ETV Bharat / state

ସୁନ୍ଦରଗଡ ସଦର ଥାନା ଘେରାଉ କଲା ଓରାମ ସମାଜ, ଧାରଣାରେ ବସିଲେ ସାଂସଦ ଜୁଏଲ ଓରାମ - sundargarh police

ଓରାମ ସମାଜର ପକ୍ଷରୁ ସୁନ୍ଦରଗଡ ସଦର ଥାନା ଘେରାଉ । ସାମିଲ ହେଲେ ସୁନ୍ଦରଗଡ ସାଂସଦ ଜୁଏଲ ଓରାମ । ଅଧିକ ପଢନ୍ତୁ

ସୁନ୍ଦରଗଡ ସଦର ଥାନା ଘେରାଉ କଲା ଓରାମ ସମାଜ , ଧାରଣାରେ ବସିଲେ ସାଂସଦ

author img

By ETV Bharat Odisha Team

Published : Nov 17, 2023, 8:27 PM IST

ସୁନ୍ଦରଗଡ ସଦର ଥାନା ଘେରାଉ କଲା ଓରାମ ସମାଜ , ଧାରଣାରେ ବସିଲେ ସାଂସଦ

ରାଉରକେଲା: ସୁନ୍ଦରଗଡ଼ରେ କରମା ପୂଜାରେ ଭଙ୍ଗାରୁଜା ମାମଲା ଧାରଣାରେ ସାଂସଦ ଜୁଏଲ ଓରାମ । ଓରାମ ସମାଜ ପ୍ରତି ନ୍ୟାୟ ଦାବି କରି ଧାରଣାରେ ବସିଛନ୍ତି ଜୁଏଲ ଓରାମ । କିଛିଦିନ ତଳେ ସୁନ୍ଦରଗଡ଼ ଜିଲ୍ଲାର କରମଡିହି ଠାରେ ଓରାମ ସମ୍ପ୍ରଦାୟର କରମା ପୂଜା ଧୁମଧାମରେ ପାଳନ କରାଯାଉଥିଲା । ଏହି ସମୟରେ କିଛି ଜଣ ଅଜଣା ବ୍ୟକ୍ତି ପୂଜାରେ ବାଧା ସୃଷ୍ଟି କରିଥିଲେ । ପରେ ଓରାମ ସମ୍ପ୍ରଦାୟର ଲୋକମାନେ ସୁନ୍ଦରଗଡ଼ ସଦର ଥାନାରେ ଲିଖିତ ଅଭିଯୋଗ କରିଥିଲେ । କିନ୍ତୁ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାରୁ ଆଜି ଓରାମ ସମାଜ ପକ୍ଷରୁ ଥାନା ଘେରାଉ କରାଯାଇଛି । ଏହାକୁ ସମର୍ଥନ କରି ସାଂସଦ ଜୁଏଲ ଓରାମ ମଧ୍ୟ ଥାନା ଆଗରେ ଧାରଣାରେ ବସି ଥିଲେ ।

ସୂଚନା ଯୋଗ୍ୟ ସୁନ୍ଦରଗଡ଼ ଜିଲ୍ଲାର କରମଡିହି ଠାରେ ଓରାମ ସମ୍ପ୍ରଦାୟର କରମା ପୂଜା ଚାଲିଥିବା ବେଳେ ଗ୍ରାମର କିଛି ବ୍ୟକ୍ତି ବାଧା ସୃଷ୍ଟି କରିବା ସହ ପୂଜା ସ୍ଥଳୀରେ ଭଙ୍ଗାରୁଜା କରିଥିଲେ । ଏହାସହ ଓରାମ ସମ୍ପ୍ରଦାୟକୁ ଗାଳି ଗୁଲଜ କରିଥିଲେ । ଯାହାର ପ୍ରତିବାଦରେ ଓରାମ ସମାଜ ପକ୍ଷରୁ ସୁନ୍ଦରଗଡ଼ ସଦର ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା । ହେଲେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା ଅଭିଯୋଗ କରିଛନ୍ତି ଲୋକେ । ଏହା ସହ ଅଭିଯୁକ୍ତମାନେ ମୁକ୍ତ ଭାବେ ଗାଁରେ ବୁଲୁଥିବା କହିଛନ୍ତି ଆନ୍ଦୋଳନକାରୀ ।

ତେଣୁ ଆଜି ଓରାମ ସମାଜର ଶହ ଶହ ଲୋକେ ଥାନା ସମ୍ମୁଖରେ ନାରାବାଜି କରିବା ସହ ଧାରଣାରେ ବସିଥିଲେ । ହେଲେ ଏହାକୁ ସମର୍ଥନ ଜଣାଇଛି ବିଜେପି । ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ ଆନ୍ଦୋଳନକାରୀଙ୍କ ସହ ମିଶି ଥାନା ଘେରାଉ କରିଛିନ୍ତି । ଜୁଏଲ ଓରାମ ଦୋଷୀ ବିରୁଦ୍ଧରେ ଦୃଢ କାର୍ଯ୍ୟନୁଷ୍ଠାନ ନେବାକୁ ଦାବି କରିଛନ୍ତି ।
ଏହା ମଧ୍ୟ ପଢନ୍ତୁ .....ଚକବନ୍ଦୀ ରେକର୍ଡକୁ ଉଚ୍ଛେଦ ଦାବି, ବିଶାଳ ଶୋଭାଯାତ୍ରାରେ ଚାଷୀଙ୍କ ବିକ୍ଷୋଭ

ତେବେ ଏହି ଘଟଣା ଧାର୍ମିକ ଉତ୍ସବ ସମୟରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିବା, ପୂଜାପାଠର ସ୍ୱାଧୀନତାକୁ ସୁରକ୍ଷା ଦେବା ଏବଂ ସାମ୍ପ୍ରଦାୟିକ ସଦ୍ଭାବନା ବଜାୟ ରଖିବା ଉପରେ ଗୁରୁତ୍ୱାରୋପ କରିବା ଜରୁରୀ ବୋଲି ସାଂସଦ ଜୁଏଲ ଓରାମ କହିଛନ୍ତି । ତେବେ ଲୋକେ ଅଭିଯୋଗ କରିଛନ୍ତି ଯେ ପ୍ରଥମେ ପୋଲିିସ କିଛି ଜଣଙ୍କୁ ଚିହ୍ନଟ କରି ଅଟକ ରଖିଥିଲା । ପରେ ସେମାନଙ୍କୁ ଛାଡି ଦେଇଛି ପୋଲିସ । ସେମାନଙ୍କୁ ଗିରଫ କରି ସଠିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି କରିଛି ଓରାମ ସମାଜ । ଯଦି ଦୋଷୀମାନଙ୍କୁ ଗିରଫ କରାନଯାଏ । ତାହାଲେ ଆଗାମୀ ଦିନରେ ତୀବ୍ର ଆନ୍ଦୋଳନ କରାଯିବା ନେଇ ଚେତାବନୀ ଦେଇଛନ୍ତି ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.