ETV Bharat / state

ଖଣ୍ଡାଧାରର ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ ସହ ନୂଆବର୍ଷରେ ଜମୁଛି ପିକନିକ୍ ମଜା - ଖଣ୍ଡାଧାର ଜଳପ୍ରପାତ

Khandadhar Waterfall: ନୂଆବର୍ଷ ଅବସରରେ ପର୍ଯ୍ୟଟନ ସ୍ଥଳୀମାନଙ୍କରେ ଜମୁଛି ଲୋକଙ୍କ ଗହଳି । ରାଜ୍ୟର ଅନ୍ୟତମ ପର୍ଯ୍ୟଟନସ୍ଥଳୀ ଭାବେ ପରିଚିତ ଖଣ୍ଡାଧାର ଜଳପ୍ରପାତରେ ନୂଆବର୍ଷରେ ଦେଖିବାକୁ ମିଳିଛି ପ୍ରବଳ ଗହଳି । ଅଧିକ ପଢ଼ନ୍ତୁ

ଖଣ୍ଡାଧାର
ଖଣ୍ଡାଧାର
author img

By ETV Bharat Odisha Team

Published : Jan 1, 2024, 5:13 PM IST

ଖଣ୍ଡାଧାର

ରାଉରକେଲା: ଆରମ୍ଭ ହୋଇଛି ନୂଆବର୍ଷ 2024 । ନୂଆବର୍ଷକୁ ଅବସରରେ ପର୍ଯ୍ୟଟନ ସ୍ଥଳୀମାନଙ୍କରେ ଜମୁଛି ଲୋକଙ୍କ ଗହଳି । ବଣ ଭୋଜି ସହ ଚାଲିଛି ବୁଲାବୁଲିର ମଜା । ସେପଟେ ରାଜ୍ୟର ଅନ୍ୟତମ ପର୍ଯ୍ୟଟନ ସ୍ଥଳୀ ଭାବରେ ପରିଚିତ ଖଣ୍ଡାଧାର ଜଳ ପ୍ରପାତରେ ନୂଆବର୍ଷରେ ଦେଖିବାକୁ ମିଳିଛି ପ୍ରବଳ ଗହଳି । ବର୍ତ୍ତମାନ ପିକନିକ ଋତୁରେ ଜମୁଛି ଲୋକଙ୍କ ଆସର । ପିକନିକ ସାଙ୍ଗକୁ ହସଖୁସିରେ ଲୋକେ ଏଠାକୁ ଆସି ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରୁଛନ୍ତି ।

ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରିଛି ସୁନ୍ଦରଗଡ ଜିଲ୍ଲାର ଲହୁଣୀପଡ଼ା ବ୍ଲକ ତାଳଵାହାଳି ପଞ୍ଚାୟତ ଲଡାପାଣିର ଖଣ୍ଡାଧାର ଜଳ ପ୍ରପାତ । ନୂଆବର୍ଷରେ ଖଣ୍ଡାଧାର ଜଳପ୍ରପାତର ମଜା ନେଉଛନ୍ତି ପର୍ଯ୍ୟଟକ । ପ୍ରକୃତିର ସମ୍ଭାରକୁ ଉପଭୋଗ କରିବାକୁ ଦୂରଦୁରାନ୍ତରୁ ଛୁଟି ଆସୁଛନ୍ତି ଲୋକେ । ଖଣ୍ଡାଧାର ଜଳ ପ୍ରପାତର ଉଚ୍ଚ ପାହାଡ଼ରୁ ବହୁଛି ଝରଣା । ଏହା ସାଙ୍ଗକୁ ଘଞ୍ଚ ଜଙ୍ଗଲରେ ବଣଭୋଜିର ମଜା ନେଉଛନ୍ତ ପର୍ଯ୍ୟଟକ । ପ୍ରକୃତି କୋଳରେ ସୁନ୍ଦର ସବୁଜ ବନାନୀ ସହ ପ୍ରାକୃତିକ ସୌନ୍ଦର୍ଯ୍ୟର ସମାହାର ଏହି ଜଳ ପ୍ରପାତ । କେବଳ ରାଜ୍ୟ ନୁହେଁ ବରଂ ସମଗ୍ର ଦେଶର ପର୍ଯ୍ୟଟନ ମାନଚିତ୍ରରେ ଖଣ୍ଡାଧାରକୁ ମିଳିଛି ପରିଚୟ । ଏହାର ଉଚ୍ଚତା ୨୪୪ ମିଟର ହୋଇଥିବା ବେଳେ ରାଜ୍ୟର ଦ୍ବିତୀୟ ତଥା ଦେଶର ନବମ ଉଚ୍ଚତମ ଜଳ ପ୍ରପାତ ହେଉଛି ବଣାଇ ଖଣ୍ଡାଧାର ଜଳପ୍ରପାତ ।

