ETV Bharat / state

ଆଜିବି ସୁନ୍ଦରଗଡ଼ ଜିଲ୍ଲାରେ ବନ୍ଦର ପ୍ରଭାବ, ସରକାରଙ୍କ ପ୍ରତିଶ୍ରୁତି ଉପରେ ନାହିଁ ଭରସା

author img

By

Published : Mar 17, 2023, 5:17 PM IST

ଆଜିବି ସୁନ୍ଦରଗଡ଼ ଜିଲ୍ଲାରେ ଷ୍ଟିଅରିଂ ଛାଡ ବନ୍ଦର ପ୍ରଭାବ ଦେଖିବାକୁ ମିଳୁଛି । ବସ ଚାଳଚଳ ଠପ । ବଣାଇ ରୁଟରେ ସମ୍ପୂର୍ଣ୍ଣ ବସ୍‌ ଚଳାଚଳ ବାଧାପ୍ରାପ୍ତ । ଅଧିକ ପଢ଼ନ୍ତୁ

ସରକାର କଥାରେ ନୁହେଁ କାମରେ କରନ୍ତୁ: ଡ୍ରାଇଭର ସଙ୍ଘ

ରାଉରକେଲା: ୧୦ ଦଫା ଦାବିରେ ଆନ୍ଦୋଳନକୁ ଓହ୍ଲାଇଛି ଓଡ଼ିଶା ଡ୍ରାଇଭର ମହାସଂଘ । ୩ମାସ ମଧ୍ୟରେ ଦାବି ପୂରଣ କରିବା ପାଇଁ ଲିଖିତ ପ୍ରତିଶ୍ରୁତି ଦେଇଛନ୍ତି ସରକାର । ହେଲେ ସରକାର ଦାବି ପୂରଣ ନକରିବା ପର୍ଯ୍ୟନ୍ତ ଆନ୍ଦୋଳନରୁ ଓହରିବନି ବୋଲି ସୂଚାଇ ଦେଇଛି ରାଉରକେଲା ଡ୍ରାଇଭର ସଙ୍ଘ । ପୂର୍ବରୁ ସରକାର ଅନେକ ପ୍ରତିଶ୍ରୁତି ଦେଇ ପ୍ରତାରଣ କରିସାରିଛନ୍ତି । ପୁଣି ସରକାର ପ୍ରତାରଣା ନ କରିବେ ବୋଲି କିଏ କହିବ ? ସରକାର ନିଜର କଥା ନରଖିବା ପର୍ଯ୍ୟନ୍ତ ଧର୍ମଘଟ ଏପରି ଜାରି ରହିବ ବୋଲି କହିଛନ୍ତି ରାଉରକେଲା ଡ୍ରାଇଭର ସଙ୍ଘର କର୍ମକର୍ତ୍ତା ।

ତେବେ ସରକାରଙ୍କ ବିରୋଧରେ ୧୦ ଦଫା ଦାବି ନେଇ ରାଜରାସ୍ତାକୁ ଓହ୍ଲାଇଥିଲା ଡ୍ରାଇଭର ସଙ୍ଘ । ଏହାର ପ୍ରଭାବ ସମ୍ପୂର୍ଣ୍ଣ ସୁନ୍ଦରଗଡ଼ ଜିଲ୍ଲାର ଦେଖିବାକୁ ମିଳିଛି । ଖାସ କରି ବଣାଇ, ଗୁରୁଣ୍ଡିଆ, କୋଇଡା, ଟେନସା, କଲଟା ରୁଟ ଦେଇ ଯାଉଥିବା ବସ୍‌ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଏହି ରୁଟ ଦେଇ ଯାଉଥିବା କେନ୍ଦୁଝର, ଦେବଗଡ଼, ଅନୁଗୁଳ, ତାଳଚେର, କଟକ ଏବଂ ଭୁବନେଶ୍ବରକୁ ବସ ଚଳାଚଳ ବାଧାପ୍ରାପ୍ତ ପାଇଛି । କିନ୍ତୁ ଅନ୍ୟ ପକ୍ଷରେ ଆଜି ଷ୍ଟିଅରିଂ ଛାଡ଼ ଆନ୍ଦୋଳନକୁ ବିରୋଧ କରାଯାଉଛି । ରାଜ୍ୟ ଘରୋଇ ବସ୍ ମାଲିକ ସଂଘ, ଓଡ଼ିଶା ଟ୍ରକ ମାଲିକ ମହାସଂଘ ଆନ୍ଦୋଳନକୁ ନିନ୍ଦା କରିଛି । ସରାକରଙ୍କ ପ୍ରତିଶ୍ରୁତି ପରେ ବି ଆନ୍ଦୋଳନ କରି ସାଧାରଣ ଜନତାଙ୍କୁ ହଇରାଣ କରିବା ଠିକ୍ ନୁହେଁ ବୋଲି ସଂଘ ପକ୍ଷରୁ କୁହାଯାଇଛି ।

