ETV Bharat / state

ସୁନ୍ଦରଗଡ଼ ଜିଲ୍ଲାରେ ମହାବନ୍ଦ ଡାକରା ପ୍ରଭାବ ଶୂନ୍ୟ

author img

By ETV Bharat Odisha Team

Published : Nov 18, 2023, 6:41 PM IST

ସ୍ୱତନ୍ତ୍ର ଭାବରେ କୋଶଳ ରାଜ୍ୟ ଗଠନ ଦାବିରେ ପଶ୍ଚିମ ଓଡିଶା ବନ୍ଦ ଡାକରା । ରାଉରକେଲାରେ ବନ୍ଦ ଡାକରାର କିଛି ପ୍ରଭାବ ଦେଖିବାକୁ ମିଳିନାହିଁ । ପଶ୍ଚିମ ଓଡିଶାର ସମସ୍ତ ଅଞ୍ଚଳରେ ଦୋକାନ ବଜାର ବନ୍ଦ ବେଳେ ସୁନ୍ଦରଗଡ ଜିଲ୍ଲାରେ ଓଲଟା । ଆଗକୁ ପଢ଼ନ୍ତୁ

ପଶ୍ଚିମ ଓଡିଶା ବନ୍ଦ ଡାକରା
ପଶ୍ଚିମ ଓଡିଶା ବନ୍ଦ ଡାକରା
ସୁନ୍ଦରଗଡ଼ ଜିଲ୍ଲାରେ ମହାବନ୍ଦ ଡାକରା ପ୍ରଭବ ଶୂନ୍ୟ

ରାଉରକେଲା: ସ୍ୱତନ୍ତ୍ର ଭାବରେ କୋଶଳ ରାଜ୍ୟ ଗଠନ ଦାବିରେ ପଶ୍ଚିମ ଓଡିଶା ବନ୍ଦ ଡାକରା ଦିଆଯାଇଥିଲା । କୋଶଳ ରାଜ୍ୟ ମିଳିତ କାର୍ଯ୍ୟାନୁଷ୍ଠାନ କମିଟି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । ହେଲେ ରାଉରକେଲାରେ ବନ୍ଦ ଡାକରାର କିଛି ପ୍ରଭାବ ଦେଖିବାକୁ ମିଳିନାହିଁ । କୋଶଳ ସେନା ପକ୍ଷରୁ ଏହି ବନ୍ଦ ଡାକରା ହୋଇଥିବା ବେଳେ ରାଉରକେଲା ସମେତ ପଶ୍ଚିମ ଓଡିଶାର ବିଭିନ୍ନ ଜିଲ୍ଲାରେ ଏହାର ପ୍ରଭାବ ଦେଖିବାକୁ ମିଳିନାହିଁ । ପଶ୍ଚିମ ଓଡିଶାର ସମସ୍ତ ଅଞ୍ଚଳରେ ଦୋକାନ ବଜାର ବନ୍ଦ ବେଳେ ସୁନ୍ଦରଗଡ଼ ଜିଲ୍ଲାରେ ସାଧାରଣ ଜୀବନଯାପନ ସ୍ବାଭାବିକ ଥିଲା ।

ପଶ୍ଚିମ ଓଡ଼ିଶାରେ ସ୍ୱତନ୍ତ୍ର ରାଜ୍ୟ ଗଠନ ଦାବିରେ ଆଜି ବନ୍ଦ ଡାକରା ଦିଆଯାଇଥିଲା । କିନ୍ତୁ ବ୍ୟସ୍ତବହୁଳ ରାଉରକେଲା ସହରରେ ଏହାର ପ୍ରଭାବ ଦେଖିବାକୁ ମିଳିନଥିଲା । ବନ୍ଦ ଡାକରା ପ୍ରଭାବରେ ବଣାଇ, କୋଇଡା, ରାଜଗାଙ୍ଗପୁର, ବୀରମିତ୍ରପୁର ଆଦି ଅଞ୍ଚଳରେ ଜନଜୀବନ ସାଧାରଣ ଭାବରେ ଚଳପ୍ରଚଳ ହେଉଛି । ଦୋକାନ ବଜାର ସୁପରମାର୍କେଟ ସମେତ ବ୍ୟବସାୟିକ ପ୍ରତିଷ୍ଠାନ ଖୋଲା ରହିଥିବା ଦେଖାଯାଇଛି । ରାସ୍ତାଘାଟରେ ସାଧାରଣ ସ୍ଥିତି ଦେଖିବାକୁ ମିଳିଛି । ଲୋକମାନେ ବିନା ବାଧାବିଘ୍ନରେ ସେମାନଙ୍କ କାମକୁ ଯାଉଥିବା ଦେଖାଯାଇଛି । ରାଉରକେଲାର ଏହି ଦୃଶ୍ୟ ସ୍ବତନ୍ତ୍ର ରାଜ୍ୟ ଦାବିକୁ କେତେଦୂର ସମର୍ଥନ କରୁଛି ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଏହା ମଧ୍ୟ ପଢ଼ନ୍ତୁ....କୋଶଳ ରାଜ୍ୟ ଦାବିରେ ସୁବର୍ଣ୍ଣପୁରରେ ଅଖ ଚକ ବନ୍ଦ

