ETV Bharat / state

ସସପେନ୍ସରେ ସୁସ୍ମିତାଙ୍କ ମୃତ୍ୟୁ, ଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳଙ୍କ ଉପରେ ପରିବାର ଆଣିଲା ହତ୍ୟା ଅଭିଯୋଗ - ରାଉରକେଲା ଆସିଷ୍ଟାଣ୍ଟ କଲେକ୍ଟର ସୁସ୍ମିତା ମିଞ୍ଜ

ରାଉରକେଲା ଆସିଷ୍ଟାଣ୍ଟ କଲେକ୍ଟର ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁ ମାମଲା । ଜିଲ୍ଲାପାଳ ଏବଂ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଉପରେ ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ ।

ରାଉରକେଲା ଆସିଷ୍ଟାଣ୍ଟ କଲେକ୍ଟର ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁ ମାମଲା

author img

By ETV Bharat Odisha Team

Published : Sep 22, 2023, 6:41 PM IST

ରାଉରକେଲା ଆସିଷ୍ଟାଣ୍ଟ କଲେକ୍ଟର ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁ ମାମଲା

ରାଉରକେଲା: ସସପେନ୍ସରେ ଆସିଷ୍ଟାଣ୍ଟ କଲେକ୍ଟର ମୃତ୍ୟୁ ଘଟଣା । ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁକୁ ତାଙ୍କ ମାଆ ସିଲେଷ୍ଟିନା ମିଞ୍ଜ ଏବଂ ଭାଇ ସନ୍ଦୀପ ସାଂଘାତିକ ଅଭିଯୋଗ ଆଣିଛନ୍ତି । ସୁସ୍ମିତାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରି ପୋଖରୀରେ ଫିଙ୍ଗି ଦିଆଯାଇଛି ବୋଲି ଅଭିଯୋଗ ଆଣିଛନ୍ତି ସୁସ୍ମିତାଙ୍କ ପରିବାର ।

ସୁସ୍ମିତାଙ୍କ ମା’ ସିଲେଷ୍ଟିନା ମିଞ୍ଜ କହିଛନ୍ତି, ‘‘ପୂର୍ବରୁ ଝିଅର ପିଠିରେ ପୋଡ଼ା ଓ ହାତରେ କଟାଦାଗ ନଥିଲା । ଏହାସହ ଅଙ୍ଗୁଳିରେ ପିନ୍ଧିଥିବା ଦୁଇଟି ହୀରାମୁଦି ଓ ପାଦରୁ ପାଉଁଜି ହତ୍ୟାକାରୀ ନେଇ ଯାଇଛି । ସୁସ୍ମିତାଙ୍କ ମୃତ୍ୟୁ ପାଇଁ ସୁନ୍ଦରଗଡ଼ ଜିଲ୍ଲାପାଳ ଡକ୍ଟର ଗାଭାଲି ପରାଗ ହର୍ଷଦ, ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଡାକ୍ତର ଶୁଭଙ୍କର ମହାପାତ୍ର, ଗୁରୁଣ୍ଡିଆ ବିଡିଓ ବି.ଲାକ୍ରା ସିଧାସଳଖ ଦାୟୀ । ଏମାନଙ୍କୁ ତଦନ୍ତ ପରିସରଭୁକ୍ତ କରାଗଲେ ସୁସ୍ମିତା ମୃତ୍ୟୁ ଘଟଣାର ସତ୍ୟାସତ୍ୟ ପଦାକୁ ଆସିପାରିବ ।’’

