ETV Bharat / state

ମିଳିଲେ ବିର୍ଜୁ କୁଲୁ, ଶନିବାର ହୋଇଥିଲେ ନିଖୋଜ

author img

By

Published : Jan 5, 2021, 2:06 PM IST

Updated : Jan 5, 2021, 2:35 PM IST

ପୁଣି ଗଣମାଧ୍ୟମରେ ଚର୍ଚ୍ଚାରେ ସୁନ୍ଦରଗଡର ବିର୍ଜୁ କୁଲୁ। ସେ ଶନିବାର ନିଖୋଜ ହୋଇଥିବାବେଳେ ଆଜି ତାର ପତ୍ତା ମିଳିଛି । ଅଧିକ ପଢନ୍ତୁ....

ବିର୍ଜୁ କୁଲୁ ନିଖୋଜ
ବିର୍ଜୁ କୁଲୁ ନିଖୋଜ

ସୁନ୍ଦରଗଡ: ନିଖୋଜ ବିର୍ଜୁର ମିଳିଲା ପତ୍ତା । ଅନୁଗୋଳ ତାଳଚେରରୁ ଠାବ କଲା ପୋଲିସ । ସୂଚନାଥାଉକି, ପାକିସ୍ତାନର ଲାହୋର ଜେଲରେ ଦୁଇ ଦଶନ୍ଧି ବନ୍ଦୀ ଜୀବନ ବିତାଇବା ପରେ ସୁନ୍ଦରଗଡ ଫେରିଥିଲେ ବିର୍ଜୁ । ନଭେମ୍ବର 13 ତାରିଖରେ ସୁନ୍ଦରଗଡ କୁତ୍ରା ବ୍ଲକ ଜଙ୍ଗରପଡା ଫେରିଥିଲେ ସେ । ଦୀର୍ଘ 25 ବର୍ଷ ନିଖୋଜ ପରେ ବିର୍ଜୁ ଗାଁକୁ ଫେରିଥିବାରୁ ତାଙ୍କ ପରିବାର ସହିତ ପଡୋଶୀ ମଧ୍ୟ ବେଶ୍‌ ଖୁସି ଥିଲେ ।

ମିଳିଲେ ବିର୍ଜୁ କୁଲୁ

ହେଲେ ସେମାନଙ୍କ ଖୁସି ପୁଣି ହଜି ଯାଇଥିଲା । ଶନିବାର ମଧ୍ୟରାତ୍ରୀରୁ ବିର୍ଜୁ ପୁଣି କେଉଁଆଡେ ଚାଲିଯାଇଥିଲା । ବହୁ ଖୋଜାଖୋଜି ପରେ ନପାଇବାରୁ ଥାନାର ଦ୍ବାରସ୍ଥ ହୋଇଥିଲେ ବିର୍ଜୁଙ୍କ ପରିବାର । ସେପଟେ ବିର୍ଜୁର ନିଖୋଜ ଘଟଣା ପରିବାର ଲୋକଙ୍କୁ ଯେତିକି ଚକିତ କରିଛି ପ୍ରଶାସନ ପାଇଁ ମଧ୍ୟ ସେତିକି ମୁଣ୍ଡ ବ୍ୟଥାର କାରଣ ସାଜିଥିଲା ।

ବିର୍ଜୁ ଫେରିବା ପରେ ତାକୁ ସମସ୍ତ ପ୍ରକାର ସରକାରୀ ସହାୟତା ଯୋଗାଇଦେବାକୁ ଉଦ୍ୟମ କରିଥିବା ପ୍ରଶାସନ, ଚିନ୍ତାରେ ପଡିଥିଲା । ବିର୍ଜୁ ଫେରିବା ପରେ ତାର ସମସ୍ତ ଖର୍ଚ୍ଚ ପ୍ରଶାସନ ତୁଲାଉଥିଲା । ଏପରିକି ରହିବା ପାଇଁ ଘର ନଥିବାରୁ ତାକୁ ପକ୍କା ଘର ଯୋଗାଇଦେବାକୁ ବ୍ୟବସ୍ଥା କରାଯାଇଥିଲା । ହେଲେ ସେ ପୁଣି କେଉଁଆଡେ ଚାଲିଯାଇଥିବାରୁ ତାକୁ ଖୋଜିବା ପାଇଁ ପ୍ରଶାସନ ପୂରା ଦମ୍‌ରେ ଲାଗିଥିଲା ।

ତେବେ 25 ବର୍ଷ ତଳୁ ନିଖୋଜ ହୋଇଥିଲେ ବିର୍ଜୁ । ଏହି ସମୟରେ ସେ ପାକିସ୍ତାନର ଲାହୋର ଜେଲରେ 20 ବର୍ଷ ଧରି ବନ୍ଦୀ ଜୀବନ କଟାଇଥିଲେ । ପରେ କୁତ୍ରା ପୋଲିସକୁ ଏନେଇ ସୂଚନା ମିଳିଥିଲା । ସୂଚନା ପାଇବାପରେ ପରିବାର ଲୋକେ ପ୍ରଶାସନର ଆଶ୍ରୟ ନେଇଥିଲେ ।

ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନର ଉଦ୍ୟମରେ ସେ ଘରକୁ ଫେରିଥିଲେ । ତାଙ୍କୁ ଘରକୁ ଫେରାଇ ଆଣିବା ସହ ଜିଲ୍ଲା ପ୍ରଶାସନ ତାଙ୍କର ପ୍ରତିପୋଷଣର ଦାୟିତ୍ବ ନେଇଥିଲା । ସବୁ ଏକ ପ୍ରକାର ସୁରୁଖୁରୁରେ ଚାଲିଥିଲା । ପରିବାର ଲୋକେ ତାଙ୍କର ସମସ୍ତ ଯତ୍ନ ମଧ୍ୟ ନେଉଥିଲେ । ହେଲେ ସେ ପୁଣି କେଉଁଆଡେ ପଳାଇଥିଲା । ତେବେ ବିର୍ଜୁ ମାନସିକ ବିକାରଗ୍ରସ୍ତ ଥିବାବେଳେ ତାକୁ ଶୀଘ୍ର ଖୋଜିବାକୁ ପ୍ରଶାସନ ଚେଷ୍ଟା କରିଥିଲା । ଫଳରେ ଆଜି ସେ ଉଦ୍ଧାର ହୋଇଥିବା ସୂଚନା ମିଳିଛି ।

ସୁନ୍ଦରଗଡରୁ ହରିହର ଦାସମହାପାତ୍ର, ଇଟିଭି ଭାରତ

Last Updated : Jan 5, 2021, 2:35 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.