ତେବେ ଡ୍ରାଇଭର ସଙ୍ଘ ୧୦ ଦଫା ଦାବି ହେଉଛି । ମୁଖ୍ୟତଃ ସୁରକ୍ଷା ପାଇଁ ସ୍ବତନ୍ତ୍ର ଆଇନ ତିଆରି, ୧୦୦ କିଲୋମିଟରରେ ବିଶ୍ରାମଗାର, ଶୌଚାଳୟ, ୫୫ ବର୍ଷ ପରେ ପେନସନ ଦାବି କରିଛନ୍ତି । ଏହାସହ ଦୁର୍ଘଟଣାଜନିତ ମୃତ୍ୟୁ ପାଇଁ ୨୦ ଲକ୍ଷ, ଅକ୍ଷମ ହେଇଗଲେ ୧୦ ଲକ୍ଷ ସହ ଚିକିତ୍ସା ପାଇଁ ୫ ଲକ୍ଷ ଦାବି କରିଛନ୍ତି । ଏହାସହ ଆବାସ ଯୋଜନାରେ ସାମିଲ, ପିଲାଙ୍କ ଲାଗି ଉଚ୍ଚ ଶିକ୍ଷାର ବ୍ୟବସ୍ତା, ଲାଇସେନ୍ସ ପାଇଁ ଫାଇନ ୧୫ ହଜାର ଟଙ୍କା ହଟା ଯାଉ ଦାବି ନେଇ ରାଜରାସ୍ତାରେ ଅବରୋଧ କରିଛନ୍ତି ବସ ଡ୍ରାଇଭର ସଙ୍ଘ ।

ତେବେ ଗତକାଲି(ଗୁରୁବାର) ରାଜ୍ୟ ଡ୍ରାଇଭର ସଙ୍ଘ ପକ୍ଷରୁ ମୁଖ୍ୟ ଶାସନ ସଚିବ ସହ ଆଲୋଚନା କରିଥିଲେ । ଲମ୍ବା ଆଲୋଚନା ପରେ ମୁଖ୍ୟ ଶାସନ ସଚିବ ଲିଖିତ ଭାବରେ କହିଛନ୍ତି ଯେ ତିନି ମାସ ମଧ୍ୟରେ ସମସ୍ତ ଦାବି ପୂରଣ କରାଯିବ । କିନ୍ତୁ ଏହି ପ୍ରତିଶ୍ରୁତି କୁ ଗୁରୁତ୍ବପୂର୍ଣ୍ଣ ଭବରେ ନନେଇ ମୁଖ୍ୟ ଶାସନ ସଚିବଙ୍କ ପ୍ରତିଶ୍ରୁତି ଉପରେ ଭରସା ନଥିବା କଥା କହି ବର୍ତ୍ତମାନ ମଧ୍ୟ ବନ୍ଦ ପାଳନ କରୁଛି ବଣାଇ ଡ୍ରାଇଭର ସଙ୍ଘ ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.