ETV Bharat / state

ସୁନ୍ଦରଗଡରେ ପୃଥକ ପୃଥକ ଦୁର୍ଘଟଣା, 2 ମୃତ - ସୁନ୍ଦରଗଡ ଦୁର୍ଘଟଣା

ଶନିବାର ସୁନ୍ଦରଗଡରେ ପୃଥକ ପୃଥକ ଦୁର୍ଘଟଣାରେ 2 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ 4 ଜଣ ଗୁରୁତର ଆହତ ହୋଇଛନ୍ତି । ଅଧିକ ପଢନ୍ତୁ...

ସୁନ୍ଦରଗଡରେ ପୃଥକ ପୃଥକ ଦୁର୍ଘଟଣା
ସୁନ୍ଦରଗଡରେ ପୃଥକ ପୃଥକ ଦୁର୍ଘଟଣା
author img

By

Published : Mar 27, 2021, 5:52 PM IST

Updated : Mar 27, 2021, 6:33 PM IST

ସୁନ୍ଦରଗଡ: ପୃଥକ ପୃଥକ ଦୁର୍ଘଟଣାରେ 2 ମୃତ । ଶନିବାର ସୁନ୍ଦରଗଡରେ ପୃଥକ ପୃଥକ ଦୁର୍ଘଟଣାରେ 2 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ 4 ଜଣ ଗୁରୁତର ଆହତ ହୋଇଛନ୍ତି ।

ସୁନ୍ଦରଗଡରେ ପୃଥକ ପୃଥକ ଦୁର୍ଘଟଣା

ସୁନ୍ଦରଗଡ ଜିଲ୍ଲା କିରେଇ ଇଞ୍ଜିନିୟରିଂ କଲେଜ ସମ୍ମୁଖରେ ଏକ ଜିପସମ ଗ୍ୟାସ ଭର୍ତ୍ତି ଟ୍ରକକୁ ଲୁହା ପଥର ବୋଝେଇ ଅନ୍ୟ ଏକ ଟ୍ରକ ପଛପଟୁ ଧକ୍କା ଦେଇଥିଲା । ଫଳରେ ଟ୍ରକ ଚାଳକ ଓ ଖଲାସୀ ଗୁରୁତର ଆହାତ ହୋଇଥିଲେ । ସ୍ଥାନୀୟ ଲୋକ ସେମାନଙ୍କୁ ସୁନ୍ଦରଗଡ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ।

ଖଲାସୀଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ମେଡିକାଲ ସ୍ଥାନାନ୍ତର କରାଯାଇଥିଲା । ମାତ୍ର ସେଠାରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ମୃତ ଖଲାସୀଙ୍କ ନାମ ହିରାଲାଲ ଦୁବେ ବୋଲି ଜଣାପଡିଛି । ସଦର ଥାନା ପୋଲିସ ଲୁହା ବୋଝେଇ ଟ୍ରକର ମାଲିକଙ୍କୁ ଥାନାକୁ ଡକାଇ ଥିବାବେଳେ ସେହି ଟ୍ରକର ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ସଦର ଥାନା ପୋଲିସ ଲୁହାବୋଝେଇ ଟ୍ରକର ମାଲିକଙ୍କୁ ଥାନାକୁ ଡକାଇ ଥିବାବେଳେ ସେହି ଟ୍ରକର ଚାଳକ ଘଟଣାସ୍ଥଳରୁ ଫେରାର ଥିବା ଜଣାପଡିଛି ।

ସେହିପରି ଶନିବାର ସୁନ୍ଦରଗଡ ଭଷ୍ମା କଇଁତରା ନଦୀ ବ୍ରିଜ ଉପରେ ନିୟନ୍ତ୍ରଣ ହରାଇ ଏକ କାର ଦୁର୍ଘଟଣାଗ୍ରସ୍ତ ହେବା ଫଳରେ କାରରେ ଥିବା 4 ଜଣ ଯାତ୍ରୀଙ୍କ ମଧ୍ୟରୁ ଦୁଇ ଜଣ ଗୁରୁତର ଆହତ ହୋଇଥିଲେ । ଭଷ୍ମା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ଆହାତଙ୍କୁ ସୁନ୍ଦରଗଡ ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ । ସେମାନଙ୍କ ମଧ୍ୟରୁ ଜଣଙ୍କର ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବୁର୍ଲ୍ଲା ସ୍ଥାନାନ୍ତରିତ କରାଯାଇଥିଲା । ହେଲେ ସେ ବୁର୍ଲା ପହଞ୍ଚିବା ପୂର୍ବରୁ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି ।

ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

Last Updated : Mar 27, 2021, 6:33 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.