୁହେଁ ବରଂ ନିଜେ ଖାଇବା ପାଇଁ ନେଉଥିବା ପ୍ରକାଶ କରିଛି। ଛୋଟଛୋଟ ପୁଡ଼ିଆ ଥିବାରୁ ଗୋଟା ପୁଡ଼ିଆକୁ 150 ଟଙ୍କା ଦେଇ କିଣିଥିବା ଅଭିଯୁକ୍ତ କହିଛି। ତେବେ ଏନେଇ ତଦନ୍ତ ଜାରି ରହିଛି ବୋଲି ଅବକାରୀ ମୋବାଇଲ ୟୁନିଟ ଆଇଆଇସି ଉଦେଲାଲ ନାୟକ କହିଛନ୍ତି।
ବାଇଟ- ଉଦେଲାଲ ନାୟକ(ଆଇଆଇସି, ମୋବାଇଲ ସ୍କ୍ୱାର୍ଡ)
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.