ETV Bharat / state

ରାଉରକେଲା ହସ୍ପିଟାଲରେ ଶିଶୁ କିଣାବିକା ! ଘଟଣା ପଛରେ ରହିଛି ଫିଲ୍ମ ପରି କାହାଣୀ

author img

By

Published : Dec 9, 2022, 1:49 PM IST

ହସ୍ପିଟାଲରୁ ନବଜାତ ଶିଶୁ କିଣାବିକା ଖବର ସାମ୍ନାକୁ ଆସିିଛି । 25000 ଟଙ୍କା ଦେଇ ଶିଶୁପୁତ୍ର କିଣାବିକା ହୋଇଥିବା ନେଇ ସୂଚନା ମିଳିଥିଲା । ରାଉରକେଲା ସହରରୁ ଆସିଛି ଏହି ଅଭାବନୀୟ ଘଟଣା। ଘଟଣା ପଛରେ ଏକ ଫିଲ୍ମ ପରି କାହାଣୀ ରହିଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର ।

ରାଉରକେଲା ହସ୍ପିଟାଲରେ ଶିଶୁ କିଣାବିକା ଅଭିଯୋଗ, ଘଟଣା ପଛରେ ରହିଛି ଫିଲ୍ମ ପରି କାହାଣୀ

ରାଉରକେଲା: ସରକାରୀ ହସ୍ପିଟାଲରୁ ନବଜାତ ଶିଶୁ କିଣାବିକା ଖବର ସାମ୍ନାକୁ ଆସିଛି । 25000 ଟଙ୍କା ଦେଇ ଶିଶୁପୁତ୍ର କିଣାବିକା ହୋଇଥିବା ନେଇ ଖବର ମିଳିଥିଲା । ଶିଶୁପୁତ୍ର କିଣି ଥିବା ପରିବାର ଫେରାର ଥିବା ଜଣାପଡିଛି । ଘଟଣାର ତଦନ୍ତ ଜାରି ରିହଛି । ରାଉରକେଲା ସହରରୁ ଆସିଛି ଏହି ଅଭାବନୀୟ ଘଟଣା । ଘଟଣା ପଛରେ ଏକ ଫିଲ୍ମ ପରି କାହାଣୀ ରହିଛି ।

ରାଉରକେଲା ହସ୍ପିଟାଲରେ ଶିଶୁ କିଣାବିକା !

ଏମିତି ଥିଲା ଘଟଣା

8 ଦିନର ନବଜାତ ଶିଶୁପୁତ୍ରକୁ 25 ହଜାର ଟଙ୍କା ଦେଇ କିଣିଛନ୍ତି ରାଉରକେଲା ଶିତଲପଡା ବସ୍ତିର ଟିକି ମଲ୍ଲିକ । ରାଉରକେଲା ସରକାରୀ ହସ୍ପିଟାଲରେ ମାତୃ ଓ ଶିଶୁ ବିଭାଗରେ ଏଭଳି ଘଟଣା ଘଟିଥିବା ସୂଚନା ମିଳିଛି । ତେବେ ଏହି ଶିଶୁ କିଣାବିକା ମାମଲାରେ ଅଧିକ ତଥ୍ୟ ପାଇଁ ସିଧାସଳଖ ଟିକି ମଲ୍ଲିକ ନାମକ ମହିଳାଙ୍କ ସହ ସଂପର୍କ କରିଥିଲେ ଆମ ପ୍ରତିନିଧି । ସେ କହିଥିଲେ ଏହି ନବଜାତ ଶିଶୁ କିଣିବା କାରଣ ।

ଟିକି ମଲ୍ଲିକ କହିଛନ୍ତି,"ତାଙ୍କ ଝିଅ ଖୁସବୁ ମଲ୍ଲିକ ଡିସେମ୍ବର 1 ତାରିଖ ଦିନ ଏକ ନବଜାତ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ କିନ୍ତୁ ଦୁର୍ଭାଗ୍ୟବସତଃ ନବଜାତ ଶିଶୁଟିର ମୃତ୍ୟୁ ହୋଇଥିଲା । ଏହାପରେ ସମ୍ପୂର୍ଣ୍ଣ ପରିବାର ଭାଙ୍ଗି ପଡିଥିଲା ।"

