ETV Bharat / state

ରାଉରକେଲା RTOରେ ଦଲାଲ ରାଜ, ବିନା ଟେଷ୍ଟରେ ମିଳୁଛି ଡ୍ରାଇଭିଂ ଲାଇସେନ୍ସ !

ବିନା ଡ୍ରାଇଭିଂ ଟେଷ୍ଟରେ ମିଳୁଛି ଡ୍ରାଇଭିଂ ଲାଇସେନ୍ସ । ପଲ୍ୟୁସନ ଭ୍ୟାନରେ ଚାଲୁଛି ଲାଇସେନ୍ସ କାରବାର । ବିନା ଗାଡି ଚଳାଇ ୮ରୁ ୯ ହଜାର ଟଙ୍କା ଦେଲେ ଲାଇସେନ୍ସ ମିଳିଯାଉଛି । ଯାହାର ଏକ ଏକ୍ସକ୍ଲୁସିଭି ଚିତ୍ର ଇଟିଭି ଭାରତ ହାତରେ ଲାଗିଛି । ଅଧିକ ପଢନ୍ତୁ

ରାଉରକେଲା RTOରେ ଦଲାଲ ରାଜ
ରାଉରକେଲା RTOରେ ଦଲାଲ ରାଜ
author img

By

Published : Apr 28, 2023, 4:22 PM IST

ରାଉରକେଲା RTOରେ ଦଲାଲ ରାଜ

ରାଉରକେଲା: ରାଉରକେଲା ଆରଟିଓରେ ଚାଲିଛି ଦଲାଲରାଜ୍ । ବିନା ଡ୍ରାଇଭିଂ ଟେଷ୍ଟରୁ ମିଳୁଛି ଡ୍ରାଇଭିଂ ଲାଇସେନ୍ସ । ପଲ୍ୟୁସନ ଟେଷ୍ଟିଂ ଭ୍ୟାନରେ ଲାଇସେନ୍ସ କାରବାର ହେଉଛି । ଉଭୟ ଦୁଇ ଚକିଆ ଓ ଚାରି ଚକିଆ ଯାନ ପାଇଁ ୮ରୁ ୯ ହଜାର ଟଙ୍କା ଦେଲେ ଲାଇସେନ୍ସ ମିଳିଯାଉଛି । ସରକାରଙ୍କ କଡା ନିୟମ ପରେ ମଧ୍ୟ ଗଳା ବାଟ କାଢି ଏଭଳି କାରନାମା କରୁଛନ୍ତି ଦଲାଲ । ଯାହାର ଏକ ଏକ୍ସକ୍ଲୁସିଭି ଚିତ୍ର ଆମ ହାତରେ ଲାଗିଛି । ଉକ୍ତ ଭିଡିଓଟି ରାଉରକେଲା ସହରର ଏକ ପଲ୍ୟୁସନ ଭ୍ୟାନର ଅଟେ । କେମିତି ପଲ୍ୟୁସନ ଭ୍ୟାନରେ ଲାଇସେନ୍ସ କାରବାର କରାଯାଉଛି ତାହାର ଏଥିରୁ ସ୍ପଷ୍ଟ ଜଣାପଡୁଛି । ଭିଡିଓରେ ଦେଖାଯାଇଛି ବିନା ଗାଡି ଚାଳନାରେ ଡ୍ରାଇଭିଂ ଲାଇସେନ୍ସ ପାଇବା ପାଇଁ ଭ୍ୟାନରେ ଥିବା ବ୍ୟକ୍ତି ଜଣକ ତାଙ୍କ ସହ ସମ୍ପର୍କ କରିବା ପାଇଁ ଅନ୍ୟ ଜଣେ ବ୍ୟକ୍ତିଙ୍କୁ କହୁଛନ୍ତି । ଏହାପରେ ମୂଲଚାଲ ହେଉଛି ।