ରାଜ୍ୟ ସରକାର ପଶ୍ଚିମ ଓଡିଶାରକୁ ଅଣଦେଖା କରୁଥିବା ବହୁବାର ଅଭିଯୋଗ ଆସିଛି । ପଶ୍ଚିମ ଓଡିଶାକୁ ଅବହେଳିତ, ବୈମାତୃକ ମନୋଭାବ, ଭାଷାକୁ ବିରୋଧ ଅଭିଯୋଗ ଆଣି ସ୍ୱତନ୍ତ୍ର କୋଶଲ ରାଜ୍ୟ ଗଠନ ଦାବି କରାଯାଇଛି । ସ୍ୱତନ୍ତ୍ର କୋଶଳ ରାଜ୍ୟ ଗଠନ ଏବଂ କୋଶଳ ଅଞ୍ଚଳର ଭାବାବେଗ ପ୍ରସଙ୍ଗକୁ ନେଇ ଏହି ମହାବନ୍ଦ ଡାକରା ଦିଆଯାଇଥିଲା । କିନ୍ତୁ ଏହି ବନ୍ଦର ପ୍ରଭାବ ରାଉରକେଲା ସହରରେ ଦେଖିବାକୁ ମିଳିନାହିଁ । ରାଉରକେଲା ସହର ସ୍ବାଭାବିକ ରହିଛି । କେବଳ ରାଉରକେଲା ନୁହେଁ ସୁନ୍ଦରଗଡ ଜିଲ୍ଲାର ଅଧିକାଂଶ ସ୍ଥାନରେ ଏହି ବନ୍ଦର ପ୍ରଭାବ ଶୂନ୍ୟ ରହିଛି । ପଶ୍ଚିମ ଓଡିଶାର ସମସ୍ତ ଅଞ୍ଚଳରେ ଦୋକାନ ବଜାର ବନ୍ଦ ରଖିବା ସହ ଗାଡିଚଳାଚଳ ବନ୍ଦ ରହିବା ଆହ୍ବାନ ଦିଆଯାଇଥିଲା । କିନ୍ତୁ ଏହାର ପ୍ରଭାବ ସୁନ୍ଦରଗଡ ଜିଲ୍ଲାରେ ଓଲଟା ଦେଖିବାକୁ ମିଳିଛି ।

ଓଲିଉଡ ବିବାଦ ପରେ ଅଧିକ ସକ୍ରିୟ ହୋଇଥିଲେ ପଶ୍ଚିମ ଓଡିଶା କାର୍ଯ୍ୟାନୁଷ୍ଠାନ କମିଟି । ସରକାରଙ୍କ ସମେତ ଅନ୍ୟ ଅନୁଷ୍ଠାନ ମଧ୍ୟ ପଶ୍ଚିମ ଓଡିଶା ପ୍ରତି ପାତର ଅନ୍ତର କରୁଛନ୍ତି । ପଶ୍ଚିମ ଓଡିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ, ଦ୍ୱିତୀୟ କୃଷି ବିଶ୍ୱବିଦ୍ୟାଳୟ, ଏମ୍ସ ହସ୍ପିଟାଲ, କଟନ କରିଡୋର ପ୍ରତିଷ୍ଠା ଦାବିକୁ ସମ୍ପୂର୍ଣ୍ଣ ଅଣଦେଖା କରାଯାଉଛି । ବୈମାତୃକ ମନୋଭାବ ପୋଷଣ କରି ପଶ୍ଚିମ ଓଡିଶାର ବିକାଶ ରାଜ୍ୟ ସରକାର ଚାହୁଁନଥିବା କାର୍ଯ୍ୟାନୁଷ୍ଠାନ କମିଟି ଅଭିଯୋଗ କରିଛି । ତେଣୁ ଏହାର ପ୍ରତିବାଦରେ କମିଟି ଆଜି ପଶ୍ଚିମ ଓଡିଶା ବନ୍ଦ ଡାକରା ଦେଇଛି ।

ଇଟିଭି ଭାରତ, ସୁନ୍ଦରଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.