ତେବେ ଏହାରି ମଧ୍ୟରେ ଟିକି ମଲ୍ଲିକଙ୍କ ଝିଅ ନିଜ ଶିଶୁକୁ ଖୋଜି ବୁଲୁଥିଲେ । ଟିକି ମଲ୍ଲିକ କହିବା ଅନୁଯାୟୀ ଟିକି ନିଜ ଝିଅର ଏଭଳି ଅବସ୍ଥା ଦେଖିନପାରିନଥିଲେ । ତେବେ ଏସମୟରେ ସେ ଝାଡ଼ଖଣ୍ଡ ମନୋହରପୁର ଅଞ୍ଚଳର ଜଣେ ମହିଳାଙ୍କ ସହ ଭେଟ ହୋଇଥିଲା ଏବଂ ମହିଳା ଜଣଙ୍କ ମଧ୍ୟ ଏକ ନବଜାତ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ। ଟିକି ମଲ୍ଲିକକୁ ସେ ଅନ୍ୟ ମହିଳା ଜଣଙ୍କ କଣ ହୋଇଛି ବୋଲି ପଚାରିଥିଲେ ଏବଂ ଟିକି ମଲ୍ଲିକ ତାଙ୍କୁ ସବୁ କଥା କହିଥିଲା । ତେବେ ଅନ୍ୟ ମହିଳା ଜଣକ ଟିକିକୁ କହିଥିଲା ଯେ ତାଙ୍କର ମଧ୍ୟ ଏକ ନବଜାତ ଶିଶୁପୁତ୍ର ଡିସେମ୍ବର 1 ତାରିଖରେ ଜନ୍ମ ହୋଇଛି । ମହିଳା ଜଣଙ୍କ ଟିକି ମଲ୍ଲିକକୁ କହିଲେ କି ମୋର 4ଟି ଶିଶୁ ଏବଂ ମୁଁ ମଧ୍ୟ ଦିନ ମଜୁରିଆ ତେଣୁ ମୁଁ 4 ଜଣକୁ ପାଳନ ପୋଷଣ କରି ପାରିବି ନାହିଁ ଯଦି ତମେ ମୋ ଛୁଆକୁ ଭଲରେ ରଖିବ ତେବେ ତମେ ଏହାକୁ ନେଇଯାଅ । ଏକଥା ଶୁଣି ଟିକି ମଲ୍ଲିକ ଟିକେ ଖୁସି ହୋଇଗଲା ଏବଂ ନିଜ ଝିଅର ଅବସ୍ଥା କଥାକୁ ଭାବି ଶିଶୁ ପୁତ୍ରକୁ ନେଇ ଆସିଥିବା କହିଛନ୍ତି ।

ଟିକି ମଲ୍ଲିକ ନବଜାତ ଶିଶୁ କିଣାବିକା କଥାକୁ ଅସ୍ବୀକାର କରିଥିଲେ । ଏହାର ସତ୍ୟତା ଜାଣିବା ପାଇଁ ଚାଇଲଡ଼ ଲାଇନ ଏବଂ ରାଉରକେଲା ସରକାରୀ ହସ୍ପିଟାଲ ସହ ଯୋଗାଯୋଗ କରାଯାଇଥିଲା । ସୂଚନା ପାଇବା ପରେ ଘଟଣାର ତଦନ୍ତ କରିବା ପାଇଁ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ଏବଂ ଜିଲ୍ଲା ଚିକିତ୍ସା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏବଂ ଘଟଣାର ତଦନ୍ତ ପରେ ହିଁ ଘଟଣାର ସତ୍ୟତା ଜଣାପଡିବ ବୋଲି କହିଛନ୍ତି ଶିଶୁ ମଙ୍ଗଳ ଅଧିକାରୀ ।