ଭ୍ୟାନରେ ଥିବା ବ୍ୟକ୍ତି ଡ୍ରାଇଭିଂ ଲାଇସେନ୍ସ ପାଇଁ ୮ରୁ ୯ ହଜାର ଟଙ୍କା ମାଗୁଛନ୍ତି । ତାଙ୍କର କହିବାନୁସାରେ, ଟଙ୍କା ଓ ନିଜର ଡକ୍ୟୁମେଣ୍ଟ ଦେଲେ ଲାଇସେନ୍ସ ମିଳିଯିବ । ଲାଇସେନ୍ସ ଚାହୁଁଥିବା ବ୍ୟକ୍ତିଙ୍କୁ କେବଳ ଆରଟିଓ ଯାଇ ଦସ୍ତଖତ ଏବଂ ଫଟୋ ଉଠାଇବାକୁ ପଡିବ । ଅନ୍ୟ ବାକି ସବୁ କାମ ସେମାନେ କରିଦେବେ । ତେବେ ମିଳିବାକୁ ଥିବା ଲାଇସେନ୍ସ ଦୁଇରୁ ପାଞ୍ଚ ମାସ ପୂର୍ବ ତାରିଖରେ ଇସ୍ୟୁ ହେବ ବୋଲି ସେହି ବ୍ୟକ୍ତି ଜଣକ କହୁଥିବା ଶୁଣିବାକୁ ମିଳୁଛି । ଏହାସହିତ କୌଣସି ଅସୁବିଧା ହେବ ନାହିଁ ବୋଲି ସମ୍ପୃକ୍ତ ବ୍ୟକ୍ତି ଅନ୍ୟ ଲୋକଟିକୁ ଆଶ୍ବସନା ଦେଉଥିବା ମଧ୍ୟ ଶୁଣାଯାଉଛି ।

ଗୋଟିଏ ପଟେ ରାଜ୍ୟ ସରକାର କଡ଼ା ନିୟମ ଅନୁସାରେ ଆରଟିଓ ପରିଚାଳନା ହେଉଛି ବୋଲି ଡିଣ୍ଡିମ ପିଟୁଛନ୍ତି । ଏପରି ସ୍ଥଳେ ପଲ୍ୟୁସନ ଭ୍ୟାନ ଭିତରେ ଚାଲିଥିବା ଲାଇସେନ୍ସ କାରବାର ସମସ୍ତଙ୍କୁ ଚକିତ କରୁଛି । ତେବେ ପ୍ରଶ୍ନ ଉଠିଛି କେଉଁ ସରକାରୀ ବାବୁଙ୍କ ଇସାରରେ ଚାଲିଛି ଏହି ଦଲାଲି ? ଏଥିରେ ସାମିଲ ଅଛନ୍ତି କି ରାଉରକେଲା RTO କର୍ମଚାରୀ ? ପଲ୍ୟୁସନ ଭ୍ୟାନରେ ଥିବା ବ୍ୟକ୍ତି ଯେଉଁ ଲାଇସେନ୍ସ ତିଆରି କରିବେ ତାହା ଅସଲି ନା ନକଲି ? ଯଦି ଅସଲି ତାହାହେଲେ କେଉଁ କର୍ମଚାରୀ ଏଥିରେ ସମ୍ପୃକ୍ତ ଅଛନ୍ତି ଏବଂ ଯଦି ଏହା ନକଲି, ତେବେ ନକଲି ଲାଇସେନ୍ସ ମିଳୁଛି ବୋଲି କେମିତି ଏଯାଏଁ ରାଉରକେଲା ପରିବହନ ବିଭାଗ ପାଖର ଖବର ନାହିଁ ?

ଏ ସମ୍ପର୍କରେ ରାଉରକେଲା ପରିବହନ ବିଭାଗ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରାଯାଇଥିବା ବେଳେ ସେ କହିଛନ୍ତି, "ବିନା ଡ୍ରାଇଭିଂ ଟେଷ୍ଟରେ RTO ଠାରୁ କେବେ ଲାଇସେନ୍ସ ମିଳେ ନାହିଁ । ଏଭଳି କିଛି ହେଉଛି ବୋଲି ଆମ ପାଖରେ ଖବର ନାହିଁ । ହୁଏତ ଯେଉଁ ଲାଇସେନ୍ସ ବାହାରେ ଉପଲବ୍ଧ ହେଉଛି ତାହା ନକଲି ହୋଇପାରେ । ଏ ସମ୍ପର୍କରେ ଆମକୁ କୌଣସି ପ୍ରକାର ସୂଚନା ନଥିଲା ଏବଂ ଯଦି ଯିଏ ନକଲି ଡ୍ରାଇଭିଂ ଲାଇସେନ୍ସ ତିଆରି ହେଉଛି ଅବା ବିନା ଡ୍ରାଇଭିଂରେ ଲାଇସେନ୍ସ ଦିଆଯାଉଛି, ତାହାର ତଦନ୍ତ କରାଯିବ । ଏଥିରେ ସାମିଲ ଥିବା ବ୍ୟକ୍ତିବିଶେଷଙ୍କ ବିରୋଧରେ କୋଠର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।"

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.