ଏହାକୁ ନେଇ ଭାଇ ସନ୍ଦୀପ ଆଜି ପ୍ଲାଣ୍ଟସାଇଟ୍‌ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ଥାନାରେ ଦିଆଯାଇଥିବା ଲିଖିତ ଅଭି‌ଯୋଗ ଅନୁଯାୟୀ, ସୁସ୍ମିତା ପ୍ରତିଦିନ ରାମାବାହାଲସ୍ଥ ଘରୁ ଅତିରିକ୍ତ ଜିଲ୍ଲାପାଳଙ୍କ ଅଫିସ୍‌କୁ ଡ୍ୟୁଟି କରିବାକୁ ଯାଆନ୍ତି । ଡ୍ୟୁଟି ସାରି ସଂଧ୍ୟାରେ ଘରକୁ ଫେରି ଆସନ୍ତି । ଗତ ୧୬ ତାରିଖ( ଶନିବାର) ସଂଧ୍ୟାରେ ଘରକୁ ନ ଫେରିବାରୁ ସନ୍ଦୀପ ତାଙ୍କ ଭଉଣୀଙ୍କୁ ଫୋନ୍ କରିଥିଲେ । ଅଫିସ୍‌ରେ ଗୁରୁତ୍ବପୂର୍ଣ୍ଣ ବୈଠକ ଅଛି, ତେଣୁ ଯାଇପାରିବି ନାହିଁ ବୋଲି ସୁସ୍ମିତା କହିଥିଲେ । ଅଫିସ୍‌ ବନ୍ଦ ଥିବାରୁ ଭଉଣୀ ସୁସ୍ମିତାଙ୍କୁ କଲ୍‌ କରିଥିଲେ । ସୁସ୍ମିତା କଲ୍‌ ନ ଉଠାଇବାରୁ ସନ୍ଦୀପ ନିରାଶ ହୋଇ ଘରକୁ ଫେରିଯାଇଥିଲେ ।

ପରଦିନ ଅର୍ଥାତ୍‌ ୧୭ ତାରିଖ ସକାଳେ ସନ୍ଦୀପ ଭଉଣୀଙ୍କୁ ଖୋଜିବାକୁ ପୁଣି ଅତିରିକ୍ତ ଜିଲ୍ଲାପାଳଙ୍କ ଅଫିସ୍‌କୁ ଆସିଥିଲେ । ନପାଇବାରୁ ଉଦିତନଗର ଥାନାରେ ତାଙ୍କ ଭଉଣୀ ନିଖୋଜ ହୋଇଯାଇଥିବା ସମ୍ପର୍କରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୁଲିସ ଖୋଜାଖୋଜି କରି ରାତିରେ ସୁସ୍ମିତାଙ୍କୁ ରାଉରକେଲା ଷ୍ଟେସନ ନିକଟସ୍ଥ ଏକ ହୋଟେଲରେ ଠାବ କରିଥିଲେ ।

ଏହା ମଧ୍ୟ ପଢନ୍ତୁ.. ସହକାରୀ ଜିଲ୍ଲାପାଳଙ୍କ ସନ୍ଦେହଜନକ ମୃତ୍ୟୁ, ପୋଖରୀରୁ ମୃତଦେହ ଉଦ୍ଧାର

ସୁସ୍ମିତାଙ୍କ ପରିବାର ଲୋକେ କରୁଥିବା ଅଭିଯୋଗ ଅନୁଯାୟୀ ସେହିଦିନ ରାତିରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଗୁରୁଣ୍ଡିଆ ବିଡିଓ ଏବଂ ସିଡିପିଓ ସନ୍ଦୀପଙ୍କ ଘରେ ପହଞ୍ଚି ସୁସ୍ମିତା ମାନସିକ ଦୁଶ୍ଚିନ୍ତାରେ ଥିବା କହିଥିଲେ । ଗୋଟିଏ ଦିନ ପରେ ଅର୍ଥାତ୍‌ ୧୯ ତାରିଖ ସଂଧ୍ୟାରେ ସେନ୍‌ସରି ପାର୍କ ପରିସରସ୍ଥ ପୋଖରୀରୁ ସୁସ୍ମିତାଙ୍କ ମୃତଦେହ ମିଳିଥିଲେ ହେ ଉଦିତନଗର ପୋଲିସ ଏହାର ସୂଚନା ପରିବାରକୁ ଦେଇ ନଥିବା ସେ ଅଭିଯୋଗ କରିଛନ୍ତି । ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରାଯିବାକୁ ମୃତ ସୁସ୍ମିତାଙ୍କ ମା ’ ଓ ଭାଇ ଦାବି କରିଛନ୍ତି ।

ଇଟିଭି ଭାରତ, ସୁନ୍ଦରଗଡ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.