ଅନ୍ୟପକ୍ଷରେ ରାଉରକେଲା ସରକାରୀ ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି ଯେ ଏଭଳି କୌଣସି ଘଟଣା ତାଙ୍କ ହସ୍ପିଟାଲ ପରିସରରେ ହୋଇନାହିଁ। ଏ ଘଟଣା ସମ୍ପୂର୍ଣ୍ଣ ଭିତ୍ତିହୀନ । ଶିଶୁ ଅଦଳବଦଳ ହୋଇନାହିଁ କି ଶିଶୁ କିଣାବିକା ହୋଇ ନାହିଁ । ତେବେ ଏଠାରେ ଗୋଟିଏ ପ୍ରଶ୍ନ ଉଠୁଛି ଯେ କିଏ କହୁଛି ସତ । ମୃତ ଶିଶୁକୁ ଜନ୍ମ କରିଥିବା ଝିଅର ମା’ କହୁଛି ଯେ ରାଉରକେଲା ସରକାରୀ ହସ୍ପିଟାଲରେ ସେ ଝାଡ଼ଖଣ୍ଡ ମନୋହରପୁର ଅଞ୍ଚଳର ମହିଳାଙ୍କ ଠାରୁ ଶିଶୁ ଆଣିଛନ୍ତି ଏବଂ ଅନ୍ୟ ପକ୍ଷରେ ହସ୍ପିଟାଲ କର୍ତ୍ତୃପକ୍ଷ କହୁଛନ୍ତି ଯେ ଘଟଣାର ଅଭିଯୋଗ ପୁରା ମିଛ ଏଭଳି ଘଟଣା ରାଉରକେଲା ସରକାରୀ ହସ୍ପିଟାଲରେ ଘଟିନାହିଁ । ହୁଏତ ହସ୍ପିଟାଲ ବାହାରେ ଘଟିଥାଇ ପାରେ ।

ଏହାରି ମଧ୍ୟରେ ଯେତେବେଳେ ଚାଇଲଡ଼ ଲାଇନ ଟିକି ମଲ୍ଲିକ ଘରକୁ ଶିଶୁକୁ ଉଦ୍ଧାର କରିବାକୁ ଯାଇଥିଲା ସେତେବେଳେ ଠାରୁ ଟିକି ମଲ୍ଲିକ ସହ ତାଙ୍କ ଝିଅ ଓ ସପରିବାର ଫେରାର ଅଛନ୍ତି । ଟିକି ମଲ୍ଲିକ କହିଛନ୍ତି ଯେ ସେ ଅନ୍ୟଠାରୁ ଶିଶୁ ପୁତ୍ରକୁ ଆଣିଛନ୍ତି କିନ୍ତୁ ନ୍ୟାୟିକ ଭାବରେ ସେ ଶିଶୁପୁତ୍ରକୁ ନେଇ ନାହାନ୍ତି । ଅନ୍ୟପକ୍ଷରେ ଚାଇଲଡ଼ ଲାଇନ ବିଭାଗ କହୁଛି ଶିଶୁ ଉଦ୍ଧାର ପାଇଁ ବର୍ତ୍ତମାନ ଚେଷ୍ଟା ଚାଲିଛି। ରାଉରକେଲା ସରକାରୀ ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି ଯେ ଏ ଘଟଣା ଭୁଲ । ରାଉରକେଲା ସରକାରୀ ହସ୍ପିଟାଲ ପରିସରରେ ଏଭଳି ଘଟଣା ଘଟିନାହିଁ । ତେବେ ତଦନ୍ତ ପରେ ହିଁ ଜଣାପଡିବ କଣ ରହିଛି ସତ୍ୟତା ।

ଇଟିଭି ଭାରତ, ସୁନ୍ଦରଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.