ଜଳ ପ୍ରପାତ ପାଦଦେଶରେ ରହିଛି ଶିଶୁ ଉଦ୍ୟାନ, ପାର୍କ ସହ ବଣ ଭୋଜି ପାଇଁ ନିର୍ମିତ ବଡ଼ବଡ଼ ବୃକ୍ଷ ତଳେ ପିଣ୍ଡି ବ୍ୟବସ୍ଥା । ଝରଣାର କୁଳୁକୁଳୁ ନାଦ ସହ ସୌନ୍ଦର୍ଯ୍ୟଭରା ଦୃଶ୍ୟରେ ବିଭୋର ହେଉଛନ୍ତି ପର୍ଯ୍ୟଟକ । ସବୁଜ ବନାନୀ ଓ ଶୀତ ଦିନର ମନୋରମ ପ୍ରାକୃତିକ ଶୋଭା ହିଁ ଖଣ୍ଡାଧାରର ବିଶେଷତ୍ଵ । ଖଣ୍ଡାଧାରର ପ୍ରାକୃତିକ ପରିବେଶ ମଧ୍ୟରେ ଉଚ୍ଚ ପାହାଡ଼ରୁ ଝରି ଆସୁଥିବା ନିର୍ମଳ ଜଳରାଶି ମନମୁଗ୍ଧ କରିଥାଏ । ଦୁଇ ବର୍ଷ ହେବ କୋରୋନା କଟକଣା ପାଇଁ ଫିକା ପଡିଥିବା ନୂଆବର୍ଷରେ ଏଥର ବେଶ୍ ମଜା ନେଇଛନ୍ତି ପର୍ଯ୍ୟଟକ । ଖଣ୍ଡାଧାର ଜଳ ପ୍ରପାତ ବୁଲିବା ପାଇଁ ଶୀତ ଋତୁ ଉପଯୁକ୍ତ ସମୟ । ଓଡ଼ିଶା ପର୍ଯ୍ୟଟନ ବିଭାଗ ଓ ବଣାଇଁ ବନବିଭାଗ ପକ୍ଷରୁ ମିଳିତ ଭାବେ ଏହି ପ୍ରାକୃତିକ ପର୍ଯ୍ୟଟନସ୍ଥଳୀକୁ କ୍ରମାଗତ ଭାବେ ବିକଶିତ କରାଯାଉଛି ।

ଏହା ମଧ୍ୟ ପଢ଼ନ୍ତୁ.....ପ୍ରାକୃତିକ ସୌନ୍ଦର୍ଯ୍ୟର ସମାହାର ଖଣ୍ଡାଧାର, ସବୁଜ ବନାନୀରେ ଜମୁଛି ବଣଭୋଜିର ମଜା

ଓଡ଼ିଶା ପର୍ଯ୍ୟଟନ ବିଭାଗ ୱେବ୍‌ସାଇଟରେ ଅନଲାଇନରେ ବୁକିଂ କରି ପ୍ରତ୍ୟେକ ଦିନ ଓଡ଼ିଶା ସମେତ ରାଜ୍ୟ ବାହାରୁ ଏଠାକୁ ବହୁ ସଂଖ୍ୟାରେ ପର୍ଯ୍ୟଟକଙ୍କ ଆଗମନ ହେଉଛି । ଏହା ସହିତ ବଣଭୋଜି ତଥା ପିକ୍‌ନିକ୍‌ କରିବା ପାଇଁ ମଧ୍ୟ ଦୂର ଦୁରାନ୍ତରୁ ଆସୁଛନ୍ତି ଲୋକେ । ତେବେ ଏହି ଖଣ୍ଡାଧାର ପର୍ଯ୍ୟଟନ ସ୍ଥଳୀର ସ୍ବଚ୍ଛତା ବଜାୟ ରଖିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଛି । ପର୍ଯ୍ୟଟନ ସ୍ଥଳୀରେ ମଦ୍ୟପାନ ଓ ଧୂମ୍ରପାନ ଉପରେ ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି । ପରିବାର ତଥା ସାଙ୍ଗସାଥୀ ସହ ମିଶି ଭୋଜି କରିବାର ଏଠାରେ ନିଆରା ଅନୁଭୂତି ରହିଛି ବୋଲି କହିଛନ୍ତି ପର୍ଯ୍ୟଟକ । ପ୍ରତ୍ୟେକ ଦିନ ଚାରିଚକିଆ ଯାନ ସହ ବସ୍ ଯୋଗେ ଅନେକ ଦୂରରୁ ଛୁଟି ଆସୁଛନ୍ତି ପର୍ଯ୍ୟଟକ ।

ଇଟିଭି ଭାରତ, ସୁନ୍ଦରଗଡ଼

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.